ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଓଡ଼ିଶା କୁଡୁମି ସେନା ସ୍ବାଭିମାନ ଦିବସରେ ରାଜ୍ୟସଭା ସାଂସଦ ମମତା ମହାନ୍ତ,ଚମ୍ପୁଆ ବିଧାୟିକା ମିନାକ୍ଷୀ ମହାନ୍ତଙ୍କ ଯୋଗଦାନ

ମୟୂରଭଞ୍ଜ -୨୩/୬/୨୨(ମସିହା) ମୟୂରଭଞ୍ଜ ଜିଲ୍ଲାର ବାମନଘାଟୀ ଉପଖଣ୍ଡର ବହଳଦା ବ୍ଲକର ଗମ୍ଭାରିଆ ରାବଣ ପୋଡି ମଇଦାନରେ ଓଡ଼ିଶା କୁଡୁମି ସେନା ପକ୍ଷରୁ ସ୍ବାଭିମାନ ଦିବସ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି ।ସାରା ଭାରତରେ ଓଡ଼ିଶା, ଝାଡ଼ଖଣ୍ଡ, ପଶ୍ଚିମବଙ୍ଗ,ବିହାର ,ଆସାମ ଓ ନେପାଳରେ ୨ କୋଟିରୁ ଉର୍ଦ୍ଧ୍ବ କୁଡୁମି ସଂପ୍ରଦାୟର ଲୋକେ ବସବାସ କରୁଛନ୍ତି ।୧୯୫୦ ମସିହା ପର୍ଯ୍ୟନ୍ତ ସେମାନଙ୍କୁ ଆଦିବାସୀ ମାନ୍ୟତା ମିଳିଥିଲା ।ପରେ ଚକ୍ରାନ୍ତକାରୀଙ୍କ ଯୋଗୁଁ କୁଡୁମି ସମ୍ପ୍ରଦାୟକୁ ଆଦିବାସୀ ତାଲିକାରୁ ମାନ୍ୟତା ବାଦ କରି ଦିଆଯାଇଛି । ଆଦିବାସୀ ମାନେ ଯେଉଁଅଂଚଳରେ ବସବାସ କରୁଛନ୍ତି ସେହି ଇଲାକାରେ କୁଡୁମି ସମାଜର ଲୋକେ ବସବାସ କରି ଆସୁଛନ୍ତି । ସେମାନଙ୍କର ସଂସ୍କୃତି ଆଦିବାସୀ ସଂସ୍କୃତି ସହିତ ସାମଞ୍ଜସ୍ୟ ରହିଛି ।ଦିର୍ଘ ୭୦ ବର୍ଷରୁ ଉର୍ଦ୍ଧ୍ବ ହେଲା କୁଡୁମି ସଂପ୍ରଦାୟର ଲୋକେ ପୁନଃ ଆଦିବାସୀ ମାନ୍ୟତା ଫେରି ପାଇବା ପାଇଁ ଦାବି କରି ଆସୁଛନ୍ତି ।ଏବେ ଗତ କିଛି ବର୍ଷ ହେଲା କୁଡୁମି ସମାଜର ଲୋକେ ବିଭିନ୍ନ ରାଜ୍ୟରେ ଆଦିବାସୀ ମାନ୍ୟତା ପାଇଁ ଆନ୍ଦୋଳନ ଜାରି ରଖିଛନ୍ତି । ରାଜ୍ୟ ସରକାର ଏବଂ କେନ୍ଦ୍ର ସରକାରଙ୍କ ପାଖରେ ଯେତେଥର ଦାବି ଉପସ୍ଥାପନ କଲେମଧ୍ଯ ଅଣଦେଖା କରୁଛନ୍ତି । ଏହାକୁ ସେମାନେ କୁଡୁମି ସମାଜର ଲୋକେ ସ୍ବାଭିମାନ ଦିବସ ଭାଵେ କହୁଛନ୍ତି ।କରୋନା ପାଇଁ ଦୁଇ ବର୍ଷ ପାଳନ କରାଯାଇନଥିଲା । ଚଳିତ ବର୍ଷ ଗମ୍ଭାରିଆ ରାବଣପୋଡ଼ି ମଇଦାନରେ‌ ଓଡିଶା କୁଡୁମି ରାଜ୍ୟ ସଭାପତି ଦିବ୍ୟସିଂହ ମହାନ୍ତ ଙ୍କ ନେତୃତ୍ବରେ ସ୍ବାଭିମାନ ଦିବସ ପାଳନ କରାଯାଇଛି । ମୁଖ୍ୟ ଅତିଥି ଭାବେ ରାଜ୍ୟ ସଭା ସାଂସଦ ମମତା ମହାନ୍ତ, ସମ୍ମାନିତ ଅତିଥି ଚମ୍ପୁଆ ବିଧାୟିକା ମିନାକ୍ଷୀ ମହାନ୍ତ, ଝାଡ଼ଖଣ୍ଡ ରାଜ୍ୟ ଷଢେ଼ଇକଳା ଅଂଚଳର ପଦ୍ମଶ୍ରୀ ଛୁଟନୀ ମହାନ୍ତ,ବଡବିଲ ମ୍ୟୁନିସିପାଲଟି ଅଧ୍ୟକ୍ଷ ଲକ୍ଷ୍ମଣ ମହାନ୍ତ,ଓଡ଼ିଶା