ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଜଗଜ୍ଜିବନ ସା ଙ୍କ କବିତା – ପୋଡା ଜଙ୍ଗଲ 

ପୋଡା ଜଙ୍ଗଲ 

 

ହରିଣ କହେ,

ହେ ବଣ,

ତୁମେ କାହିଁକି ପୋଡିଗଲ ?

ମତେ ଖାଇବାକୁ

ଦେଉଥିଲ ପିତା ପରି

ଘାସପତ୍ର ଆହାର l

ଠେକୁଆ କହେ,

ହେ ବଣ,

ତୁମେ କାହିଁକି ପୋଡ଼ିଗଲ ?

ମତେ ରହିବାକୁ

ବନାଇ ଦେଉଥିଲ ପିତା ପରି 

ବଣବୁଦା ବାସ l

ମାଙ୍କଡ଼ କହେ,

ହେ ବଣ,

ତୁମେ କାହିଁକି ପୋଡିଗଲ?

ତୁମେ ମତେ ଖେଳିବାକୁ

ପିତାଙ୍କ କାନ୍ଧ ପରି 

ଦେଉଥିଲ ବୃକ୍ଷଲତା ଡାଳ l

ପଶୁପକ୍ଷୀ କହନ୍ତି,

ହେ ବଣ,

ତୁମେ କାହିଁକି ପୋଡ଼ିଗଲ ?

ତୁମେ ଆମକୁ ଦେଉଥିଲ 

ରହିବାକୁ ବାସ

ଖାଇବାକୁ ଆହାର

ବଂଚିବାକୁ ଜୀବନ l

ବଣ କହେ,

ହେ ବାଳକେ,

ମୁଁ ଏକ ଅସହାୟ ପିତାଟିଏ ପରି 

ମୁଁ ଅବା କଣ କରିଥାନ୍ତି ?

ଆଜିର ନର ଭାରି ସ୍ୱାର୍ଥପର

କରିଦିଏ ନାରଖାର

ନିଜ ହିତ ପାଇଁ ବୃକ୍ଷ ହାଣିଦିଏ,

ନିଜ ହିତ ପାଇଁ ମତେ ଜାଳିଦିଏ,

ମତେ ନିତି ଦିଏ 

କୁରାଡ଼ି ଲାତ

ଆଉ ଅଗ୍ନିର ଭାତ l

   

   ଶ୍ରୀ ଜଗଜ୍ଜିବନ ସା

         ନି /ପୋ – କୁମ୍ଭାରୀ

         ଭାୟା – ଶୋଷିଆ

         ବ୍ଲକ – ଗୋଲାମୁଣ୍ଡା l

        ଜିଲ୍ଲା – କଳାହାଣ୍ଡି (ଓଡିଶା ) l

         ପିନ ନଂ – 766029

         

Related posts

ଶ୍ରୀ ଅରବିନ୍ଦଙ୍କ ୧୫୦ ତମ ଜନ୍ମବାର୍ଷିକୀ ପାଳନ ତଥା କର୍ମୀ ସମ୍ମିଳନୀ ଅନୁଷ୍ଠିତ

Sunil Chandra Nayak

କାଳାହାଣ୍ଡି ଜିଲ୍ଲାପାଳଙ୍କ ଅଭିଯୋଗ ସମାଧାନ ଶିବିର

Sunil Chandra Nayak

ଦଶହରା ଲାଗି ଚଳଚଞ୍ଚଳ ପାପଡାହାଣ୍ଡି , ରାଜସ୍ଥାନ ରାଜମହଲ କୁ ଅକ୍ଷରଧାମ ତୋରଣ

Sunil Chandra Nayak

Leave a Comment

error: Content is protected !!