ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଚତୁର୍ଥ ବ୍ଯାଚ କ୍ଷମତା ନିର୍ମାଣ ତାଲିମ କାର୍ଯ୍ୟକ୍ରମ ଉଦଘାଟିତ

ନୂଆପଡ଼ା ଜିଲ୍ଲା ଖଡ଼ିଆଳ ସ୍ଥିତ ରାଜା ଆର୍ତ୍ତତ୍ରାଣ ସରକାରୀ ଉଚ୍ଚ ବିଦ୍ୟାଳୟରେ ରୂପାନ୍ତରଣ ବିଦ୍ୟାଳୟର ପ୍ରଧାନ ଶିକ୍ଷକ, ଶିକ୍ଷୟିତ୍ରୀ ତଥା ସହକାରୀ ଶିକ୍ଷକ ଓ ଶିକ୍ଷିକା ମାନଙ୍କୁ ନେଇ ଚତୁର୍ଥ ବ୍ଯାଚର କ୍ଷମତା ନିର୍ମାଣ ତାଲିମ କାର୍ଯ୍ୟକ୍ରମ ଉଦଘାଟିତ ହୋଇଯାଇଛି। ଜିଲ୍ଲା ଶିକ୍ଷା ଅଧିକାରୀ ଫୁଲମଣି ମୁର୍ମୁ ଓ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ସୁଧାଂଶୁ ଶେଖର ମିଶ୍ରଙ୍କ ପ୍ରତ୍ଯକ୍ଷ ତତ୍ତ୍ୱାବଧାନରେ ପାଞ୍ଚ ଦିନ ବ୍ଯାପି ଏହି ତାଲିମ ପ୍ରଦାନ କରାଯିବ। ଉଦଘାଟନୀ ସମାରୋହରେ ବିଦ୍ୟାଳୟର ବରିଷ୍ଠ ଶିକ୍ଷକ ସୁର ବିଜୟ କାନ୍ତ ତାଣ୍ଡି ଅଧ୍ଯକ୍ଷତା କରିଥିବା ବେଳେ ନୂଆପଡ଼ା ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଉତ୍କଳମଣି ଅଗସ୍ତି, ଜିଲ୍ଲା ବିଜ୍ଞାନ ନିରୀକ୍ଷକ ଅଶ୍ୱିନୀ କୁମାର ଭୋଇ, ଶୈକ୍ଷିକ ବିକାଶ ସଂଯୋଜକ ହେମନ୍ତ କୁମାର ଭୋଇ, ପ୍ରୋଗ୍ରାମର ନିଖିଳ ଓଝା ଓ ଏମ୍.ଆଇ.ଏସ୍. ସଂଯୋଜକ ଧର୍ମେନ୍ଦ୍ର କୁମାର ଦଣ୍ଡସେନା ମଞ୍ଚାସୀନ ଥିଲେ। ରାଜା ଆର୍ତ୍ତତ୍ରାଣ ସରକାରୀ ଉଚ୍ଚ ବିଦ୍ୟାଳୟର ଶିକ୍ଷକ ଗୌରାଙ୍ଗ କୁମାର ସାହୁ ମଞ୍ଚ ପରିଚାଳନା କରିଥିବା ବେଳେ ଶିକ୍ଷକ ଅଶୋକ କୁମାର ବେହେରା ଧନ୍ୟବାଦ ଅର୍ପଣ କରିଥିଲେ। ପ୍ରକାଶଥାଉକି, ଖଡ଼ିଆଳ, ସିନାପାଲି ଓ ବୋଡେନ ବ୍ଲକ ଅନ୍ତର୍ଗତ ବିଭିନ୍ନ ରୂପାନ୍ତରଣ ବିଦ୍ୟାଳୟର ପଚାଶ ଜଣ ଶିକ୍ଷକ ଶିକ୍ଷୟିତ୍ରୀ ତାଲିମ ଗ୍ରହଣ କରୁଛନ୍ତି। କାର୍ଯ୍ୟକ୍ରମରେ ବିଦ୍ୟାଳୟର ଶିକ୍ଷକ ଗୌରୀ ଶଙ୍କର ଦୁବେ , ରତନ ସିଂହ ବାରିକ, ନୀଳିମା ରାଣୀ ସାଗର, ରାଜଶ୍ରୀ ଦଣ୍ଡସେନା, ପ୍ରଭୁଦତ୍ତ ପୁରୋହିତ, ପ୍ରଶାନ୍ତ କୁମାର ପଣ୍ଡା, ଶ୍ଯାମ ନାରାୟଣ ମୁଣ୍ଡ, ବୈଷ୍ଣବ ମେହେର, ଆଶିଷ କୁମାର ପଟ୍ଟନାୟକ, ସିମନ୍ତ ହେର୍ଣା , ନିରଞ୍ଜନ ବିଶ୍ୱାଳ ପ୍ରମୁଖ ସହଯୋଗ କରିଥିଲେ। ନୂଆପଡା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ

Related posts

କାଦୋପଦରରେ ଜୟପାଟଣା ଆଞ୍ଚଳିକ ବ୍ରାହ୍ମଣ ସମାଜର ବୈଠକ ଅନୁଷ୍ଠିତ

ଭତ୍ତା ଟଙ୍କା ପାଇଁ ବ୍ୟାଙ୍କ୍ ଆସିଥିବା ବୃଦ୍ଧ ଅସୁସ୍ଥ : ବ୍ୟାଙ୍କକୁ ଦୌଡ଼ି ବୃଦ୍ଧ ବୃଦ୍ଧା ହନ୍ତସନ୍ତ 

Sunil Chandra Nayak

ସସ୍ମିତେଶ ସାହୁ ଙ୍କ କବିତା କାଳିଆକୁ ପଦେ

Sunil Chandra Nayak

Leave a Comment

error: Content is protected !!