ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଦରଦାମ ବୃଦ୍ଧି , ବେକାରୀ ସମସ୍ୟା ପ୍ରସଙ୍ଗ କୁ ନେଇ କଂଗ୍ରେସ ଦଳ ପକ୍ଷରୁ ଆସନ୍ତା ୫ ତାରିଖରେ ଦେଶବ୍ଯାପି ବିରୋଧ କାର୍ଯ୍ଯକ୍ରମ

ଭବାନୀପାଟଣା ପାଟଣା:୩/୮:- ମ.ନୀ.ସ:- କେନ୍ଦ୍ର ବିଜେପି ଓ ରାଜ୍ଯରେ  ବିଜୁ ଜନତା ଦଳର ଶାସନ କାଳରେ ପ୍ରତ୍ୟେକ କ୍ଷେତ୍ରରେ ଦରଦାମ ଅହେତୁକ ଭାବରେ ବୃଦ୍ଧି ପାଇଛି। ବିଶେଷ କରି ଖାଦ୍ଯଦ୍ରବ୍ଯ ଓ ନିତ୍ଯବ୍ଯବହାର୍ଯ୍ଯ ଜିନିଷର ମୂଲ୍ୟ ସମସ୍ତ ବିଗତ ରେର୍କକୁ ଅତିକ୍ରମ କରିଯାଇଛି। ଏହି ଆକାଶ ଛୁଆଁ ମୂଲ୍ୟ ବୃଦ୍ଧି ଫଳରେ ଜନସାଧାରଣ ନାହିଁନଥିବା ଦୁର୍ଦ୍ଦଶା ଭୋଗୁଛନ୍ତି। ସେହିପରି ଗ୍ରାମାଞ୍ଚଳରେ ଏବଂ ସହରାଞ୍ଚଳରେ ବେକାରୀ ସମସ୍ୟା ଅତ୍ଯନ୍ତ ଉତ୍କୃଷ୍ଟ ହେବାରେ ଲାଗିଛି ଏବଂ ବିବାଦପୂର୍ଣ୍ଣ ଅଗ୍ନିପଥ ଯୋଜନାରେ କୋଟିକୋଟି ବେକାର ଯୁବକ,ଯୁବତୀ ମାନଙ୍କର ଭବିଷ୍ୟତ କୁ ଅନ୍ଧାର ମଧ୍ଯକୁ ଏ ସରକାର ଠେଲିଦେଇଛି। ପୁନଶ୍ଚ କେନ୍ଦ୍ର ସରକାର ମାଛ,ମହୁ,ଗୁଡ,ଅଟା,ଚୂଡା,ମୂଢି, ଖଇ, ଏବଂ ଛାତ୍ରଛାତ୍ରୀଙ୍କର ପେନସିଲ କଟର ଇତ୍ୟାଦି ପଦାର୍ଥ ଉପରେ ଜିଏସଟି ବୃଦ୍ଧି କରି ଗରିବ ଜନସାଧାରଣ ଙ୍କ ଉପରେ ପୁଣି ଏକ ବୋଝ ଲଦି ଦେଇଛନ୍ତି।ଏହାର ପ୍ରତିବାଦରେ କଂଗ୍ରେସ ଦଳ ପକ୍ଷରୁ ଚଳିତ ମାସ ୫ ତାରିଖ ଶୁକ୍ରବାର ଦିନ ଦେଶବ୍ୟାପୀ ବିରୋଧ କାର୍ଯ୍ଯକ୍ରମ ନିମ୍ନରେ ପ୍ରଦତ୍ତ ମତେ କରିବା ପାଇଁ ଅଖିଳ ଭାରତ କଂଗ୍ରେସ କମିଟି ପକ୍ଷରୁ ନିର୍ଦ୍ଦେଶ ଆସିଥିବା ଜଣାପଡିଛି। ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ଜିଲ୍ଲା ସଦର ମହକୁମା ଠାରେ ପଞ୍ଚାୟତ ସ୍ତରରୁ ଜିଲ୍ଲାସ୍ତର ପର୍ଯ୍ୟନ୍ତ ନିର୍ବାଚିତ ପ୍ରତିନିଧି, ଗତ ନିର୍ବାଚନର ସାଂସଦ ଓ ବିଧାୟକ ପ୍ରାର୍ଥୀ,ପିସିସି