ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ନଳିନୀ ପ୍ରଭା ମିଶ୍ର ଙ୍କ କବିତା – କର୍ମ, ଜ୍ଞାନ, ଭକ୍ତି

କର୍ମ, ଜ୍ଞାନ, ଭକ୍ତି

 

ନଳିନୀ ପ୍ରଭା ମିଶ୍ର

କର୍ମ

କର୍ମ ହିଁ ନିଜର ପରମ ଗୁରୁଟି

    କର୍ମେ ନିଯୋଗୀ ନିଜକୁ

ଜୟ କରିପାରେ ଅକ୍ଳେଶରେ

  ନିଜ ସବୁ ପରାଜୟତାକୁ।

କର୍ମମୟ ଏହି ଜୀବନ ରେ

  ସଦା କର୍ମ କରି ଆଭିମୁଖ୍ୟ

ଯେ ଜନ ନିଜକୁ କରେ ନିୟୋଜିତ

  ଲଭି ଥାଏ ଦିବ୍ୟ ସୁଖ।

ସୁ କର୍ମ ବଳରେ ଯଶସ୍ଵୀ ହୁଅଇ

   ଅକ୍ଳେଶରେ ସ୍ଵର୍ଗଲାଭ

କର୍ମ ହିଁ ଈଶ୍ୱର କର୍ମ ସର୍ବସାର

    ଜୀବନର ବୈଭବ।

ଜ୍ଞାନ

ଜ୍ଞାନ ନୁହେଁ କେବେ ପୈତୃକ

  ସମ୍ପତ୍ତି ଅର୍ଜିତ ନିଜ ମାନସୁ

ମହାନୁଭବ ର ନିଦର୍ଶନ ଜ୍ଞାନ

   ଆଲୋକିତ କରେ ଆଶୁ।

ତତ୍ତ୍ଵ ଜ୍ଞାନ ଯୋଗ ଈଶ୍ବର ପ୍ରାପ୍ତି ର

  ଅଟ ଇ ପରମ ମାର୍ଗ

ଜ୍ଞାନ ବଳେ ନର ତ୍ରିକାଳ ଦର୍ଶିତା

  କରିଥାଏ ଶୀଘ୍ର ଲାଭ।

ଦିବ୍ୟ ରୂପ ଧ୍ୟାୟି ଜ୍ଞାନ ଗୁରୁ ବଳେ

  ପରମାତ୍ମା ଙ୍କୁ ଲଭିବ

ଅଜ୍ଞାନ ତିମିର ଧ୍ବଂସ ହୋଇ ନର

  ନିଶ୍ଚେ ଜ୍ଞାନ ଗର୍ଭା ହେବ।

ଭକ୍ତି

ଭକ୍ତି ହିଁ ମାଧ୍ୟମ ଈଶ୍ବର ପ୍ରାପ୍ତି ର

   ପଞ୍ଚ ଇନ୍ଦ୍ରିୟ ସଞ୍ଜମେ

ଷଡ ରିପୁ ନାଶ କରି ବ୍ରହ୍ମ ରସ

  ପାନ କରେ ଦିବ୍ୟ ଧାମେ।

କରି ଯୋଗାଭ୍ୟାସ କର୍ମ ପରାୟଣେ

   ଅନ୍ତରରେ ଭକ୍ତି ଭାବ

 

କର୍ମ, ଜ୍ଞାନ, ଭକ୍ତି ତ୍ରିବିଧ ମାର୍ଗରେ

  ଈଶ୍ବର ପ୍ରାପ୍ତି ସୁଲଭ।

ତ୍ରିବିଧ ମାର୍ଗ ଏ ଗୀତା ମହାବାଣୀ

   ମନୁ କେବେ ନ ଭୂଲିବ

ପରମେଶ୍ବର ଙ୍କ ପଦେ ରଖି ଲୟ

  ମୋକ୍ଷ ପଦକୁ ଲଭିବ।

ମୁକୁନ୍ଦ ପୁର, ଆସ୍କା, ଗଞ୍ଜାମ

 

Related posts

ଚିତ୍ତ ରଞ୍ଜନ ଦେହୁରୀ ଙ୍କ କବିତା ମାଦକତା

Sunil Chandra Nayak

ସସ୍ମିତେଶ ସାହୁ ଙ୍କ କବିତା ସ୍ମୃତି

Sunil Chandra Nayak

ଫୁଟବଲ ଦଳକୁ ବ୍ଲକ ଶିକ୍ଷା କାର୍ଯ୍ୟାଳୟ ପକ୍ଷରୁ ସମ୍ବର୍ଦ୍ଧନା 

Sunil Chandra Nayak

Leave a Comment

error: Content is protected !!