ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଧର୍ମରାଜ ପ୍ରଧାନ  ଙ୍କ କବିତା ମୁଠି ଛିଆ

ମୁଠି ଛିଆ

ବଏଶାଖ୍ ମାସର୍ ଉଜୁର୍ ପଖର୍ 

          ତିଥିଟା ତିର୍ତିଆ 

ଚଷାପିଲାର୍ ଯେନ୍ଟା ପହେଲା ତିହାର୍ 

        ପଡ୍ସି ମୁଠି ଛିଆ। 

ମୁଠି ଛିଆ ଦିନ୍ କେ ଅଖି ତିର୍ତିଆ ବଏଲେଁ 

          ସବୁ ଲୁକେ ଜାନିପାରସନ୍ 

ମାଟିର୍ ମୁନୁଷ୍ ଚଷାମାନେ ଖାଲି 

         ମୁଠି ଛିଆ ବଲି କହେସନ୍। 

ନୂଆଁ ନଙ୍ଗଲ୍ ନୂଆଁ ଦଅଁରା ଧରି 

         ଚାଷୀ ଯାଏସି ଖେତ୍ କେ 

ନୂଆଁ ଧୁତି ପିନ୍ଧିଁ କରିଆ ଧରି 

        ମୁଡ଼ିଆଟେ ମାର୍ସି ମାଏଟ୍ କେ ।

 ନୂଆଁକରି ହଲେଁ ନଙ୍ଗଲ୍ ଗାର୍ ପକେଇ 

           ନୂଆଁ ଧାନ୍ ମୁଠେ ବୁନ୍ସି 

ଇ ବଛରେଁ ଧାନ୍ ମୁଡ଼ା ମୁଡ଼ା ଫଲୁ ବଲିଁ 

           କେତେଟେ ସପନ୍ ଦେଖ୍ସି। 

ଇ ଦିନର୍ ଅଛେ ବଢ଼ା ମହିମା 

         ପୁରାନର୍ ଲେଖା ଯାହା 

ଚଷାକୁଲର୍ ଦେବ୍’ତା ପର୍ଭୁ ହଲଧର୍ 

         ଇ ଦିନେ ହେଇଥିଲେ ବିହା ।

ପର୍ଶୁରାମ୍ ପର୍ଭୁର୍ ଜନମ୍ ଦିନ୍ ଇଟା 

        ତେର୍ତା ଯୁଗର୍ ମୂଲ୍ 

କାଲିଆ ମାହାପୁରୁର୍ ରଥ ତିଆରିର୍ 

         ହେସି ସମିଆ ଅନୁକୂଲ୍। 

ବ୍ଯାସଦେବ୍ ଡାକ୍’ଲେ ଗଣେଶ୍ ଲେଖ୍ଲେ 

         ଇ ଦିନେ ଭଗବତ୍ ଗୀତା 

ଶିବ ମାହାପୁରୁ ସୃଷ୍ଟିକଲେ କୁବେର୍ କେ 

         ଇ ଦିନେଁ ଧନର୍ ଦେବ୍’ତା। 

ବନବାସ୍ ସମିଆ ଥିଁ ଦୁର୍ପଦିର୍ ହାତୁଁ 

        ଖାଇକରି ଶେଷ୍ ଅରନ୍ 

ଋଷିମାନକର୍ ପେଟ୍ ପୁରାଲେ କୃଷ୍ଣ 

        ସଖିର୍ ଇଚ୍ଛା କଲେ ପୂରନ୍। 

ଇ ଦିନେଁ କଲେଁ ଦାନ୍ ଧରମ୍ ପରେ 

        ଗୁର୍ଦୁ ପୂଇନ୍ ମିଲ୍ସି 

ସୁନା ରୁପା ଟିକେ ଘିନି ଯଦି ପାର୍ଲେଁ 

         ଘରେଁ ଲକ୍ଷ୍ମୀ ବାସ୍ କର୍ସି। 

ସବୁ ଶୁଭ୍ କାମ୍ ମୂଲ୍ କରବାର୍ 

       ଇଟା ବଢ଼େଟେ ଦିନ୍ 

ସମିଆ ଭଲ୍ ଥିଲେଁ କାମ୍ ଭଲ୍ ହେସି 

        ସମିଆ କେ ଟିକେ ଚିହ୍ନ୍। 

   

 ଧର୍ମରାଜ ପ୍ରଧାନ 

ସହକାରୀ ଶିକ୍ଷକ ଜଗନ୍ନାଥ ଉଚ୍ଚ ବିଦ୍ୟାଳୟ

ଝିଲିମିଣ୍ଡା ବ୍ଳକ ଅତାବିରା ଜିଲ୍ଲା-ବରଗଡ

Related posts

ବିଜେପିର ୪୭ ତମ ପ୍ରତିଷ୍ଠା ଦିବସ ମଧୁବାବୁ ଓ ଆମ୍ବେଦକର ମଣ୍ଡଳ ତରଫରୁ ପାଳିତ 

Sunil Chandra Nayak

ମାଁ ଦୁଆରସନି ପୀଠ ରେ ଛତର ଯାତ୍ରା

Sunil Chandra Nayak

ପଦ୍ମଶ୍ରୀ ବାବା ବଳିଆଙ୍କୁ ନାଗରିକ ସମ୍ବର୍ଦ୍ଧନା ଆସନ୍ତା ୧୩ରେ

Sunil Chandra Nayak

Leave a Comment

error: Content is protected !!