ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

କବି ସୌରଭ ବୈଜୟନ୍ତୀ ମାଳା ମହାପାତ୍ର ଙ୍କ କବିତା ମହା ବିଷୁବ ସଂକ୍ରାନ୍ତି

 

ମହା ବିଷୁବ ସଂକ୍ରାନ୍ତି

କବି ସୌରଭ ବୈଜୟନ୍ତୀ ମାଳା ମହାପାତ୍ର

 

ମହା ବିଷୁବ ସଂକ୍ରାନ୍ତି ଘରେ ଘରେ ଯେ ପାଳନ୍ତି

ଓଡ଼ିଆଙ୍କ ନବ ବର୍ଷ ଏ ଶୁଭ ଦିନ,

ଉତ୍କଳୀୟଙ୍କ ଗୌରବ ନୂଆଁ ପଞ୍ଜିକା ଆରମ୍ଭ

ପୁଣ୍ୟ ବୈଶାଖ ମାସର ପ୍ରଥମ ଦିନ

ଧନ୍ୟ ଧନ୍ୟ ଆମ ସଂସ୍କୃତି,

ଓଡ଼ିଆଙ୍କ ଗର୍ବ ଏ ବିଷୁବ ସଂକ୍ରାନ୍ତି ll୧ ll

 

ପଣା ସଂକ୍ରାନ୍ତି କେ କହେ ଘରେ ଘରେ ପଣା ହୁଏ

ଦେବାଳୟ ମାନଙ୍କରେ ମହା ଉତ୍ସବ

ଗୁଡ଼ ,ନବାତ ,କଦଳୀ ଦରବ ଭଳିକି ଭଳି

ନାରିକେଳ ମିଶା ପଣା କରନ୍ତି ସର୍ବ

ସାଙ୍ଗସାଥୀ ବନ୍ଧୁ ବାନ୍ଧବ,

ପଣା ସଂକ୍ରାନ୍ତି ପାଳନ୍ତି ଧରିଣ ଭାବ ll୨ ll

 

ଜଳ ସଂକ୍ରାନ୍ତିଟି ଏହି ଜଳଛତ୍ର ମେଲି ଦେଇ

ଶୀତଳ କରନ୍ତି ପ୍ରାଣ ରୌଦ୍ର ତାପରୁ

ଆଦ୍ୟାରମ୍ଭ ଗ୍ରୀଷମର ଶେଷ ବସନ୍ତ ଋତୁର

ଗରମ ପବନ ବହେ ସବୁ ଦିଗରୁ

ପବନ ପୁତ୍ର ଯେ ପାବନି,

ଜନମିଲେ ଏହି ଦିନ ଯେ ମହାମାନୀ ll୩ ll

 

ଗୁଡ଼, ଚୁଡ଼ା ଓ ଛତୁଆ , ଦହି କଦଳୀ ନଡିଆ

ତୁଳସୀ ଚଉରା ମୂଳେ ଭୋଗ ଲଗେଇ

ଛିଦ୍ର ଥିବା କଳସରେ ପଣା ଢାଳନ୍ତି ସଧିରେ

ବୃନ୍ଦାବତୀଙ୍କୁ ଭକ୍ତିରେ ହରଷ ହୋଇ

ସବୁ ଦେବାଦେବୀଙ୍କୁ ପୂଜି,

ଶୁଭ ମନାସନ୍ତି ସର୍ବେ ଆନନ୍ଦେ ମଜ୍ଜି ll୪ll

 

ବିଷୁବ ସଂକ୍ରାନ୍ତି ଏହି ପୁରାଣଟି ଅଛି କହି

ଧାର୍ମିକ ତାତ୍ତ୍ଵିକ ମତ ଓଡିଆଙ୍କର

ଅତ୍ୟନ୍ତ ଏ ଶୁଭ ଦିନ ମେରୁ ସଂକ୍ରାନ୍ତି ମହାନ

ଶୁଭକାର୍ଯ୍ୟ ପାଇଁ ଏହା ହେ ଶୁଭଙ୍କର

ମହା ବିଷୁବ ସଂକ୍ରାନ୍ତିର,

ମହତ୍ତ୍ଵ ଓ ମହିମା ଟି ଅଟେ ଅପାର ll୫ll

ଫୁଲବାଣୀ,
କନ୍ଧମାଳ

Related posts

ଟେମରି ଓ ଚିଚିଆ ରେ ବିଶ୍ୱକର୍ମା ପୂଜା ଆୟୋଜିତ 

Sunil Chandra Nayak

ଅପର୍ତ୍ତି ସେଠୀ ଙ୍କ କବିତା ସମାଜ,ସମୟ,ସମ଼୍ବାଦ,ପ୍ରଜାତନ୍ତ୍ର

Sunil Chandra Nayak

ଶତାୟୁ,ବ୍ରଜନାଥ ବଡ଼ଜେନା ସରକାରୀ ଉଚ୍ଚ ବିଦ୍ୟାଳୟ, ଢେଙ୍କାନାଳ ପରିସରରେ ” ପୁଣ୍ୟାତ୍ମା ଗୋପବନ୍ଧୁ ପୁସ୍ତକ ” ବଣ୍ଟନ ଓ ଆଲୋଚନାଚକ୍ର ଅନୁଷ୍ଠିତ 

Sunil Chandra Nayak

Leave a Comment

error: Content is protected !!