ପୋଡା ଜଙ୍ଗଲ
ହରିଣ କହେ,
ହେ ବଣ,
ତୁମେ କାହିଁକି ପୋଡିଗଲ ?
ମତେ ଖାଇବାକୁ
ଦେଉଥିଲ ପିତା ପରି
ଘାସପତ୍ର ଆହାର l
ଠେକୁଆ କହେ,
ହେ ବଣ,
ତୁମେ କାହିଁକି ପୋଡ଼ିଗଲ ?
ମତେ ରହିବାକୁ
ବନାଇ ଦେଉଥିଲ ପିତା ପରି
ବଣବୁଦା ବାସ l
ମାଙ୍କଡ଼ କହେ,
ହେ ବଣ,
ତୁମେ କାହିଁକି ପୋଡିଗଲ?
ତୁମେ ମତେ ଖେଳିବାକୁ
ପିତାଙ୍କ କାନ୍ଧ ପରି
ଦେଉଥିଲ ବୃକ୍ଷଲତା ଡାଳ l
ପଶୁପକ୍ଷୀ କହନ୍ତି,
ହେ ବଣ,
ତୁମେ କାହିଁକି ପୋଡ଼ିଗଲ ?
ତୁମେ ଆମକୁ ଦେଉଥିଲ
ରହିବାକୁ ବାସ
ଖାଇବାକୁ ଆହାର
ବଂଚିବାକୁ ଜୀବନ l
ବଣ କହେ,
ହେ ବାଳକେ,
ମୁଁ ଏକ ଅସହାୟ ପିତାଟିଏ ପରି
ମୁଁ ଅବା କଣ କରିଥାନ୍ତି ?
ଆଜିର ନର ଭାରି ସ୍ୱାର୍ଥପର
କରିଦିଏ ନାରଖାର
ନିଜ ହିତ ପାଇଁ ବୃକ୍ଷ ହାଣିଦିଏ,
ନିଜ ହିତ ପାଇଁ ମତେ ଜାଳିଦିଏ,
ମତେ ନିତି ଦିଏ
କୁରାଡ଼ି ଲାତ
ଆଉ ଅଗ୍ନିର ଭାତ l
ଶ୍ରୀ ଜଗଜ୍ଜିବନ ସା
ନି /ପୋ – କୁମ୍ଭାରୀ
ଭାୟା – ଶୋଷିଆ
ବ୍ଲକ – ଗୋଲାମୁଣ୍ଡା l
ଜିଲ୍ଲା – କଳାହାଣ୍ଡି (ଓଡିଶା ) l
ପିନ ନଂ – 766029