ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ବାମନଘାଟୀ ଉପଖଣ୍ଡ ରେ ଭୋଟର ସଚେତନତା ରଥ ର ଶୁଭାରମ୍ଭ

 ମୟୂରଭଞ୍ଜ :ତା 16-09-2022(ମସିହା) ଆଜି ପୂର୍ବାହ୍ନ 11 ଘଟିକା ସମୟ ରେ ବାମନଘାଟି ଉପଖଣ୍ଡ ର ସଦର ମହକୁମା ରାଇରଙ୍ଗପୁର ଉପଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ପ୍ରାଙ୍ଗଣରୁ ଦୁଇ ଗୋଟି ଭୋଟର ସଚେତନତା ରଥ କୁ ବାମନଘାଟି ଉପଜିଲ୍ଲାପାଳ ଶ୍ରୀଯୁକ୍ତ ସରୋଜ କୁମାର ଦାଶ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି. ଉକ୍ତ ରଥ ଗୁଡିକ ବାମନଘାଟି ଅଧିନସ୍ତ 7 ଗୋଟି ବ୍ଲକ ସହିତ ସାରସକଣା ବ୍ଲକ ରେ ପରିଭ୍ରମଣ କରି ଭାରତ ର ଗଣତନ୍ତ୍ର କୁ ସୁଦୃଢ ତଥା ନିର୍ବାଚନ ରେ ସ୍ୱଚ୍ଛତା ଆଣିବା ଉଦେଶ୍ୟ ରେ ଏକକ ଭୋଟର ତାଲିକା ର ପରିକଳ୍ପନା ବାବଦ ରେ ମତଦାତା ମାନଙ୍କ ମଧ୍ୟରେ ସଚେତନତା ବାର୍ତ୍ତା ପହଞ୍ଚାଇବ. ଏହି ସଚେତନତା ବାର୍ତ୍ତା ର ଆଭିମୁଖ୍ୟ ହେଉଛି ପ୍ରତ୍ୟେକ ମତଦାତା ଙ୍କ ଭୋଟର ପରିଚୟ ପତ୍ର ସହିତ ତାଙ୍କ ନିଜ ର ଆଧାର ନମ୍ବର କୁ ସଂଯୋଗ କରିବା l ଭାରତ ସରକାର ଙ୍କ ନିର୍ବାଚନ ଆୟୋଗ ଙ୍କ ତରଫରୁ ସମସ୍ତ ମତଦାତା ମାନଙ୍କୁ ଏହି ସଚେତନତା ରଥ ମାଧ୍ୟମରେ ନିବେଦନ କରାଯାଉଛି କି ସେମାନେ ସ୍ଵେଛାକୃତ ଭାବେ ସ୍ୱୟଂ ନିଜ ସ୍ମାର୍ଟ ଫୋନ ଜରିଆରେ voter helpline app ମାଧ୍ୟମରେ ହେଉ କିମ୍ବା ନିର୍ଧାରିତ web site ମାଧ୍ୟମରେ ରେ ହେଉ କିମ୍ବା କାର୍ଯ୍ୟାଳୟ ରେ ଉପଲବ୍ଧ ଭୋଟର ସହାୟକ କେନ୍ଦ୍ରକୁ ଆସି ନିଜ ନିଜ ଭୋଟର ପରିଚୟ ପତ୍ର ସହିତ ସେମାନଙ୍କ ଆଧାର ନମ୍ବର ସହିତ ସଂଯୋଗ କରାଇ ନିଅନ୍ତୁ ଏବଂ ଏକ ଦାୟିତ୍ୱ ସମ୍ପନ୍ନ ନାଗରିକ ହିସାବ ରେ ସୁଦୃଢ ଗଣତନ୍ତ୍ର ପ୍ରତିଷ୍ଠା ନିମନ୍ତେ ସହଯୋଗ କରନ୍ତୁ.

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ 

Related posts

ଡୁର୍କାମୁଣ୍ଡା ଗ୍ରାମରେ ଝୁଲନ୍ତା ଅବସ୍ଥାରେ ଯୁବତୀଙ୍କ ଶବ ଉଦ୍ଧାର , ଶବ ବ୍ୟବଚ୍ଛେଦ ଗୃହ ନ ଥିବାରୁ ଲୋକେ ହନ୍ତସନ୍ତ 

ନୂଆପଡା ଜିଲ୍ଲା ର ପାଞ୍ଚ ଗୋଟି ପଂଚାୟତ ସମିତି ନିର୍ବାଚନ ଅନୁଷ୍ଠିତ, ଦୁଇ ଗୋଟି ବ୍ଲକରେ ବିଜେଡି ସମର୍ଥିତ, ୩ ଗୋଟି ବ୍ଲକ ରେ କଂଗ୍ରେସ ସମର୍ଥିତ ପ୍ରାର୍ଥୀ ବିଜୟୀ

Sunil Chandra Nayak

ସତ୍ୟରଞ୍ଜନ ସ୍ୱାଇଁ ଙ୍କ କବିତା ପୁରୁଣା ଦିନ 

Leave a Comment

error: Content is protected !!