ସଭ୍ଯ,ଏଆଇସିସି ସଭ୍ଯ,ପୂର୍ବତନ ସାଂସଦ/ପୂର୍ବତନ ବିଧାୟକ,ଛାତ୍ର କଂଗ୍ରେସ,ଯୁବ କଂଗ୍ରେସ,ମହିଳା କଂଗ୍ରେସ,ସେବାଦଳ ଏବଂ ବିଭାଗ ଓ ପ୍ରକୋଷ୍ଠର କର୍ମକର୍ତ୍ତା ଏବଂ କଂଗ୍ରେସ ନେତୃବୃନ୍ଦ କେନ୍ଦ୍ର ସରକାରଙ୍କର ଏହି କୁଶାସନ ବିରୋଧରେ ଜୋରଦାର ବିରୋଧ ପ୍ରଦର୍ଶନ କରିବେ ଏବଂ ସାମୁହିକ ଗିରଫ ହେବେ।ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ଦଳୀୟ ବିଧାୟକ,ପୂର୍ବତନ ସାଂସଦ ଏବଂ ବରିଷ୍ଠ କର୍ମକର୍ତ୍ତା ଓ ନେତୃବୃନ୍ଦ “ରାଜ ଭବନ ଘେରାଉ” କାର୍ଯ୍ଯକ୍ରମ କରିବେ ଏବଂ ସାମୂହିକ ଗିରଫ୍ ହେବେ। ଲୋକସଭା ଏବଂ ରାଜ୍ଯସଭାର ସାଂସଦ ମାନେ “ରାଷ୍ଟ୍ରପତି ଭବନ ଚାଲୋ”କାର୍ଯ୍ଯକ୍ରମରେ ସାମିଲ ହେବେ,କଂଗ୍ରେସ କାର୍ଯ୍ଯକାରୀ କମିଟି ସଦସ୍ୟ (ସିଡବ୍ଳୁସି ମେମ୍ବର) ଏବଂ ବରିଷ୍ଠ ନେତୃବୃନ୍ଦମାନେ ଦିଲ୍ଲୀଠାରେ “ପ୍ରଧାନମନ୍ତ୍ରୀ ବାସଭବନ ଘେରାଉ” କାର୍ଯ୍ଯକ୍ରମରେ ଅଂଶଗ୍ରହଣ କରିବେ। ଏହି ବିରୋଧ କାର୍ଯ୍ଯକ୍ରମ ଜିଲ୍ଲା ସଦରମହକୁମା ଠାରୁ ଆରମ୍ଭ କରି ବ୍ଳକ ଓ ଗ୍ରାମପଞ୍ଚାୟତ ପର୍ଯ୍ୟନ୍ତ ଜାରି ରଖିବା ପାଇଁ ପ୍ରଦେଶ କଂଗ୍ରେସ କମିଟି ର ଉପ ସଭାପତି ଯଜ୍ଞ ସ୍ୱର ବାବୁ ଏକ ପତ୍ର ମାଧ୍ୟମରେ ନିର୍ଦ୍ଧେଶ ଦେଇଛନ୍ତି।

ଭବାନୀପାଟଣା ରୁ କିଷନ୍ କୁମାର ଶର୍ମାଙ୍କ ରିପୋର୍ଟ

Related posts

ଭବାନୀପାଟଣା ସଦର ବ୍ଲକ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟର ଜଣେ ମହିଳା ଆକାଉଣ୍ଟଟେଣ୍ଟ ଙ୍କ କଳାକାରନାମା

Sunil Chandra Nayak

ବଳଭଦ୍ରପୁର ପାଟଣାରେ ପ୍ରସ୍ତାବିତ ମଦ ଦୋକାନକୁ ବିରୋଧ

Sunil Chandra Nayak

କବିତା ସାହୁ ଙ୍କ ପ୍ରବନ୍ଧ ପ୍ରଥମ ଓଡ଼ିଆ

Sunil Chandra Nayak

Leave a Comment

error: Content is protected !!