ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ମ୍ୟୁଜିକ୍ ସର୍କଲର ୪୫ତମ ବସନ୍ତ ସମାରୋହ ୨୦୨୨ ଉଦ୍ଘାଟିତ

ରାଉରକେଲା/ରାଉରକେଲାର ଅଗ୍ରଣୀ କଳା ସଂସ୍କୃତି ଅନୁଷ୍ଠାନ ‘ମ୍ୟୁଜିକ୍ ସର୍କଲ’ର ୪ଦିନବ୍ୟାପୀ ପାଳନ ହେବାକୁ ଥିବା ବସନ୍ତ ଉତ୍ସବର ପ୍ରଥମ ଦିନରେ ଏହାଦ୍ୱାରା ପରିଚାଳିତ ‘ସଂଗୀତ ଏବଂ ନୃତ୍ୟ ମହାବିଦ୍ୟାଳୟ’ର ୪୪ତମ ବାର୍ଷିକ ଉତ୍ସବ ତଥା ‘ସ୍ପ୍ରିଂ ଭେଲି ଓଡ଼ିଆ ଓ ଇଂରାଜୀ ମାଧ୍ୟମ ବିଦ୍ୟାଳୟ’ର ୨୩ତମ ବାର୍ଷିକ ଉତ୍ସବ ଏକ ବର୍ଣାଢ଼୍ୟ ପରିବେଶରେ ଅତିଥି ମାନଙ୍କ ଦ୍ଵାରା ପ୍ରଦୀପ ପ୍ରଜ୍ଜ୍ବଳନ ସହ ଶୁଭାରମ୍ଭ ହୋଇଥିଲା। ସର୍ବପ୍ରଥମେ ଗୁରୁ ବାବାଜୀ ଚରଣ ବିଶ୍ବାଳଙ୍କ ନିର୍ଦଶନାରେ ମହାବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କ ଦ୍ବାରା ସ୍ବାଗତ ସଂଗୀତ ତଥା ଦେଶାତ୍ମବୋଧକ ସଂଗୀତ ଗାନ କରାଯାଇଥିଲା। ଅବସରପ୍ରାପ୍ତ ବରିଷ୍ଠ ପ୍ରଶାସକ ମହେନ୍ଦ୍ର କୁମାର ପଟନାୟକଙ୍କ ସଭାପତିତ୍ୱରେ ଆୟୋଜିତ ଏହି ସଭାରେ ‘ଶ୍ରୀଅରବିନ୍ଦଙ୍କ ରାଉରକେଲା ସ୍କୁଲର ଅଧ୍ୟକ୍ଷ ଶିକ୍ଷାବିତ୍ ଗୋଦାବରୀଶ ପଢ଼ିଆରୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଥିଲେ। ଶ୍ରୀପଟ୍ଟନାୟକ ତାଙ୍କ ସଭାପତିତ୍ୱ ଅଭିଭାଷଣରେ ଏହି ସାରସ୍ଵତ ଅନୁଷ୍ଠାନର ଗୌରବମୟ ଅତୀତକୁ ସ୍ମରଣ କରାଇ ନିକଟ ଭବିଷ୍ୟତରେ ଏହାର ସୁବର୍ଣ୍ଣ ଜୟନ୍ତୀ ପାଳନର ଗୌରବ ଅର୍ଜନ କରିବାକୁ ଯାଉଥିବା ସୂଚନାଦେବା ସହ ଅନୁଷ୍ଠାନର ଶୁଭକାମନା କରିଥିଲେ। ମୁଖ୍ୟ ଅତିଥି ଶ୍ରୀ ପଢ଼ିଆରୀ ଦୀର୍ଘ ଦୁଇ ବର୍ଷର କରୋନା ମହାମାରୀ ଯୋଗୁଁ କିପରି ଶିକ୍ଷାନୁଷ୍ଠାନ ମାନଙ୍କର ଆର୍ଥିକ ଦୁଃସ୍ଥିତି ସହ ଛାତ୍ରଛାତ୍ରୀ ମାନଙ୍କର ମାନସିକ ସ୍ଥିତିକୁ ଗଭୀର ଭାବେପ୍ରଭାବିତ କରିଥିଲେ ମଧ୍ୟ ସଂଗୀତ ମାଧ୍ୟମରେ ଏହି ଅନୁଷ୍ଠାନ ସମାଜରେ ସଂହତି ସ୍ଥାପନ ସହ ଜନଗଣଙ୍କ ମାନସିକ ଅବସାଦ ଦୂରକରିବାରେ ସହାୟକ ହୋଇ ପାରିଥିଲା ବୋଲି ବର୍ଣ୍ଣନା କରିଥିଲେ। ସମସ୍ତ ବାଧାବିଘ୍ନକୁ ଅତିକ୍ରମ କରି