ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ବିଲରୁ ବିଷଧର ସାପକୁ ଉଦ୍ଧାର କଲେ ସ୍ନେକ୍ ହେଲ୍ପ ଲାଇନ ସଦସ୍ୟ ଚିରଞ୍ଜିବୀ ସିଂ

ମୟୂରଭଞ୍ଜ -୨୦/୭/୨୨ (ମସିହା) ବର୍ଷା ବିଳମ୍ବ ଯୋଗୁଁ ଚାଷ ମନ୍ଥର ଗତିରେ ଚାଲିଛି । ଶ୍ରାବଣ ମାସ,ଚାଷ ଋତୁ। କିଛି ଦିନ ହେଲା ବର୍ଷା ଯୋଗୁଁ ଚାଷୀମାନେ ଚାଷ ପାଇଁ ତରତର ହେଉଛନ୍ତି।ଶିଘ୍ର ଶିଘ୍ର ରୁଆ ଵେଉଷଣ କାମ ପାଇଁ ଚାଷୀ ବ୍ୟସ୍ତ । ମୟୂରଭଞ୍ଜ ଜିଲ୍ଲାର ଭାଲୁବଷା ପଞ୍ଚାୟତର ନାଉଯୋଡା ଗ୍ରାମ ରାସ୍ତା ପାର୍ଶ୍ବ ବିଲରେ ଚାଷୀମାନେ ଚାଷ କରୁଥିବାବେଳେ ବିଲ ହିଡ ପାଖରୁ ଏକ ବିଶାଳକାୟ ବିଷଧର ନାଗ ସାପ ସେମାନଙ୍କୁ ଦେଖି ଆଉ ଗର୍ଜନ କରି ଭୟଭୀତ କରାଇଥିଲା । ଚାଷୀମାନେ ଡରିଯାଇ ବିଲକାମ ଛାଡି ରାସ୍ତାକୁ ପ୍ରାଣ ବିକଳରେ ଦୌଡ଼ି ଆସି ବନ ବିଭାଗକୁ ଖବର ଦେଇଥିଲେ । ରାଇରଙ୍ଗପୁର ପୌରାଞ୍ଚଳର ବାଇଦାପୋଷୀ ଗ୍ରାମର ବନ୍ୟପ୍ରାଣୀ ପ୍ରେମୀ ସ୍ନେକ ହେଲ୍ପ ଲାଇନ ସଦସ୍ୟ ତଥା ସର୍ପ ସୁରକ୍ଷା କର୍ତ୍ତା ଯୁବ ସମାଜସେବୀ ଚିରଞ୍ଜିବୀ ସିଂ ଖବର ପାଇ ଘଟଣାସ୍ଥଳରେ ପହଞ୍ଚିଥିଲେ । ବିଲ ହିଡରେ ପଶି କୌଶଳରେ ବିଷଧର ସାପକୁ ଉଦ୍ଧାର କରିବା ସହ ଦୁବୁଲାବେଡା ସଂରକ୍ଷିତ ଜଙ୍ଗଲରେ ସାପଟିକୁ ଛାଡି ଦେଇଛନ୍ତି ।

ମୟୂରଭଞ୍ଜ ରୁ ଅକ୍ଷୟ କୁମାର ବିଶ୍ଵାଳଙ୍କ ରିପୋର୍ଟ

Related posts

ଚାଷ କାର୍ଯ୍ୟରୁ ବିମୁଖ ଯୁଵପିଢୀଙ୍କ ପାଇଁ ଉଦାହରଣ ସାଜିଛନ୍ତି ଉଚ୍ଚ ଶିକ୍ଷିତ ସଫଳ ଯୁବ ଧାନ ଚାଷୀ ସୁଜନ ବାବୁ ‌

Sunil Chandra Nayak

ବେଣୁଧର ସୂତାର ଙ୍କ କବିତା ମାଟିର ମଣିଷ 

Sunil Chandra Nayak

ଓଡ଼ିଆ ଉପନ୍ୟାସ ସାହିତ୍ୟକୁ କଳାହାଣ୍ଡିର ଦାନ ଅତୁଳନୀୟ

Leave a Comment

error: Content is protected !!