ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଦିଲ୍ଲୀପ କୁମାର ନନ୍ଦୀ ଙ୍କ କବିତା ହଜିଲା ଦରବ:–୨

ହଜିଲା ଦରବ:–୨

 ଦିଲ୍ଲୀପ କୁମାର ନନ୍ଦୀ

 

ଲୁଚି ଆସିଲାଣି ବର୍ଣ୍ଣବୋଧ ବହି

ବୁଡ଼ି ତ ଗଲାଣି ସିଲଟ

ଫୁଲଖଡ଼ିକୁ ତ ପଚାରୁଛି କିଏ

ଉଠିଲାଣି ଚ଼ାଟଙ୍କ ଠୁ ଛାଟ।।

 

କାଠି କଲମଟା ଗଲାଣି ତ ହଜି

ଝୁରି ମଲା ଝର କଲମ

କାଳି ଦୁଆତଟା ସମାଧି ନେଲାଣି

ଅଜାଙ୍କ ଫତେଇ ଢିଲା ମ।।

 

ରଙ୍ଗବତୀଟା ତ ରଙ୍ଗ ପାଇଁ ଝୁରେ

ସିନ୍ଦୂର ବଦଳେ ଟିକିଲି

ଓଢ଼ଣି ଘୋଢ଼ଣି ଲାଜ ବୁଡ଼ିଲାଣି

ଦେଢ଼ଶୁର ସାଂଗେ ଚୁଗୁଲି।।

 

ଘମ ନନ୍ଦିଆ ତ ଖପରା ହେଲାଣି

ସିନ୍ଦୁକଟା ଚୁଲି ସନ୍ଧିରେ

ଅମାର ଖମାର ଖଳା ଦିଶୁନାହିଁ

ଆହାଃ କି ବିଜ୍ଞାନି ବୁଦ୍ଧିରେ।।(ବିଜ୍ଞାନ-ବିଗତ ଜ୍ଞାନ)

 

ବୃକ୍ଷ ତରୁ ଲତା ଧ୍ୱଂସ ହୋଇଲାଣି

କଂକ୍ରିଟ ଜଙ୍ଗଲ ଖୁନ୍ଦି ହେ

ହା ଅନ୍ନ ହା ଅନ୍ନ ଶୁଭି ଆସିଲାଣି

କର୍ଣ୍ଣ ଡେରି ଶୁଣ ଶୁଦ୍ଧି ହେ।।

କାଏମା, ଧର୍ମଶାଳା, ଯାଜପୁର

 

Related posts

କବିତା – ଅନ୍ତର ର ଦାହ

Sunil Chandra Nayak

ନିଟ୍ରା ତରଫରୁ ଇଞ୍ଜିନିୟରସ ଦିବସ ପାଳିତ

Sunil Chandra Nayak

ତେନ୍ତୁଳିଖୁଣ୍ଟି ପଞ୍ଚାୟତ ସମିତି ସୌଜନ୍ୟ ରେ ଅନ୍ତର୍ଜାତୀକ ବରିଷ୍ଠ ନାଗରିକ ଦିବସ ପାଳିତ

Sunil Chandra Nayak

Leave a Comment

error: Content is protected !!