ମ୍ୟୁଜିକ୍ ସର୍କଲ ଅଧିକ ସୁଦୃଢ ହୋଇ ଆଗକୁ ବଢ଼ି ଚାଲିବ ବୋଲି ସେ ଆଶା ପ୍ରକଟ କରିଥିଲେ । ସାଧାରଣ ସଂପାଦିକା ଶ୍ରୀମତୀ ଅଳକା ଚାନ୍ଦ ଅନୁଷ୍ଠାନର ବାର୍ଷିକ ବିବରଣୀ ପାଠ କରିଥିଲେ । ଉତ୍ସବର ଦ୍ୱିତୀୟ ଭାଗରେ ସ୍ପ୍ରିଂ ଭେଲି ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନଶିକ୍ଷୟିତ୍ରୀ ମିତାଲି ସିହ୍ନା ଏବଂ ଅନ୍ୟାନ୍ୟ ଶିକ୍ଷୟିତ୍ରୀ ମାନଙ୍କ ତତ୍ବାବଧାନରେ ଛାତ୍ରଛାତ୍ରୀ ମାନେ ମନୋମୁଗ୍ଧକର ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ। ନୃତ୍ୟ ସଂଗୀତ ମହାବିଦ୍ୟାଳୟର ଛାତ୍ରଛାତ୍ରୀ ମାନେ ଗୁରୁ ସୁଦେଶ୍ନା ମଣୀ ରାଉତଙ୍କ ନିର୍ଦ୍ଦେଶନାରେ ଓଡ଼ିଶୀ ଏବଂ ସମ୍ବଲପୁରୀ ନୃତ୍ୟରେ ଦର୍ଶକ ମାନଙ୍କୁ ଏକ ଅତିନ୍ଦ୍ରୀୟ ଅନୁଭୂତିରେ ମୁଗ୍ଧ କରିଥିଲେ। ଏହି ସମସ୍ତ କାର୍ଯ୍ୟକ୍ରମ କୁ ଶ୍ରୀ ଅନୀଲ ମଲ୍ଲିକ ସଂଯୋଜନା କରିଥିଲେ।କାର୍ଯ୍ୟକ୍ରମ ପରିଚାଳନାରେ ଅନୁଷ୍ଠାନର କର୍ମକର୍ତ୍ତା ଅଭୟ କୁମାର ଦାସ, ପ୍ରତାପ କୁମାର ରାୟ, ସନ୍ତୋଷ ମଲ୍ଲିକ, ନିଖିଳେଶ୍ବର ଦାସ, ସ୍ନେହଲତା ନାୟକ, ବିବେକାନନ୍ଦ ପଣ୍ଡା, ଟି.ଚନ୍ଦ୍ରଶେଖର, ଲକ୍ଷ୍ମଣନାଥ ଦାସ, ଉମାକାନ୍ତ ମଲ୍ଲିକ, ଅଜୟ କୁମାର ପଟ୍ଟନାୟକ, ନନ୍ଦ ଦୁଲାଳ ସିହ୍ନା, ଡଃ କିଶୋରୀ ଦାସ ପ୍ରମୁଖ ସହାୟତା କରିଥିବା ବେଳେ, ରାଜୀବ ପାଣି, ଅଶୋକ ପଟ୍ଟନାୟକ, ହରିହର ଶତପଥୀ, ସୁଶାନ୍ତ କୁମାର ନାୟକ, ଜୟଶ୍ରୀ ଦାସ, ଅଦିତା ପଢ଼ିଆରୀ ପ୍ରଭୃତିଙ୍କ ସହ ଶତାଧିକ ଦର୍ଶକ ଏବଂ ଅଭିଭାବକ ଉପସ୍ଥିତରହି କାର୍ଯ୍ୟକ୍ରମ ଉପଭୋଗ କରିଥିଲେ।କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ।

 

Related posts

କବିତା – ସେଇ ମୋ ଜନମ ଭୂଇଁ

Sunil Chandra Nayak

ତ୍ରିଲୋଚନ ପାଢୀ ଙ୍କ କବିତା ପ୍ରଭୁ ଗୋବିନ୍ଦଙ୍କୁ ନିତ୍ୟ ଭଜ

Sunil Chandra Nayak

କବିତା ସାହୁ ଙ୍କ କବିତା ପାଚିଲା ଧାନର ଗନ୍ଧେ

Sunil Chandra Nayak

Leave a Comment

error: Content is protected !!