ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି; ଓଡ଼ିଶାର ୩ଟି ଆସନ ପାଇଁ ହେବ ମତଦାନ

ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି । ଓଡ଼ିଶାର ୩ଟି ଆସନ ପାଇଁ ନିର୍ବାଚନ କମିଶନଙ୍କ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି। ଓଡିଶା ସମେତ ୧୫ ରାଜ୍ୟର ମୋଟ ୫୭ ଆସନ ପାଇଁ ହେବ ନିର୍ବାଚନ । ଜୁନ ୨୧ରୁ ଅଗଷ୍ଟ ଏକ ତାରିଖରେ ମଧ୍ୟରେ ଏହି ସବୁ ଆସନ ଖାଲି ହେବାକୁ ଯାଉଛି। ସେପଟେ ଜୁନ ୧୦ରେ ତିନୋଟି ଆସନ ପାଇଁ ହେବ ମତଦାନ ।

ସକାଳ ୯ଟାରୁ ଅପରାହ୍ଣ ୪ଟା ଯାଏଁ ହେବ ମତଦାନ। ଓଡ଼ିଶା ସମେତ ୧୫ଟି ରାଜ୍ୟରେ ହେବ ନିର୍ବାଚନ । ଜୁଲାଇ ୧ରେ ସରୁଛି ଓଡ଼ିଶାର ୩ ସାଂସଦଙ୍କ କାର୍ୟ୍ୟକାଳ। ଏନ.ଭାଷ୍କର ରାଓ, ସସ୍ମିତ ପାତ୍ର ଏବଂ ପ୍ରସନ୍ନ ଆଚାର୍ୟ୍ୟଙ୍କ କାର୍ୟ୍ୟକାଳ ଶେଷ ହେଉଛି। ତେବେ ମେ’ ୨୪ରେ ନିର୍ବାଚନ ପାଇଁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇବ। ଏ ଖବର ସାମ୍ନାକୁ ଆସିବା ପରେ ସାରା ରାଜ୍ୟର ରାଜନୈତିକ ମାହୋଲ ବେଶ ଚଳଚଞ୍ଚଳ ହୋଇ ଉଠିଛି ।ଵିଦ୍ୟାଧର ସାହୁଙ୍କ ରିପୋର୍ଟ….

Related posts

ବ୍ଲକ ସ୍ତରୀୟ ଶିଶୁ ମହୋତ୍ସବ ସୁରଭି-୨୦୨୨ ଅନୁଷ୍ଠିତ

Sunil Chandra Nayak

ଯୋଜନା ର ଅନ୍ତ ନାହିଁ କିନ୍ତୁ ଭରତ ରହୁଛି ପଲିଥିନ ଦିଆ ଝାଟିମାଟି କୁଡ଼ିଆରେ ,କେବେ ପଡ଼ିବ ପ୍ରଶାସନ ର ଦୃଷ୍ଟି ?

Sunil Chandra Nayak

ସାପ କାମୁଡ଼ାରେ ଜଣେ ମହିଳା ମୃତ

Sunil Chandra Nayak

Leave a Comment

error: Content is protected !!