ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଆଠ ଦଫା ଦାବି ନେଇ ଅଙ୍ଗନା ବାଡି ଓ ସହାୟକ ଙ୍କ ଅନିର୍ଦ୍ଧିଷ୍ଟ କାଳ ପାଇଁ ଗୋଳମୁଣ୍ଡା ଶିଶୁବିକାଶ ଅଫିସ ସାମନାରେ ଧାରଣା

ଗୋଲାମୁଣ୍ଡା – କଳାହାଣ୍ଡି ଜିଲ୍ଲା ଗୋଳାମୁଣ୍ଡା ବ୍ଲକ ର ଶିଶୁ ବିକାଶ କାର୍ଯ୍ୟାଳୟ ସମ୍ମୁଖରେ ନିଜର ହକ ପାଇଁ ଆଜି ଧାରଣା ରେ ବସିଛନ୍ତି ଗୋଳାମୁଣ୍ଡା ବ୍ଲକ ର 320 ଜଣ ଅଙ୍ଗନାବାଡି କର୍ମୀ ଓ ସହାୟିକା ମାନେ। ସୂଚନା ମୁତାବକ  ଅଙ୍ଗନବାଡି କର୍ମୀ ମାନେ ଦିର୍ଘ 47 ବର୍ଷ ଧରି ନିରବିଛିନ୍ନ ଭାବରେ ସରକାର ଙ୍କ ସମସ୍ତ କାର୍ଯ୍ୟକୁ ସୁଚାରୁ ରୁପେ ସମ୍ପାଦନା କରି ଆସୁଛନ୍ତି ସରକାରଙ୍କ ଛ ଗୋଟି କର୍ଯ୍ୟକୁ ନେଇ ପ୍ରାରମ୍ଭ ହୋଇଥିବା ସମନ୍ୱିତ ଶିଶୁ ବିକାଶ ଯୋଜନା ବର୍ତ୍ତମାନ ସମସ୍ତ ପ୍ରକାରର ଜନମଙ୍ଗଲ କାର୍ଯ୍ୟକୁ ସଫଳ ରୂପାୟନ କରୁଛି ବିଗତ ଦିନରେ କରୋନା ସମୟରେ ଅଙ୍ଗନାବାଡି କର୍ମଚାରୀ ନିଜ ଜୀବନକୁ ବାଜି ଲଗାଇ ସରକାର ଙ୍କ ନିର୍ଦେଶରେ ଘର କୁ ଘର ବୁଲି ସ୍ୱାସ୍ଥ ପରୀକ୍ଷା କରି କରୋନା ରୋଗୀଙ୍କ ଚିହ୍ନଟ କରୁଥିଲେ କରୋନା ସମୟରେ କାମ କରୁ କରୁ ନିଜ ଜିବନଙ୍କୁ ମଧ୍ୟ ଦେଇଥିଲେ । ସରକାରଙ୍କ ଦ୍ୱାରା କରୋନା ଯୋଦ୍ଧା ସହାୟତା ରାଶି ଆଜି ସୁଦ୍ଧା ସମସ୍ତ ଙ୍କୁ ମିଲିନାହିଁ କର୍ମଚାରୀ ଙ୍କ ସମସ୍ୟା ବହୁତ ବାର ସରକାରଙ୍କୁ ଜଣାଇଥିଲେ ମଧ୍ୟ କୋଣସି ସୁଫଲ ମିଲିନାହିଁ । ଗତ 6 ଡିସେମ୍ବର 2021 ମସିହା ରେ ବିଧାନସଭା ନିକଟରେ ଏକ ଧାରଣା ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା ସେତେବେଳେ ସରକାର ସମୟ ନେଇଥିଲେ ଦାବି ପୂରଣ କରିବା ପାଇଁ ହେଲେ ବଡ଼ ଦୁଃଖର ବିଷୟ ଆଜି ଦିନ ସୁଦ୍ଧା ସରକାର ଏ ଦିଗରେ କୋୖଣସି ପଦକ୍ଷେପ ନେଲେନାହିଁ ତେଣୁ ବାଧ୍ୟ ହୋଇ ସଂଘ 21 ନଭେମ୍ବର 2022 ବିଧାନସଭା ନିକଟରେ ଧାରଣ ବିକ୍ଷୋଭ ପ୍ରଦର୍ଶନ କରିଥିବା ପରେ ମଧ୍ୟ ସରକାର କୌଣସି