ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଭାରସାମ୍ୟ ହରାଇ ଅଟୋ ଓଲଟିଲା, ୨ ଯୁବକ ସମେତ ୩ ମହିଳା ଆହତ

କୋକସରା,୨୮/୬-୨୬ (ମ ନି ସ)  ନମ୍ବର ଜାତୀୟ ରାଜପଥ ଚିଲିଗୁଡା ନିକଟରେ ମଙ୍ଗଳବାର ସନ୍ଧ୍ୟାରେ ଏକ ଅଟୋ ଭାରସାମ୍ୟ ହରାଇ ରାସ୍ତା ରେ ଓଲଟି ପଡିଥିବା ବେଳେ ଅଟୋ ରେ ବସିଥିବା ୨ ଯୁବକ ସମେତ ୩ ମହିଳା ଗୁରୁତର ହୋଇଛନ୍ତି। ଅଟୋ ନମ୍ବର ଓଡ଼ି ୦୮ଡି ୯୬୪୭ ରେ ବାହାଘର ଭୋଜି ଖାଇ ରେଙ୍ଗାଳପାଲି ଗାଁ ରୁ ନିଜ ଗାଁ ଖଳିଗଡ଼ କୁ ଫେରୁଥିବା ବେଳେ ଚିଲିଗୁଡା ନିକଟରେ ଅଟୋ ଓଲଟି ପଡିଥିଲା। ସ୍ଥାନୀୟ ଲୋକ ପହଞ୍ଚି ଆହତ ଙ୍କୁ ଉଦ୍ଧାର କରି କୋକସରା ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ଆହତ ମାନେ ହେଲେ ପ୍ରେମଲାଲ ଶଗଡିଆ(୩୫), ପଦ୍ମା ମହାନନ୍ଦ(୫୫), ରାଜୁ ଶଗଡିଆ (୨୨), ପଦ୍ମାଲୟା ନାଏକ (୬୦), ଚମ୍ପା ଶଗଡିଆ (୫୦) ସମସ୍ତେ ଖଳିଗଡ଼ ଗାଁ କଲୋନୀପଡା ର ବୋଳି ଜଣାପଡିଛି।

Related posts

ସାପ କାମୁଡାରେ ଯୁବକର ମୃତ

Sunil Chandra Nayak

ଚିଲକପୁର ରେ ମହାଭାରତ ପାରାୟଣ କାର୍ଯ୍ୟକ୍ରମ ଉଦଯାପିତ

ରାଇରଙ୍ଗପୁର – ଅଂଶୁଘାତରେ ଅସୁସ୍ଥ ଖବର ବିତରକକୁ ରାସ୍ତାରୁ ଉଦ୍ଧାର କଲା ୧୦୮ ଆମ୍ବୁଲାନ୍ସ

Leave a Comment

error: Content is protected !!