ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଅସୁରଗଡ ଗ୍ରାମରେ ଶ୍ରୀ ରାମଲୀଳା ଉତ୍ସବ

ନର୍ଲା (ମ.ନି.ସ) ନର୍ଲା ବ୍ଳକ ଅସୁରଗଡ ଶ୍ରୀ ରଘୁନାଥ ଜୀଉଙ୍କ ପ୍ରସିଦ୍ଧ ଶ୍ରୀରାମ ନବମୀ ଚଳିତ ବର୍ଷ ମହା ଆଡ଼ମ୍ବରରେ ଆରମ୍ଭ ହୋଇଛି। କୋରୋନା ମହାମାରୀ କଟକଣା ଯୋଗୁଁ ଗତ ଦୁଇ ବର୍ଷ ଏହି ଉତ୍ସବ ରୁଦ୍ଧ ଦ୍ବାର ଭିତରେ ଆବଦ୍ଧ ରହିଥିବା ବେଳେ ଚଳିତ ବର୍ଷ କଟକଣା କୋହଳ ହୋଇଛି। ଏଥିପାଇଁ ଶ୍ରଦ୍ଧାଳୁମାନଙ୍କ ଭିତରେ ପ୍ରବଳ ଉତ୍ସାହ ଦେଖିବାକୁ ମିଳିଛି। ରବିବାର ଶ୍ରୀରାମ ନବମୀ ପାଇଁ ଶ୍ରଦ୍ଧାଳୁମାନେ ନିକଟସ୍ଥ ଅଶୁରଗଡ ସାଗରରୁ ଶୁଦ୍ଧ ସ୍ନାନ ପରେ କଳସରେ ଜଳ ଆଣିଥିଲେ। ଏହି ଅବସରରେ ଗ୍ରାମର ବ୍ରତଧାରୀମାନେ ସଙ୍କଳ୍ପ ପୂଜା ଆରମ୍ଭ କରିବା ସହ ରାତିରେ ମହାପ୍ରଭୁ ଶ୍ରୀରାମଚନ୍ଦ୍ରଙ୍କ ପ୍ରସିଦ୍ଧ ରାମଲୀଳା ର ମଧ୍ୟ ଶୁଭାରମ୍ଭ ହୋଇଛି। ସଙ୍କଳ୍ପ ପୂଜା ପରେ ବିରଞ୍ଚି ରଣା ଓ ତାଙ୍କ ଧର୍ମପତ୍ନୀ ପଞ୍ଚମୀ ରଣା କର୍ତ୍ତା ଓ କର୍ତ୍ରୀ ଭାବରେ ଦାୟିତ୍ଵ ଗ୍ରହଣ କରିଥିଲେ। ଅଶୁରଗଡ ସୀତାପତି ସାଂସ୍କୃତିକ ଅନୁଷ୍ଠାନ ଦ୍ଵାରା ଆୟୋଜିତ ପ୍ରସିଦ୍ଧ ରାମଲୀଳା ର ପ୍ରଥମ ରଜନୀରେ ଶିବ ପାର୍ବତୀ କଥୋପକଥନ, ଦେବଗଣଙ୍କୁ ବିଷ୍ଣୁଙ୍କ ବରଦାନ,, ଦଶରଥଙ୍କ ପୁତ୍ରେଷ୍ଟି ଯଜ୍ଞ,ଋଷ୍ୟଶୃଙ୍ଗ ଜରତା ପ୍ରସଙ୍ଗ,ରାମ,ଭରତ, ଲକ୍ଷ୍ମଣ, ଶତ୍ରୁଘ୍ନ ଜନ୍ମ ଓ ବାଲଲୀଳା ମଞ୍ଚସ୍ଥ ହୋଇଥିଲା। ଏଥିରେ ରାମଚନ୍ଦ୍ର ଭୂମିକାରେ ଦାମୋଦର ପ୍ରଧାନ, ସୀତା ଭୂମିକାରେ ଜଗନ୍ନାଥ ଗଉଡ, ଲକ୍ଷ୍ମଣ ଭୂମିକାରେ ବେଣୁଧର ରଣା, ରାବଣ ଭୂମିକାରେ ଭଗବାନ ରଣା ଦାୟିତ୍ଵ ନିର୍ବାହ କରୁଛନ୍ତି। ଅନୁଷ୍ଠାନର ସଭାପତି ରାଧାକାନ୍ତ ରଣା ଓ ସଂପାଦକ କୈାଶିକ ପୁଟେଲଙ୍କ ତତ୍ତ୍ଵାବଧାନରେ ସୁକାନ୍ତ ରାଏ,ସଦାନନ୍ଦ ସା,ପାର୍ଥବ ସା,ନିର୍ମଳ ଗଉଡ,ଶଙ୍କର ବାହୁକ, ଗୋପିନାଥ ରଣା, ବେଣୁପାଣି ଗଉଡ ପ୍ରମୁଖ ଦାୟିତ୍ବରେ ରହିଛନ୍ତି।ରୁପ୍ରା ଓ ତିତକେଲା ଗ୍ରାମର ମଧ୍ୟ ଚଳିତ ବର୍ଷ ଶ୍ରୀରାମ ଲୀଲା ଉତ୍ସବ ଅନୁଷ୍ଠିତ ହେଉଛି।

 ପ୍ରଦୀପ କୁମାର ଗଉଡ ନର୍ଲା ମସୀହା ପ୍ରତିନିଧି।

Related posts

ଉପେନ୍ଦ୍ର କୁମାର ବସ୍ତିଆ ଙ୍କ କବିତା ବିଷୁବ ସଂକ୍ରାନ୍ତି@ନବବର୍ଷ

Sunil Chandra Nayak

ରାଇରଙ୍ଗପୁର ଜଗନ୍ନାଥ ମାର୍କେଟରେ ଟୋଟାଲ ଏନର୍ଜି ଲୁବ୍ରିକେଟର ସୋ ରୁମ୍ ଉଦଘାଟିତ

ବିଭିନ୍ନ ଶକ୍ତି ପୀଠ ଓ ମା ଦଶଭୁଜାଙ୍କ ପୂଜାରେ ଉତ୍ସବ ମୁଖର ଜୁନାଗଡ଼ ସହର

Sunil Chandra Nayak

Leave a Comment

error: Content is protected !!