ପଦକ୍ଷେପ ନ ନିଅନ୍ତି ତେବେ ଉକ୍ତ ଠାରୁ ସାରା ରାଜ୍ୟ ରେ କାର୍ଯ୍ୟ ବନ୍ଦ ଆନ୍ଦୋଳନ କରାଯିବ। ମୁଖ୍ୟ ଦାବି ଗୁଡିକ ମଧ୍ୟରେ (1) ଅଙ୍ଗନବାଡ଼ି କର୍ମଚାରୀ ଙ୍କୁ ସରକାରି କର୍ମଚାରୀ ଘୋଷଣା କରିବା (2) ଅଙ୍ଗନବାଡ଼ି କର୍ମଚାରୀ ଙ୍କୁ ମାସିକ 18000 ଓ ସହାୟିକାଙ୍କୁ 10000 ବେତନ ପ୍ରଦାନ କରିବା (3) ମିନି ଅଙ୍ଗନବାଡ଼ି କର୍ମଚାରୀ ମାନଙ୍କୁ ମୁଖ୍ୟ ଅଙ୍ଗନବାଡ଼ି କର୍ମଚାରୀ ଭାବେ ଘୋଷଣା କରିବା (4) ଅଙ୍ଗନବାଡ଼ି କର୍ମଚାରୀ ମାନଙ୍କର EPS, ESIC ଓ Gratuity ଲାଗୁ କରିବା (5) ନୂତନ ଶିକ୍ଷା ନିତି ରେ ଅଭିଜ୍ଞତା ଓ ଯୋଗ୍ୟତା ଅନୁଯାଇ ଓ ବୟସ ସୀମା ନରଖୀ ସମସ୍ତ ଅଙ୍ଗନବାଡ଼ି କର୍ମଚାରୀ ପ୍ରି ପ୍ରାଇମେରୀ ଶିକ୍ଷୟତ୍ରୀ ମାନ୍ୟତା ପ୍ରଦାନ କରିବା (6) ସହାୟିକା ମାନଙ୍କୁ ଆଗ୍ରାଧିକାର ଭିତ୍ତି ରେ ଅଙ୍ଗନବାଡ଼ି କର୍ମଚାରୀ ଙ୍କୁ ପ୍ରମୋସନ ଦେବା (7) 50% ବାହାରୁ ଡାଇରେଟେର ନେଉଥିବା ସୁପରଭାଇଜର ପଦଵୀ ରେ ଗ୍ରାଜୁଏଟ ବା ତତ୍ଧିକ ଯୋଗ୍ୟତା ଥିବା ଅଙ୍ଗନବାଡ଼ି କର୍ମଚାରୀ ଙ୍କୁ ସୁପ୍ରଭାଇଜର ଭାବେ ପ୍ରମୋସନ ଦେବା ଇତ୍ୟାଦି ଏହି ସବୁକୁ ନେଇ ଅଲ ଓଡ଼ିଶା ଅଙ୍ଗନବାଡ଼ି ଲେଡିଜ ୱାର୍କର ଆସୋସିଏସନ ର ଡାକରା କ୍ରମରେ ସମସ୍ତ ବ୍ଳକ ଜିଲ୍ଲା ମାନଙ୍କ ସମନ୍ୱିତ ଶିଶୁ ବିକାଶ କାର୍ଯ୍ୟାଳୟ ସମ୍ମୁଖରେ ଖରେ ଅନିର୍ଦ୍ଧିଷ୍ଟ କାଳ ପାଇଁ ଧାରଣା ଦିଆଯାଇଛି।

ଗୋଲାମୁଣ୍ଡା ରୁ ଦାମୋଦର ଦାସ ଙ୍କ ରିପୋର୍ଟ୍ 

Related posts

ଗୋଲାମୁଣ୍ଡା ମଣ୍ଡଳ ବିଜେପି ପକ୍ଷରୁ ୧୫ ତମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଙ୍କ ବିଜୟ ଉତ୍ସବ ପାଳନ

Sunil Chandra Nayak

ବାଲାଜି ସେଠୀ ଙ୍କ କବିତା ଶରତ ବର୍ଣ୍ଣାଳୀ – ମାଆ ପାଦେ ଅଳି 

Sunil Chandra Nayak

ରୀକ୍ଷିରାମ ମେହେର ଙ୍କ କବିତା ଶେଷ ଇଚ୍ଛା

Leave a Comment

error: Content is protected !!