ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଇ ହେଲଥ ଯୋଜନାରେ ଅନିୟମିତତା …

କାର୍ଯ୍ୟ କରୁଥିବା କର୍ମଚାରୀ ଦୀର୍ଘ ୫ମାସ ହେଲାଣି ଦରମା ପାଇନାହାଁନ୍ତି..

ରାଉରକେଲା/ ରାଜ୍ୟ ସରକାର ସ୍ବାସ୍ଥ୍ୟ ସେବାକୁ ଗୁରୁତ୍ୱ ଦେଉଥିବା ବେଳେ ସୁନ୍ଦରଗଡ ଜିଲ୍ଲାରେ ଡିଏମଏଫ(ଡିଷ୍ଟ୍ରିକ୍ଟ ମିନେରାଲ ଫଣ୍ଡ),ସୁନ୍ଦରଗଡ ତରଫରୁ ଜିଲ୍ଲାବାସୀଙ୍କୁ ମାଗଣା ପ୍ରତିଷେଧକ ସ୍ବାସ୍ଥ୍ୟ ସେବା ଶିବିର ବା ଭିଏଚଏନଡି ନାମରେ ସେବା ଯୋଗାଇ ଆସୁଛନ୍ତି। ୨୦୨୧ ମସିହା ଅଗଷ୍ଟ ୧୫ରୁ ଆରମ୍ଭ ହୋଇଥିବା ଏହି ଯୋଜନା ସଂପ୍ରତିଜିଲ୍ଲାରଲେଫ୍ରିପଡା,ହେମଗିରି,ଜାରଙ୍ଗଲୋଇ,କୁଆରମୁଣ୍ଡା,ତିଲକାନଗର,ଡିଏଭି ଛକ, ରାଜଗାଙ୍ଗପୁର,ଗୁରୁଣ୍ଡିଆ,କୋଇଡା,ସୁନ୍ଦରଗଡ ମୁଖ୍ୟ ଚିକିତ୍ସାଳୟ,କଲୁଙ୍ଗା ଆଦି ଅଂଚଳରେ ଏହି ସେବା ଯୋଗାଇ ଦିଆଯାଉଛି। ତେବେ ଅଭିଯୋଗ ହୋଇଛି ଯେ ଗତ ମାସ ମଧ୍ୟରେ ଯେତେ ଜାଗାରେ ସ୍ବାସ୍ଥ୍ୟ ପରୀକ୍ଷା କରାଯାଇଛି କୌଣସି ଜାଗାରେ ପୂରା ପାରାମିଟର ଟେଷ୍ଟ ହୋଇନାହିଁ। ଉଦାହରଣ ସ୍ୱରୂପ କଲୁଙ୍ଗା ବ୍ଲକରେ ହୋଇଥିବା ପାଖାପାଖି ୪୦୦ଜଣ ଓ ସୁନ୍ଦରଗଡ ଜିଲ୍ଲା ହେଡକ୍ବାଟର ଅଂଚଳରେ ପ୍ରାୟ ଦେଢ ହଜାର ଲୋକଙ୍କ ଟେଷ୍ଟ ରିପୋର୍ଟରେ ଇଲୋକ୍ଟ୍ରୋଲାଇଟ,ଏସଜିଓଟି,ଏସଜିପିଟି,କ୍ଲୋରେଷ୍ଟ୍ରାଲ,ଏଲଡିଏଲ,ଆରବିଏସ,ଏଫବିଏସ,ପିପିବିଏସ,ସିଏଚ ରେସିଓ ଏବଂ ଇସିଜି ଆଦିର ରିପୋର୍ଟ ଦିଆଯାଉନାହିଁ। ଶୁଣିବାକୁ ମିଳୁଛି ଯେ ଇ ହେଲଥ କମ୍ପାନୀ(ଇ ହେଲଥ ସିଷ୍ଟମ୍ ଟେକ୍ନୋଲୋଜୀ,ପୁଣେ) ଟାର୍ଗେଟ ପୂରଣ ପାଇଁ ତରବରିଆ ଭାବରେ ଏଭଳି ରିପୋର୍ଟ ଦେଉଛନ୍ତି। ସେହିଭଳି ଏହି କମ୍ପାନୀ ୭ଲକ୍ଷ ଟଙ୍କା ନେଇ ରାଉରକେଲାର ଶ୍ରୀ ସାଇ ଏଣ୍ଟରପ୍ରାଇଜେସ କୁ ରିଏଜେଣ୍ଟ ଭାବେ ଲାବୋରେଟରୀ ଟେଷ୍ଟ ପାଇଁ ସାମଗ୍ରୀ ଦେଇଥିଲେ ମଧ୍ୟ ବିଗତ ୪ମାସ ଧରି କୌଣସି ପେମେଣ୍ଟ ଦିଆଯାଇନାହିଁ । ସେହିପରି ଏହି କମ୍ପାନୀରେ କାମ କରୁଥିବା କୌଣସି ଷ୍ଟାଫ୍ ଙ୍କୁ ବିଗତ ୫ମାସ (ଜାନୁଆରୀ ମାସରୁ)ଦରମା ଦିଆଯାଉନାହିଁ। ଅନ୍ୟ ପକ୍ଷେ ଏଠାରେ କାମ କରୁଥିବା କର୍ମଚାରୀ ମାନଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରାଯାଇନାହିଁ। ଏ ସଂପର୍କରେ କଂପାନିରେ କାମ କରୁଥିବା କର୍ମଚାରୀ ମାନେ ପଚାରିଲେ, କହୁଛନ୍ତି କାମ ଛାଡିଦିଅ। ଏହି