ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜୁନାଗଡ଼ କୁ ଜିଲ୍ଲା ମାନ୍ୟତା ଦାବୀ ନେଇ ୧୭ ଦିନରେ ପହଞ୍ଚିଲା ଧାରଣା

ଜୁନାଗଡ଼ କୁ ଜିଲ୍ଲା ମାନ୍ୟତା ଦାବୀ ନେଇ ୧୭ ଦିନରେ ପହଞ୍ଚିଲା ଧାରଣା

ଜୁନାଗଡ଼,୨୫/୯(ନି.ପ୍ର)କଳାହାଣ୍ଡି ଜିଲ୍ଲାର ସର୍ବ ପୁରାତନ ଜୁନାଗଡ଼କୁ ଜିଲ୍ଲା ମାନ୍ୟତା ଦାବୀ ନେଇ ଧାରଣା ଆଜି ୧୭ ଦିନରେ ପହଁଚିଛି । ଜୁନାଗଡ଼ କ୍ରିୟାନୁଷ୍ଠାନ କମିଟିର ଆବାହକ ହିମାଂଶୁ ଶେଖର ବରାଡ଼ ଓ ସମ୍ପାଦକ ସନ୍ତୋଷ ସିଂହଦେଓଙ୍କ ଆବାହକତ୍ୱରେ ଆଜି ଜୁନାଗଡ଼ କୁ ଜିଲ୍ଲା ମାନ୍ୟତା ଦାବୀ ନେଇ ଜୁନାଗଡ଼ ସିନିୟର ସିଟିଜେନ ଫୋରମ ପକ୍ଷରୁ ଧାରଣାରେ ବସିଥିଲେ,ଜୁନାଗଡ଼ ଜିଲ୍ଲା ହେବା ପାଇଁ ଯେ କୌଣସିପରିସ୍ଥିତିର ମୁକାବିଲା କରାଯିବ ବୋଲି ସେମାନେ ଦମ୍ଭକ୍ତି ପ୍ରକାଶ କରିଥିଲେ। । ସିନିୟର ସିଟିଜେନ ଫୋରମ ର ସଭାପତି ଅଶୋକ କୁମାର ପାତ୍ର ସଭାପତିତ୍ୱରେ ଈଶ୍ୱର ପୁଝାରି, ବିଜୟ କୁମାର ବେହେରା, ବିରଞ୍ଚି ପଣ୍ଡା, କୁବଲେଶ୍ବର ପାଣିଗ୍ରାହୀ, ଲାଲସାହେବ ଅଗ୍ରୱାଲ, ଦାମୋଦର ବେହେରା, ଭୁବନେଶ୍ୱର ସାହୁ,ବାଲାଜି ଯାଦବ,ଅଖିଳ ଭାରତ ଛାତ୍ର ସଂଗଠନର ଜିଲ୍ଲା ସଭାପତି ରାଜରାମ ଡୋଙ୍ଗରୀ, ଦୁର୍ଯ୍ୟୋଧନ ମାଝୀ, ରଜନୀକାନ୍ତ ମିଶ୍ର ପ୍ରମୁଖ ଉଦବୋଧନ ଦେଇଥିଲେ । କ୍ରିୟାନୁଷ୍ଠାନ କମିଟିର ସଂଯୋଜକ ତଥା ଜୁନାଗଡ଼ ଏନଏସି ଅଧ୍ୟକ୍ଷ ମୂକେଶ ଅଗ୍ରୱାଲ ଧନ୍ୟବାଦ ଅର୍ପଣ କରିଥିଲେ ।

ଜୁନାଗଡ ରୁ ନରେନ୍ଦ୍ର ଖିତି ଙ୍କ ରିପୋର୍ଟ 

Related posts

ଶୀତ ଦିନେ ବି ମହାଳିଙ୍ଗ ଗ୍ରାମରେ ପିଇବା ପାଣି ସମସ୍ୟା

Sunil Chandra Nayak

ପାଇକ ଖଣ୍ଡାୟତ ସମାଜ ଗଠନ ପାଇଁ ସାଧାରଣ ବୈଠକ ଅନୁଷ୍ଠିତ 

ପୈାରପାଳିକା ପକ୍ଷରୁ ମଶା ତେଲ ସିଞ୍ଚନ

Sunil Chandra Nayak

Leave a Comment

error: Content is protected !!