ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଜୁନାଗଡରେ ଜମି ମାଫିଆ ସକ୍ରୀୟ , ଉତରାଧିକାରୀଙ୍କ ଅଗୋଚରରେ ଜମି ବିକ୍ରୀ ଅଭିଯୋଗ 

ଭବାନିପାଟଣା -: ତା.୧୨.୦୪.୨୦୨୨ ସଂପ୍ରତି ଜୁନାଗଡ ଓ ଆଖପାଖ ଅଂଚଳରେ ଜମି ମାଫିଆ ମାନଙ୍କର ପ୍ରାଦୁର୍ଭାବ ବଢୁଥିବା ଦେଖାଯାଉଛି । ଜୁନାଗଡ ତହସିଲ ରେ ବ୍ୟାପକ ହେରାଫେରୀ ଓ ଜାଲିଆତି ମାଧ୍ୟମରେ ଜମି ମାଲିକଙ୍କୁ ଚକମା ଦେଖାଇ ଶାଗମାଛ ମୂଲ୍ୟରୁ କମ ମୂଲ୍ୟରେ ଜମି ହାତେଇ ନେଇ ପ୍ଲଟିଂ ମାଧ୍ୟମରେ ଚଢା ଦରରେ ଜମି ବିକ୍ରି କରାଯାଉଥିବାର ଅନେକ ଉଦାହରଣ ରହିଛି । ବାହାଲ ଜମି କିସମ ଗୁଡିକୁ ପାଂଚ/ଦଶ ଡିସମିଲ ଆକାରରେ ବିକ୍ରୀ କରାଯାଉଥିବା ଶହ ଶହ ଉଦାହରଣ ରହିଛି । କେଉଁ ଉଦ୍ଦେଶ୍ୟରେ ଓ କାହିଁକି ବାହାଲ କିସମ ଜମି ପାଂଚ/ଦଶ ଡିସମିଲ ଆକାରରେ ବିକ୍ରୀ କରାଯାଉଛି ତାହାର ଏକ ଉଚ୍ଚ ସ୍ତରୀୟ ତଦନ୍ତ କରାଗଲେ ବହୁ ଗୋପନୀୟ ତଥ୍ୟ ପଦାକୁ ଆସିପାରନ୍ତା ବୋଲି ବୁଦ୍ଧିଜୀବି ମହଲରେ ଦାବୀ ହେଉଛି ।ରାମସ୍ୱାମୀ ମହାପ୍ରଭୂଙ୍କ ଜମିକୁ ଜାଲିଆତି କରାଯ।ଇ ସେହି ଜମି ମଧ୍ୟରେ ଥିବା ଗୋଚର ଜମିକୁ ମିଶାଇ ପ୍ଲଟିଂ କରାଯାଇ ଜମି ମାଫିଆ ମାନେ ପ୍ରଚୁର ଲାଭ ଉଠାଇଥିବାର ଅଭିଯୋଗ ହେଉଛି । ନିକଟ ଅତୀତରେ ଜୁନାଗଡ ମୌଜାର କଲମପୁର ରାସ୍ତା ରେ ଖାତା ନଂ.୨୪ ଶ୍ରୀନିବାସ ପଣ୍ଡା,ଯୁଗେଶ୍ୱର ପଣ୍ଡା,ନାରାୟଣ ପଣ୍ଡା,କୃଷ୍ଣଚନ୍ଦ୍ର ପଣ୍ଡା, ଧନେଶ୍ୱର ପଣ୍ଡା, ଉମାକାନ୍ତ ପଣ୍ଡା ଆଦି ଅନେକଙ୍କ ନାମରେ ଥିବା ଜମି ସବୁକୁ ଖାତାଦାରଙ୍କ ଉତରାଧିକାରୀ ମାନଙ୍କ ଅଗୋଚରରେ ଚଂଚକତା କରାଯାଇ ପ୍ଲଟିଂ କରି ବିକ୍ରୀ କରିଦିଆଯାଇଥିବା ଅଭିଯୋଗ ହୋଇଛି । ଖାତାଦାରଙ୍କ ଅନ୍ତେ ବିକ୍ରୀ କରାଗଲେ ସୁଦ୍ଧା ସମସ୍ତ ଉତରାଧିକାରୀ ମାନଙ୍କ ଜାଣତରେ ତାହା ତହସିଲରେ  ମ୍ୟୁଟେସନ ହେବା ବିଧେୟ କିନ୍ତୁ ଚଂଚକତା କରାଯାଇ ଅନେକ ଉତରାଧିକାରୀଙ୍କ ଅଗୋଚରରେ ସେହି ଜମି ସବୁ  ଜୁନାଗଡ ତହସିଲରେ ମ୍ୟୁଟେସନ କରାଯାଇଥିବା ଲିଖିତ ଅଭିଯୋଗ ହୋଇଛି । ଶ୍ରୀନିବାସ ପଣ୍ଡାଙ୍କ ଝୀଅଙ୍କୁ ଅଣଦେଖା କରାଯାଇ ଜି ସବୁ ବିକ୍ରୀ କରାଯାଉଥିବା ନେଇ ତାଙ୍କର ପୁଅ ତହସିଲ ଅଫିସରେ ଏବଂ ରେଜିଷ୍ଟ୍ରୀ ଅଫିସରେ ଲିଖିତ ଅଭିଯୋଗ କରିଥିବା ଜଣାପଡିଛି । ଏହିଭଲି ଅନେକ ଘଟନା ଜୁନାଗଡ ତହସିଲ ଅଫିସରେ ହେଉଥିବା ଆଲୋଚନା ହେଉଛି ।  ସମସ୍ତ ଉତରାଧିକାରୀଙ୍କ ଅଗୋଚରରେ କିପରି ଭାବେ ମ୍ୟୁଟେସନ କରାଗଲା ସେସଂପର୍କରେ ଅନୁନ୍ଧାନ କରାଗଲେ ବହୁ ଗୋପନୀୟ ତଥ୍ୟ ପଦାକୁ ଆସିପାରିବ ବୋଲି ଦାବୀ ହେଉଛି ।

ମ ନି ସ 

Related posts

ମିଶନ ଶକ୍ତି ଗୃହ ଉଦଘାଟନ କଲେ ବିଧାୟକ

Sunil Chandra Nayak

ଢେଙ୍କାନାଳ – ବିଜୁ ଜନତା ଦଳର ଆଦିବାସୀ କର୍ମୀ ସମ୍ମିଳନୀ

ପୁଣି ଗାଁ ମୁହା ଜଙ୍ଗଲୀ ହାତୀ, ଟାଙ୍ଗିରି ପାହାଡରେ ତିନୋଟି ହାତୀ, ସନ୍ଧ୍ୟା ହେବାରୁ ହାତୀ ଘଉଡାଇବା ଆରମ୍ଭ 

Sunil Chandra Nayak

Leave a Comment

error: Content is protected !!