କଂପାନି କାମରେ ଯୋଗଦେବାବେଳେ କୌଣସି ଟାର୍ଗେଟ ନଥିବା ବେଳେ ଏବେ ୩୦ହଜାର ଟାର୍ଗେଟ ହେଲେ ଦରମା ଦିଆଯିବା କଥା କହୁଛନ୍ତି ବୋଲି ଅଭିଯୋଗ ହେଉଛି। ଏହି କାର୍ଯ୍ୟରେ କର୍ମଚାରୀଙ୍କୁ ଲଗାଇ ଥିବା ସିନେଟ୍ କଂପାନିର ରାଜ ସାହୁଙ୍କୁ ଯୋଗାଯୋଗ କରିବାରୁ ସେ କହିଲେ ଯେ କିଛି ଅସୁବିଧା ହୋଇଛି। ତେବେ ୩୦ହଜାର ଟାର୍ଗେଟକୁ ପୂରଣ କରିବା ପାଇଁ କିଛି ବାକି ଅଛି। ଏହା ସହ ସବୁ ପାରାମିଟର ଟେଷ୍ଟ ହେଉଛି ବୋଲି କହିଥିଲେ। ପୁଣେ କଂପାନିର ପ୍ରଡକ୍ସନ ହେଡ ସ୍ବପ୍ନିଲ କୁହନ୍ତି ଯେ ଜିଲ୍ଲାପାଳ ୩୦ ହଜାର ଟାର୍ଗେଟ ଦେଇଥିବାବେଳେ ସେଥି ମଧ୍ୟରୁ ପାଖାପାଖି ୨୭୫୦୦ଟେଷ୍ଟ ହୋଇ ଗଲାଣି। ବାକି ଆଉ କିଛି ହୋଇଗଲେ ଜୁନ ମାସ ୧୫ ତାରିଖ ବେଳକୁ ଦରମା ଦିଆହୋଇଯିବ। ଏ ସଂପର୍କରେ ସୁନ୍ଦରଗଡ ସିଡିଏମଓ ଡାକ୍ତର ସରୋଜ ମିଶ୍ରଙ୍କ ସହ ଯୋଗାଯୋଗ କରାଯିବାରୁ ସେ କହିଲେ ଯେ ଦରମା ମିଳିନାହିଁ ବୋଲି ମୋ ପାଖରେ କୌଣସି ଅଭିଯୋଗ ହୋଇନାହିଁ । ଅନ୍ୟ ପଟରେ ଡିଏମଏଫ ର କର୍ମକର୍ତ୍ତା ମୁନମୁନ ଦାସ ମହାପାତ୍ର କହିଲେ ଯେ ସ୍ବାସ୍ଥ୍ୟ ପରୀକ୍ଷାରେ କୌଣସି ପାରାମିଟର ପରୀକ୍ଷା ହୋଇନଥିଲେ ତାହା କାର୍ଯ୍ୟକାରୀ ହେବନାହିଁ କି ଅଧା କାମ କରିଥିଲେ ପଇସା ମିଳିବ ନାହିଁ। ତେବେ ସେ ଏସଂପର୍କରେ ଦୃଷ୍ଟି ଦେବେ ବୋଲି କହିଥିଲେ। ଯଦି ଏହା ସତ,ତେବେ ଟେଷ୍ଟ ରେ ଥିବା ପ୍ରାୟ ୪୦ଟି ପାରାମିଟରରୁ ମାତ୍ର ୧୨/୧୫ଟି ଟେଷ୍ଟ କରିଦେଇ କିପରି ଟାର୍ଗେଟ ପୂରଣ ହେବ ସେନେଇ ଚେଷ୍ଟା ଚାଲିଛି। ଅନ୍ୟ ପଟରେ ଜୁନ ମାସ ୧୫ତାରିଖ ପାର ହେଲାଣି। କାମ କରୁଥିବା କର୍ମଚାରୀ ୫ମାସ ହେଲାଣି ଦରମା ନପାଇ ହଇରାଣ ହେଉଛନ୍ତି। ତେଣୁ ଏଭଳି ସ୍ପର୍ଶକାତର ପ୍ରସଙ୍ଗରେ ଜିଲ୍ଲାପାଳ ହସ୍ତକ୍ଷେପ କରିବାକୁ ସାଧାରଣରେ ଦାବି ହେଉଛି।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ।

Related posts

ପ୍ରସନ୍ନ କୁମାର ସାହୁ ଙ୍କ କବିତା ଜଣା ନ ପଡ଼ଇ କିଛି

Sunil Chandra Nayak

ତଲାଗାଁ ଠାରେ ନୂତନ ଧାନ ମଣ୍ଡି ଉଦଘାଟନ କଲେ ଜନ ପ୍ରତିନିଧି ଓ ଅଧିକାରୀ

Sunil Chandra Nayak

ସହରକୁ ପଲିଥିନ ମୁକ୍ତ ଓ ଅନ୍ୟାନ୍ୟ ସମସ୍ୟା କୁ ନେଇ ଧର୍ମଗଡ଼ ଏନଏସି ରେ ବ୍ୟବସାୟୀ ସଂଘର ବୈଠକ

Leave a Comment

error: Content is protected !!