ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଅବ୍ୟବସ୍ଥା ମଧ୍ୟରେ ଆଲମଣ୍ଡା ସାପ୍ତାହିକ ହାଟ

ଅବ୍ୟବସ୍ଥା ମଧ୍ୟରେ ଆଲମଣ୍ଡା ସାପ୍ତାହିକ ହାଟ

ବନ୍ଧୁଗାଁ ତା,୨୫/୦୫/୨୪,କୋରାପୁଟ ଜିଲ୍ଲା ବନ୍ଧୁଗାଁ ବ୍ଲକ୍ ର ଆଲମଣ୍ଡା ଠାରେ ସପ୍ତାହର ପ୍ରତ୍ୟେକ ବୁଧବାର ଦିନ ସାପ୍ତାହିକ ହାଟ ବସେ । ଏହି ହାଟ ଉପରେ ଆଖପାଖ ତିନୋଟି ପଞ୍ଚାୟତର ମୁଲାମାଡା, ଏଡ଼ଗୁମ ବାଲାସା, କାତୁଲୁ ପେଟା,କାବେଟି,ଦିଗୁ ଭତରା ପିଲି, ଜୟକଟା, ନାଗୁଲ ବାଲସା,ଟିକର ପୋଡା, କେଶୁଭଦ୍ରା,ମାଣିକ ବାଲସା,ଇମ୍ଫାବାଲସା,କାପୋଲୋଡ଼ା, ପିପଳ ପଦର, ନୂଆ ଗାଁ, ସିଲାବାଡ଼ି, ପି.ସିଲାବାଡ଼ି,ମୁଲାମାଡା, ହାତୀଗାଡା,ସିଡ଼ିବାଲଶା,ଏ.ଜାଗୁଗୁଡା,ମୁଲାକାର୍ଲି,ଲ କାର୍ଲି,ଗୁଣ୍ଡାଲ କାର୍ଲି,ବିକ୍ରମ ପୁର,ରାମ ଚନ୍ଦ୍ରପୁର,ଚିନା ଅଲୋଡା, ଚେକା ବାଲଶା,କାର୍ଲି,ପୁତିଗି ବାଲଶା,ବାଙ୍କିଡି,ବଡ଼ ବାଙ୍କିଡି,କଣ୍ଡାବାଲଶା,ବାଙ୍ଗାରମ ପେଟା,ବାର୍ଲା ମୁଣ୍ଡା,କ୍ୱିନ୍ତୋଲ ଭଦ୍ରା ଆଦି ଗ୍ରାମର ଲୋକେ ନିର୍ଭର କରନ୍ତି । ଏଥି ସହ ଗାରିଡି ପଞ୍ଚାୟତର ଡ଼ୁମାଡଙ୍ଗର ଥରେ ବସିଥିବା ବୁଧବାର ସାପ୍ତାହିକ ବଜାର ମଧ୍ୟ ଅସ୍ଥାଇ ଭାବରେ ଦୋକାନ ବଜାର କରିଥିବାର ଦେଖିବାକୁ ମିଳିଛି I ଏସବୁ ଅଞ୍ଚଳକୁ ଜାତାୟତର କୌଣସି ସୁବିଧା ନଥିବାରୁ ଲୋକେ ସପ୍ତାହ ଜାକର ସୋଉଦା ପତ୍ର କିଣି ନିଅନ୍ତି । ଏହି ହାଟରେ ପନି ପରିବାଠୁ ଆରମ୍ଭ କରି କିରାଣୀ ଜିନିଷ ଓ ଘରକରଣା ଜିନିଷ ପର୍ଯ୍ୟନ୍ତ ସବୁ ମିଳେ । ଯୋଉଥିପାଇଁ ଲୋକେ ଏହି ହାଟ ଉପରେ ଅଧିକ ନିର୍ଭର କରିଥାନ୍ତି ।

ହେଲେ ହାଟ ଦିନ ଆଲମଣ୍ଡା ଗ୍ରାମ ମଝିରେ ଯାଇଥିବା ରାସ୍ତା ପୁରା ଗହଳି ରୁହେ । ଫଳରେ ଯାନବାହାନ ଚଳ ପ୍ରଚଳରେ ବାଧା ଉପୁଜୁଥିବା ଦେଖିବାକୁ ମିଳିଛି । ଓଡ଼ିଶା ସୀମାନ୍ତ ଓ ଆନ୍ଧ୍ର ସୀମାନ୍ତ ବର୍ତ୍ତି ଅଞ୍ଚଳର ଲୋକଙ୍କ ବେଶ୍ ପ୍ରଭାବ ଏଇ ହାଟ ଉପରେ ପଡୁଥିବା ବେଳେ ପ୍ରଶାସନ କିନ୍ତୁ ଚୁପ୍ ବସିଛି । ହାଟରେ ବ୍ୟବସାୟୀ ଓ ଗ୍ରାହକ ଙ୍କ ପାଇଁ କୌଣସି ସୁବିଧା ନାହିଁ । ବ୍ୟବସାୟୀ ମାନେ ଖରା ବର୍ଷାରେ ଖୋଲା ଆକାଶ ତଳେ ବସିକି ବେପାର କରନ୍ତି । ହାଟ ବସିବା ପାଇଁ ସ୍ବତନ୍ତ୍ର କୌଣସି ସ୍ଥାନ ନଥିବାରୁ ଗ୍ରାମର ଆରମ୍ଭରୁ ଶେଷ ଯାଏଁ ଯିଏ ଯୋଉଠି ପାରିଲା ପସରା ମେଲି ବସିଥିବା ଦେଖିବାକୁ ମିଳିଛି । ଏପରିକି ହାଟ ଦିନ ଗହଳି ନିୟନ୍ତ୍ରଣ ପାଇଁ କୌଣସି ପୋଲିସ କର୍ମୀଙ୍କ ଦେଖା ମିଳୁ ନଥିବା ସାଧାରଣରେ ଅଭିଯୋଗ ହୋଇଛି । ତେଣୁ ଆଲମଣ୍ଡା ସାପ୍ତାହିକ ହାଟ ଉପରେ ପ୍ରଶାସନର ନଜର ପଡିବା ନିହାତି ଜରୁରୀ ହୋଇ ପଡ଼ିଛି।

ବନ୍ଧୁଗାଁ ରୁ ସଂଜୀବ କୁମାର ବାଂଗାରି ଙ୍କ ରିପୋର୍ଟ୍ 

Related posts

ଓଡିଶା ସୂଚନା ଅଧିକାର ଅଭିଜlନ ପକ୍ଷରୁ ଜିଲ୍ଲା ସ୍ତରୀୟ ସମ୍ମିଳନୀ ଓ ଦିନିକିଆ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ

masiha

ତେରେସିଂହା ବଡ଼ ପୋଖରୀରେ ବଡ଼ ସମସ୍ୟା

Sunil Chandra Nayak

ପୋଖରୀରେ ବୁଡି ଦିବ୍ୟାଙ୍ଗ ନାବାଳିକାଙ୍କ ମୃତ୍ୟୁ

Leave a Comment

error: Content is protected !!