କୁଡୁମି ସେନା ରାଜ୍ୟ ସଂପାଦକ ଲଛମନ ମହାନ୍ତ, ରାଜ୍ୟ ଉପସଭାପତି ମିତ୍ରଭାନୁ ମହାନ୍ତ, ସାଧାରଣ ସମ୍ପାଦକ ଦୁର୍ଗାଚରଣ ମହାନ୍ତ ,ରାଜ୍ୟ ମହିଳା ସଭାନେତ୍ରୀ ସବିତା ମହାନ୍ତ,କେନ୍ଦୁଝର ଜିଲ୍ଲା ସଭାପତି ତ୍ରିଲୋଚନ ମହାନ୍ତ, ମୟୂରଭଞ୍ଜ ଜିଲ୍ଲା ସଭାପତି ଫୁଣ୍ଟୁସ ମହାନ୍ତ,ବାମନଘାଟୀ ଉପଖଣ୍ଡ ସଭାପତି ତରଣୀସେନ ମହାନ୍ତ, ପୂର୍ଣ୍ଣିମା ମହାନ୍ତ,ପ୍ରତିଭା ମହାନ୍ତ, ସବିତା ମହାନ୍ତ, ସଚ୍ଚିଦାନନ୍ଦ ମହାନ୍ତ ପ୍ରମୁଖ ସାମିଲ ହୋଇଥିଲେ । ରାଜ୍ୟ ସଭା ସାଂସଦ ମମତା ମହାନ୍ତ କୁଡୁମି ମାନଙ୍କୁ ଆଦିବାସୀ ମାନ୍ୟତା ଦାବି ପାଇଁ ରାଜ୍ୟସଭାରେ ଦୁଇ ଦୁଇଥର ପ୍ରସଙ୍ଗ ଉଠାଥିଲୃ ।ସେ କହିଥିଲେ ଆମେ ଆମର ହକ୍ ଆଦିବାସୀ ମାନ୍ୟତା ହାସଲ ପର୍ଯ୍ୟନ୍ତ ସଂଗ୍ରାମୀ ଜାରି ରଖିବୁ ବୋଲି କହିଥିଲେ । ସମ୍ମାନିତ ଅତିଥି ମିନାକ୍ଷୀ ମହାନ୍ତ କୁଡୁମି ମାନଙ୍କୁ ମୁଖ୍ୟ ସ୍ରୋତରେ ସାମିଲ କରିବା ପାଇଁ ସେ ସବୁବେଳେ ପ୍ରଚେଷ୍ଟାରେ ରହିବେ ବୋଲି କହିଥିଲେ । ପ୍ରାରମ୍ଭରେ ଗମ୍ଭାରିଆ ହାଇସ୍କୁଲ ପାଖରୁ ଏକ ବିଶାଳ ଶୋଭାଯାତ୍ରାରେ ବାଜା,ମାଧବ ଓ ନୃତ୍ୟରେ ଅତିଥିମାନଙ୍କୁ ମଇଦାନକୁ ପାଛୋଟି ନିଆଯାଇଥିଲା । ଦିବ୍ୟସିଂହ ମହାନ୍ତି କହିଥିଲେ ଆମର ହକ୍ ହ।ସଲ ପାଇଁ ଏହି ସ୍ବାଭିମାନ ଦିବସରେ ମୂଳ ଲକ୍ଷ୍ୟ । ସମସ୍ତେ ଏକଜୁଟ ହୋଇ ହକ୍ ହାସଲ ପାଇଁ ଆଗେଇ ଆସିବା ଉଚିିତ ବୋଲି କହିଥିଲେ ।ପରେ ଧୁମ୍ ସଙ୍ଗୀତ ଓ ନୃତ୍ୟରେ ପଡିଆଟି ଉତ୍ସବ ମୁଖର ହୋଇଉଠିଥିଲା ।ବହୁ ସଂଖ୍ୟାରେ କୁଡୁମି ସମାଜର ସଂସ୍କୃତି ପ୍ରେମୀ,କବି,ଲେଖକ, ବୁଦ୍ଧିଜୀବୀ,ମହିଳା ଯୁବ, ଛାତ୍ର ଯୋଗଦେଇଥିଲେ । ସରକାର କୁଡୁମି ଦାବି ପ୍ରତି ଅଣଦେଖା କଲେ ଆଗକୁ ଆନ୍ଦୋଳନ ତିବ୍ରତର କରାଯିବ ବୋଲି ଅତିଥିଗଣ କହିଥିଲେ ।

 ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ 

Related posts

ପ୍ରଶାନ୍ତ କୁମାର ନାଥ ଙ୍କ କବିତା ପାରିବ କି ଜୟ କରି

Sunil Chandra Nayak

ଶ୍ରୀ ବିଦ୍ୟାଧର ମହାନ୍ତ ତମ୍ଵାହରା ଙ୍କ କବିତା ଜଗନ୍ନାଥ ଜଣାଣ 

Sunil Chandra Nayak

ଅପର୍ତ୍ତି ସେଠୀ ଙ୍କ କବିତା ଏଇ ଆମ ଶେଷ ଦେଖା

Sunil Chandra Nayak

Leave a Comment

error: Content is protected !!