ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ବାସନ୍ତୀ ଲତା ଜେନା ଙ୍କ କବିତା ମହାବିଷୁବ ସଂକ୍ରାନ୍ତି

ମହାବିଷୁବ ସଂକ୍ରାନ୍ତି

 

 ବାସନ୍ତୀ ଲତା ଜେନା

 

ଓଡ଼ିଆଙ୍କ ନବ ବର୍ଷ ପଣା ସଂକ୍ରାନ୍ତି

ବୈଶାଖ ପ୍ରଥମ ଦିନ ଲୋକେ ବୋଲନ୍ତି l୧l

ଗ୍ରୀଷ୍ମର ଆରମ୍ଭ ହୁଏ ବସନ୍ତ ଶେଷ

ଝାଞ୍ଜି ପବନ ବହଇ ଶରୀର ଶୁଷ୍କ l୨l

 

ସୂର୍ଯ୍ୟଙ୍କର ତେଜ ବଢେ ପ୍ରଖର ଖରା

ଅଥୟ ଜୀବନ ହୁଏ ଶୁଷ୍କ ଏ ଧରା l୩l

ପଖାଳ ଭାତରେ ମନ ହୁଏ ସନ୍ତୁଷ

ଥଣ୍ଡା ପାନୀୟ ଜଳରେ ମନ ହରଷ l୪l

ଏହି ଦିନ ମାଠିଆରେ ରଖନ୍ତି ପଣା

ଚଉଁରା ମୂଳେ ବାନ୍ଧନ୍ତି କରିଣ କଣା l୫l

ତୁଳସୀ ମୂଳରେ ପାଣି ଟୋପା ଝରଇ

ବସୁନ୍ଧରା ବର୍ଷା କରେ ତୁଳସୀ ପାଇଁ l୬l

ଛତୁଆ କଦଳୀ ଦହି କୋରା ନଡ଼ିଆ

ଚଉଁରା ପାଖରେ ଭୋଗ ଲାଗେ ବଡ଼ିଆ l୭l

ସାରଳା ବିରଜା ଚଣ୍ଡୀ ଦେଵୀ ମନ୍ଦିର

ଝାମୁ ଯାତ୍ରା ହୋଇ ଥାଏ ଭାରି ସୁନ୍ଦର l୮l

ଘଣ୍ଟ ପାଟୁଆ ନାଚନ୍ତି ଘଣ୍ଟ ମୁଣ୍ଡାଇ

ରଡ଼ ନିଆଁରେ ଚାଲନ୍ତି ଦେବୀଙ୍କୁ ଧ୍ୟାୟୀ l୯l

ଦଣ୍ଡ ନାଟ ଅନ୍ତ ହୁଏ ମେରୁ ଯାତରେ

ବ୍ରତ ସମାପନ ହୁଏ ପଣା ଭୋଗରେ l୧୦l

ଛତୁ ପଣା ଭୋଗ ହୁଏ ଘର ମନ୍ଦିରେ

ଶାହି ପଡିଶା ବାଣ୍ଟନ୍ତି ଖୁସି ମନରେ l୧୧l

ପଣା ସଙ୍କରାନ୍ତି ଠାରୁ ପଥିକ ପାଇଁ

ଜଳ ଛତ୍ର ଦାନ ହୁଏ ତୃଷ୍ଣା ମେଣ୍ଟଇ l୧୨l

ଓଡ଼ିଆ ପାଞ୍ଜି ଚଳନ ଆଜ ଦିନରେ

 ଶ୍ରୀମନ୍ଦିରେ ପାଠ ହୁଏ ଜଗା ପାଖରେ l୧୩l

ହନୁମାନଙ୍କ ଜୟନ୍ତୀ ଆଜିର ଦିନ

ଶ୍ରଦ୍ଧାଳୁ ଭକ୍ତ ପୂଜନ୍ତି ଦେଇଣ ମନ l୧୪l

ଓଡ଼ିଆ ସଂସ୍କୃତି ଆମ ଜଗା ନାମରେ

ପରମ୍ପରା ପାଳି ଥାଉ ହସ ଖୁସିରେ l୧୫l

ଗାନ୍ଧୀନଗର, ନବରଙ୍ଗପୁର l

Related posts

ଭାରତୀୟ ଜନତା ପାର୍ଟି ବୌଦ୍ଧ ଜିଲ୍ଲା ତରଫରୁ ଅର୍ଚ୍ଚନା ନାଗ କେଳେ ଙ୍କ।ରି, ଧର୍ମେନ୍ଦ୍ର ସାହୁ ଆତ୍ମହତ୍ୟା ରେ ସଂପୃକ୍ତ ବିଜେଡି ନେତାଙ୍କୁ ତଦନ୍ତ ପରିସର ଭୁକ୍ତ ନେଇ ଦାବିପତ୍ର ପ୍ରଦାନ 

Sunil Chandra Nayak

ଧର୍ମଗଡ଼ ଅଞ୍ଚଳରେ ଚୋରଭୟ ଓ ଗୁଜବ ପ୍ରଚାରକୁ ରୋକିବା ପାଇଁ କଂଗ୍ରେସ ପକ୍ଷରୁ ଧର୍ମଗଡ଼ ଉପଜିଲ୍ଲପାଳଙ୍କୁ ଭେଟି ଦାବୀପତ୍ର ପ୍ରଦାନ

Sunil Chandra Nayak

ତିନୋଟି ମନ୍ଦିରରୁ ଚୋରି

Sunil Chandra Nayak

Leave a Comment

error: Content is protected !!