ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ମାନଗୋବିନ୍ଦ ସ୍ବାଇଁ ଙ୍କ କବିତା ଜଣାଣ

ଜଣାଣ

ମାନଗୋବିନ୍ଦ ସ୍ବାଇଁ

ସକାଳ ନମସ୍ତେ ସନ୍ଧ୍ୟାରେ ନମସ୍ତେ
     ନମସ୍ତେ ମୋ ଜଗନ୍ନାଥ
ଅନାଦର ନାଥ। ବନ୍ଧୁ ପ୍ରଭୁ ପଥ
    ପାଦେ ଘେନ ପ୍ରଣିପାତ।
ଚାହିଁଲେ ତୋ ମୁଖ ହୋଇ ଥାଏ ସୁଖ
     ସତେ ଦେଲ ଏ କି ମନ୍ତ୍ର
ମନ୍ଦିର ବେଢ଼ାରେ ରୂପ ଛବି ଦେଖି
      ଶାନ୍ତି ମୋ ହୃଦୟ ଯନ୍ତ୍ର।
ଗରୁଡ଼ ସ୍ତମ୍ଭରୁ ଦର୍ଶନ କରିଲେ
     ପୁଣ୍ୟ ପ୍ରାପ୍ତି ଫଳ ମିଳେ 
ଭଲ ବନ୍ଧୁ ଅଛ ପ୍ରସିଦ୍ଧ ହୋଇଛି
    ପ୍ରଭୁ ଭକ୍ତ ନିଳାଞ୍ଚଳେ।
ବାଇଶି ପାହାଚ ପାଦ ପଡ଼ି ଗଲେ
     ପାପ ସବୁ ଯାଏ ଛାଡ଼ି
ତୋଦ୍ବାର ମୁହଁରେ ନୟନେ ଦେଖିଲେ
     ଆପେ ଆପେ ହାତ ଯୋଡ଼ି।
ପାଇଲେ ତୋଧଣ୍ଡା ମନ ହୁଏ ଥଣ୍ଡା
      ଶାନ୍ତି ମୋ ମିଳୁ ଜୀବନ
ପୁଣ୍ୟ କରି ଥିଲେ ପବିତ୍ର ହୋଇବ
      ଶାନ୍ତି ହବ ମୋ ଦର୍ଶନ।

ଗୋଜାବନ୍ଧ ମହାକାଳପଡ଼ା

କେନ୍ଦ୍ରାପଡ଼ା

Related posts

ଶ୍ରୀ ଅରବିନ୍ଦଙ୍କ ୧୫୦ ତମ ଜନ୍ମୋତ୍ସବ ତଥା ଭାରତର ପଞ୍ଚସ୍ତରୀ ତମ ସ୍ୱାଧୀନତାର ଅମୃତ ମହୋତ୍ସବ ପାଳିତ

Sunil Chandra Nayak

ଭିଜିଲାନ୍ସ ଜାଲରେ କଲମପୁର ଶିକ୍ଷା ବିଭାଗର ମୁଖ୍ୟ କିରାଣୀ , ଶିକ୍ଷା ବିଭାଗ ରେ ଲାଗିଲା ଦାଗ

Sunil Chandra Nayak

ମାନଗୋବିନ୍ଦ ସ୍ବାଇଁ ଙ୍କ କବିତା ପ୍ରାର୍ଥନା

Sunil Chandra Nayak

Leave a Comment

error: Content is protected !!