ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଶରତ ଚନ୍ଦ୍ର ପଣ୍ଡା ଙ୍କ କବିତା ଅକ୍ଷୟ ତୃତୀୟା 

ଅକ୍ଷୟ ତୃତୀୟା 

 

ଶରତ ଚନ୍ଦ୍ର ପଣ୍ଡା

 

ବୈଶାଖ ଶୁକ୍ଳ ତୃତୀୟା ତିଥି ରେ

ମହତ ଦିବସ ଓଡ଼ିଆ ପାଇଁ,,

ଅକ୍ଷୟ ତୃତୀୟା ଚଷାକୁଳ ଖୁସି

ଅନକୁଳ ଏହି ଦିନ ହୁଅଇ ll 1

 

ଗୀତଗୋବିନ୍ଦ ର ପ୍ରାରମ୍ଭ ଏ ଦିନ

ଜୟ ଦେବ ସ୍ଵାମୀ ଆରମ୍ଭି ଥିଲେ,,

କେନ୍ଦୁବିଲ୍ଵ ଗ୍ରାମେ ପବିତ୍ର କବିତା

ରାଧା କୃଷ୍ଣ ନାମେ ଦ୍ଵିଜ ରଚିଲେ ll 2

 

ଜଗନ୍ନାଥ ନାଥ ଜଗତ ନାଥଙ୍କ

ରଥ କାଠ ହୁଏ ଶୁଭ ଉନ୍ମୋଚ,,

ଶ୍ରୀକ୍ଷେତ୍ର ନଗରେ ପ୍ରତି ଘରେ ଘରେ

ଆନଂଦ ଉତ୍ସବ ହୁଏ ପ୍ରତୀତ ll 3

 

କୁବେର ମହାର୍ଜା ଏହି ପୁଣ୍ୟ ଦିନେ

ଭଣ୍ଡାର କୁ ପ୍ରାପ୍ତି ଯେ ହୋଇଥିଲେ,,

ଏହି ଦିବସରେ ସୂର୍ଯ୍ୟ ଦେବ ପ୍ରଭୁ

ପାଣ୍ଡବେ ଅକ୍ଷୟ ପାତ୍ର କୁ ଦେଲେ ll 4

 

ବିଶ୍ଵ ବୀର ପର୍ଶୁ ରାମ ଏ ତିଥିରେ

ଧରା ଧାମେ ପୁଣି ସ୍ଥିର ହୋଇଲେ,,

ଏହି ଦିନ ପୁଣି ପତିତ ପlବନୀ

ଧରାପୃଷ୍ଠେ ଅବତରଣ ହେଲେ ll 5

 

ଅନ୍ନପୂର୍ଣ୍ଣା ମତା ଏ ପବିତ୍ର ଦିନେ

ହୋଇଥିଲେ ଆବିର୍ଭାବ ସୁଜନେ,,

ମହାଭାରତ ବି ଏହି ଦିବସରେ

ଗଣେଶ ଲେଖିଲେ ବ୍ୟାସ ସଦନେ ll 6

 

ଶୁଭ କାର୍ଯ୍ୟ ପାଇଁ ଏ ଦିନ ବିଖ୍ୟାତ

କୌଣସି ପାଞ୍ଜି ଖୋଜlହୁଏନା,,

ଯାବତୀୟ ପୁଣ୍ୟ କାର୍ଯ୍ୟ କରାଯାଏ

ଏ ଦିବସ ଓଡ଼ିଆଙ୍କ ବାହାନା ll 7

ସା. ନଗୁଆଁ, ପୋ.ଦରକୁଣ୍ଡି,

ଭା.କବିରପୁର, ଜି.ଯାଜପୁର 

 

 

 

Related posts

ସାମ୍ବାଦିକ ସମ୍ମିଳନୀ

Sunil Chandra Nayak

ଉମରକୋଟ୍ ୟୁ ଭି ୫୨ ବଙ୍ଗିୟ ଗ୍ରାମରେ ମା କାଳି ପୁଜା ମହା ଆଡମ୍ବରରେ ପାଳିତ

Sunil Chandra Nayak

କଦଳୀମୁଣ୍ଡା ଛକ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା :ଦୁଇ ବାଇକ ଆରୋହୀ ଗୁରୁତର

Leave a Comment

error: Content is protected !!