ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ମୁସ୍କୁଟି ସ୍ଥିତ ମିଳିତ ପଞ୍ଚାୟତ ହାଇସ୍କୁଲ, ରୁପ୍ରା ଠାରେ ବିଶ୍ୱ ସଂସ୍କୃତ ଦିବସ ପାଳନ 

ରୁପ୍ରା, ୨୬/୮ (ମନିସ) : ନର୍ଲା ବ୍ଲକ ଅଧିନ ମୁସ୍କୁଟି ସ୍ଥିତ ମିଳିତ ପଞ୍ଚାୟତ ସରକାରୀ ଉଚ୍ଚ ବିଦ୍ୟାଳୟ ରୁପ୍ରା ଠାରେ ଆଜି ପୂର୍ବାହ୍ନରେ ବିଶ୍ଵ ସଂସ୍କୃତ ଦିବସ ପ୍ରଧାନ ଶିକ୍ଷକ ଅରୁଣ ନାଏକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା। ଏହି ଅବସରରେ ମୁଖ୍ୟ ଅତିଥି ଭାବରେ ରୁପ୍ରା ଜଗନ୍ନାଥ ଉଚ୍ଚ ବିଦ୍ୟାପୀଠର ସଂସ୍କୃତ ଶିକ୍ଷକ ସୁଦାମ ଚରଣ ମିଶ୍ର ଯୋଗଦେଇ ଥିବା ବେଳେ ସମ୍ମାନିତ ଅତିଥି ଭାବରେ ନର୍ଲା ଶିଶୁ ମନ୍ଦିରର ପ୍ରଧାନ ଆଚାର୍ଯ୍ୟ ବୁଦ୍ଧଦେବ ନାଏକ ଯୋଗ ଦେଇଥିଲେ। ବିଦ୍ୟାଳୟର ବରିଷ୍ଠ ଶିକ୍ଷକ ବିଷ୍ଣୁ ଚରଣ ସେନାପତି ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ସଂସ୍କୃତ ଶିକ୍ଷକ କାର୍ତିକେଶ୍ୱର୍ ମିଶ୍ର ମଞ୍ଚ ପରିଚାଳନା କରିଥିଲେ । ସଭାରେ ସଂସ୍କୃତକୁ କିଭଳି ଭାବରେ ବହୁଳ ବ୍ୟବହାର କରାଯାଇ ପାରିବ ସେହି ବାବଦରେ ଅତିଥି ଗଣ ମତବ୍ୟକ୍ତ କରିଥିଲେ । ବିଦ୍ୟାଳୟର ସମସ୍ତ ଶିକ୍ଷକ ଓ କର୍ମଚାରୀ ଉପସ୍ଥିତ ରହି ସହଯୋଗ କରିଥିଲେ।

ରୁପ୍ରା ରୁ ପ୍ରଦୀପ ସେନାପତି ଙ୍କ ରିପୋର୍ଟ 

Related posts

କବି ସୌରଭ ବୈଜୟନ୍ତୀ ମାଳା ମହାପାତ୍ର ଙ୍କ କବିତା ଆମ କନ୍ଧମାଳ ଏହି

Sunil Chandra Nayak

ଥୁଆମୂଳ ରାମପୁର ଠାରେ ଶାନ୍ତିଶୃଙ୍ଖଳା ଭାବରେ ରଥଯାତ୍ରା ଅନୁଷ୍ଠିତ

ସାହିତ୍ୟ ଅଗଣା

Sunil Chandra Nayak

Leave a Comment

error: Content is protected !!