ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ବିଳାସିନୀ ପୃଷ୍ଟି ଙ୍କ କବିତା ପୌରୁଷତ୍ବ

ପୌରୁଷତ୍ବ

ଭୋଗ ବିଳାସ କି ଐସ୍ଵର୍ଯ୍ୟ ସମ୍ପତ୍ତି
ନୁହେଁ ତୁମ ପୌରୁଷତ୍ବ
ଧ୍ଵଂସ ବିଧ୍ଵସ ଏ ଧରଣୀର ରକ୍ଷା
ତୁମ କର୍ତ୍ତବ୍ୟ ଦାଇତ୍ୱ
ଶୃଙ୍ଖଳା ମମତା ହଜୁଛି ସମାଜୁ
 ଭରି ସୁରକ୍ଷା ସାହାସ 
ଜନ୍ମଭୂମି ଆଉ ଜନନୀ ମୁଖରେ
ଫେରାଅ ପୂରୁବ ହସ
ସରଗଠୁ ବଳି ରାଇଜ ଆମର
ହୋଇଲାଣି ଶିରି ହିନ
ଭ୍ରୁଲୁଣ୍ଠିତ ଆଉ ଧର୍ଷଣ ବଢ଼ଇ
ନୀରବ କି ସମାଧାନ
ପୁରୁଷ ହୋଇଛ ଭିରୁ ସାଜିଅଛ
ସବୁ ଜାଣି ଵି ଅଜଣା
କାହିଁକି ସମାଜେ ଏ ମାଟିର ଧନ
ହେଉଛି ବାଟ ମାରଣା
ଚିତ୍କାର କରୁଛ ବୀର ପୁତ୍ର ବୋଲି
କାହିଁକି ସାଜିଛ ଭୀରୁ
କଳଙ୍କିତ ଆଜି ମାନବ ସମାଜ
ପୁରୁଷ ହୋଇକି କରୁ
ମଦ ମାଂସ ନାରୀ ଖେଳୁଛନ୍ତି ହୋରୀ
ଅସହାୟ ଏ ଜୀବନ
ମମତା ମରଣ କରଇ ସଂଘର୍ଷ
ଧିକ୍କାର ପୁରୁଷ ଜନ୍ମ
ଭୁଲି ଯାଉଅଛ କର୍ତ୍ତବ୍ୟ ତୁମର
ଦେଖାଉଛ ବଡ ପଣ
ଧନ୍ୟ ପୌରୁଷତ୍ୱ ପୁରୁଷ ପଣିଆ
ମା ହରାଉଛି ମାନ
ମାଟି ଆଜି ଶିରି ହିନ ll

ବିଳାସିନୀ ପୃଷ୍ଟି

ଭୁବନ ଢ଼େଙ୍କାନାଳ

Related posts

କୈଳାସ ଚ଼ନ୍ଦ୍ର ପାଢ଼ୀ ଙ୍କ କବିତା କବିର ପ୍ରଶ୍ନ 

Sunil Chandra Nayak

ଯୁବ ଅନୁଷ୍ଠାନ ଵିକାଶ କାର୍ଯ୍ୟକ୍ରମ ଓ ସ୍ୱଚ୍ଛତା ପଖୱାଡା କାର୍ଯ୍ୟକ୍ରମ

Sunil Chandra Nayak

ଗୋବର୍ଦ୍ଧନପୁର ଗ୍ରାମପଞ୍ଚାୟତ ଗସ୍ତରେ ଲାଞ୍ଜିଗଡ଼ ବ୍ଲକ ଅଧ୍ୟକ୍ଷା

Leave a Comment

error: Content is protected !!