ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ତେନ୍ତୁଳିଖୁଣ୍ଟି ପଞ୍ଚାୟତ ସମିତ : ଭିଜିଲାନ୍ସ ସଚେତନତା ସପ୍ତାହ ଅବସରରେ ସଚେତନତା ରାଲି ଓ ସଭା

ତେନ୍ତୁଳିଖୁଣ୍ଟି – -୪/୧୧/୨୨- ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ପଞ୍ଚାୟତ ସମିତି ସୌଜନ୍ୟ ରେ ଆଜି ଭିଜିଲାନ୍ସ ସଚେତନତା ସପ୍ତାହ ଅବସର ରେ ସଚେତନତା ରାଲି ଓ ସଭା ଆୟୋଜିତ ହୋଇ ଯାଇଛି। ପ୍ରଥମ ପର୍ଯ୍ୟାୟ ରେ ପଞ୍ଚାୟତ ସମିତି ଅଧ୍ୟକ୍ଷା ନିଳେନ୍ଦ୍ରି ନାୟକ ଙ୍କ ନେତୃତ୍ୱ ରେ ବିଭିନ୍ନ ବିଦ୍ୟାଳୟ ଛାତ୍ରୀ ଛାତ୍ର ତଥା ବ୍ଲକ କର୍ମଚାରୀ ଅଧିକାରୀ,ଗଣ ଶିକ୍ଷା ବିଭାଗ ର ବ୍ଲକ ଶିକ୍ଷା ଅଧିକାରୀ କାର୍ଯ୍ୟାଳୟ ର କର୍ମଚାରୀ ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ କାର୍ଯ୍ୟାଳୟ କର୍ମଚାରୀ ଅଙ୍ଗନବାଡ଼ି କର୍ମୀ ଙ୍କୁ ନେଇ ସଚେତନତା ରାଲି ବ୍ଲକ କାର୍ଯ୍ୟାଳୟ ରୁ ବାହାରି ଗ୍ରାମ ପରିକ୍ରମା କରିଥିଲା। ଆଜିର ରାଲି ର ଥିମ ଥିଲା ଏକ ବିକଶିତ ରାଷ୍ଟ୍ର ପାଇଁ ଦୁର୍ନୀତି ମୁକ୍ତ ଭାରତ । ଦୁର୍ନୀତି ସାମାଜିକ ବ୍ୟାଧି, ଦୂର୍ନୀତି କୁ ପ୍ରଶୟ ଦିଅନାହିଁ, ଲୋପ ହେଲେ ଦେଶ ର ହେବ ପ୍ରଗତି ଆଦି ସ୍ଲୋଗାନ ସହ ରାଲି ହୋଇଥିଲା। ପରେ ପଂଚାୟତ ସମିତି ସମ୍ମିଳନୀ କକ୍ଷ ରେ ସଭା ଆୟୋଜିତ ହୋଇଥିଲା। ଏଥିରେ ମୂଖ୍ୟ ଅତିଥିଭାବେ ଭିଜିଲାନ୍ସ ଡି ଏସ ପି କଳାବତୀ ନାଗ ଯୋଗ ଦେଇଥିଲେ। ସଭାର ପରିଚାଳନା ଏ ବି ଡି ଓ କୃପାସିନ୍ଧୁ ନାୟକ କରିଥିଲେ। ବ୍ଲକ ଅଧ୍ୟକ୍ଷ ନିଳେନ୍ଦ୍ରି ନାୟକ ସଭାପତି ତ୍ୱ କରିଥିଲେ। ବ୍ଲକ ଉପାଧ୍ୟକ୍ଷ ରାଜେନ୍ଦ୍ର ବିଶୋଇ ମଧ୍ୟ ମଞ୍ଚ ସୀନ ଥିଲେ। ଆଜିର କାର୍ଯ୍ୟକ୍ରମ ରେ ସାଧୁତା ଓ ସ୍ଵଛତା ସହ ସମସ୍ତ କାର୍ଯ୍ୟ କରିବା ,ଜୀବନର ପ୍ରତ୍ୟେକ କ୍ଷେତ୍ର ରେ ସଚ୍ଚୋଟତା ସହ ଆଇନ ଶାସନ କୁ ଅନୁପାଳ ନ କରିବାକୁ ଆହ୍ୱାନ ଦିଆ ଯାଇଥିଲା। କାର୍ଯ୍ୟକ୍ରମ ରେ ଏ ବି ଇ ଓ ମୋହନ ମଧୁସୂଦନ ବାଘ ,କନିଷ୍ଠ ଯନ୍ତ୍ରୀ ଆଦିତ୍ୟ କୁମାର ମଲ୍ଲିକ ,କ୍ରାନ୍ତି ପଟ୍ଟନାୟକ, ହେମନ୍ତ କୁମାର ବସନ୍ତିଆ,ଡବ୍ଲୁ ଇ ଓ ଜଗମୋହନ ମାଝୀ, ବିପ୍ପଣୀ ନିରୀକ୍ଷକ ରୋହିତ ମାଝୀ ଜି ପି ଇ ଓ ମଣ୍ଟୁ ସ୍ୱାଇଁ ,ବି ଏସ ଏସ ଓ ରବିନ୍ଦ୍ର ସାହୁ , ପି ଇ ଓ ରୁଦ୍ର ପ୍ରତାପ ଷଡ଼ଙ୍ଗୀ ,ଜଗନ୍ନାଥ ମେଲକା, ଅମିତ ଭୂଷଣ ପ୍ରମୁଖ ଉପସ୍ଥିତ ଥିଲେ। ଚଳିତ ବର୍ଷ ଦୂର୍ନୀତି ନିବାରଣ ସପ୍ତାହ ଅଵସର ରେ ବିଭାଗ ଗୁଡିକ ସକ୍ରିୟତା ସହ ସଚେତନତା କରିବା ର କାରଣ ସନ୍ଦେହ ସୃଷ୍ଟି କରୁଛି । କଣ ଚଳିତ ବର୍ଷ ହିଁ ଦୂର୍ନୀତି ମୁକ୍ତ ପାଇଁ ସରକାର ଜାଗ୍ରତ ହେଲେ?

ଗୋବର୍ଦ୍ଧନ ସାହୁ ,ତେନ୍ତୁଳିଖୁଣ୍ଟି

Related posts

ମିଶନ ଶକ୍ତି ଋଣ ମେଳା ରେ ୧୮୧ ସ୍ବୟଂ ସହାୟକ ଗୋଷ୍ଠୀଙ୍କୁ ତିନି କୋଟି ୭୨ ଲକ୍ଷ ଋଣ ପ୍ରଦାନ 

Sunil Chandra Nayak

ଘର ଭୁଶୁଡି ଦୁଇ ପରିବାର ସର୍ବସାନ୍ତ

Sunil Chandra Nayak

ସାହିତ୍ୟ ଅଗଣା

Sunil Chandra Nayak

Leave a Comment

error: Content is protected !!