ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଜଳ, ଜମି ଜଙ୍ଗଲ କୁ ସୂରକ୍ଷା ଦେବା ପାଇଁ ପ୍ରସ୍ତୁତି ବୈଠକ

ଥୁଆମୂଳ ରାମପୁର (ମ ନି ସ )୮/୫ ଜଳ, ଜମି ଜଙ୍ଗଲ କୁ ସୁରକ୍ଷା ଦେବାପାଇଁ ଆଦିବାସୀ ଅଞ୍ଚଳ ଇଲାକାରେ ବସବାସ କରୁଥିବା ଲୋକେ ଆନ୍ଦୋଳନ ପାଇଁ ସଜବାଜ ହୋଇ ଅଣ୍ଟା ଭିଡ଼ିବା କୁ ଆଗଭୋର ହେଲେଣି । ଆମ ଠାରୁ ଯିଏ ଜଦୀ ଏହା ଛଡ଼ାଇ ନେବା ପାଇଁ ଚକ୍ରାନ୍ତ କରେ ତାକୁ କେବେ ମଧ୍ୟ ଆମେ ବରଖାସ୍ତ କରିବୁ ନାହିଁ ବୋଲି ଅଞ୍ଚଳ ବାସୀ ଚେତାବନୀ ଦେଇଛନ୍ତି ସରକାରକୁ। ଆଦିବାସୀ ଅଞ୍ଚଳବାସୀ ଏଭଳି ଏକ ବିରାଟ ପଦକ୍ଷେପ ହାତକୁ ନେଇଥିବା ଯୋଗୁଁ ବିଦେଶି ,ପୁଞ୍ଜି ପତି, କମ୍ପାନୀ ଗୁଡ଼ିକ ଏବେ ତ୍ରାହି ତ୍ରାହି ଡାକି ଏବେ ଚିତ୍କାର  କଲେଣି ,ବଜ୍ରଶପଥ ନେଇ ଏକାଠି ହୋଇ ଜଳ, ଜମି ଜଙ୍ଗଲ କୁ ରକ୍ଷା କରିବା ପାଇଁ ଏକ ବୈଠକ ଅନୁଷ୍ଠିତ ହୋଇଥିବା ଚିତ୍ର ଦେଖିବାକୁ ମିଳିଛି। କଳାହାଣ୍ଡି ଜିଲ୍ଲାର କର୍ଲାପାଟ ର ଖଣ୍ଡୁଆମାଳି ପାହାଡ଼ କୁ ବିଦେଶି, ପୁଞ୍ଜିପତି କମ୍ପାନୀ ମାନଙ୍କ କବଳରୁ ରକ୍ଷା କରିବା ସହ ଆଗାମୀ ଜୁନ ୫ ତାରିଖ ରେ ହେବାକୁ ଥିବା ବିଶ୍ଵ ପରିବେଶ ଦିବସ ଉପଲକ୍ଷେ ଏକ ପ୍ରସ୍ତୁତି ବୈଠକ ଥୁଆମୂଳ ରାମପୁର ବ୍ଲକ ଅଧିନସ୍ଥ ପୁଲିଙ୍ଗ ପଦର ଗାଁ ଠାରେ ଗତ ୭ ତାରିଖ ଶନିବାର ଦିନ ଅନୁଷ୍ଠିତ ହୋଇଯାଇଅଛି। ଶହଶହ ସଂଖ୍ୟା ରେ ପୁରୁଷ ଓ ମହିଳା ଉପସ୍ଥିତ ରହି ବିଶ୍ଵ ପରିବେଶ ଦିବସ କୁ ପାଳନ କରିବା ସହିତ ଖଣ୍ଡୁଆମାଳି ପାହାଡ଼ କୁ ସୁରକ୍ଷିତ ରଖିବା ପାଇଁ ସଂକଳ୍ପ ନେବାକୁ କର୍ଲାପାଟ ଖଣ୍ଡୁଆଲ ମାଳି ସ୍ଥାୟୀ ସୁରକ୍ଷା କମିଟି ଅଞ୍ଚଳବାସୀ ଙ୍କୁ ଆହ୍ୱାନ ଦେଇଛି। ଆସନ୍ତା ଜୁନ ୫ ତାରିଖ ରବିବାର ଦିନ ପେରମଞ୍ଜି ଗାଁ ର ପରଜା ଉତ୍ସବ ପଡ଼ିଆ ଠାରେ ବିଶ୍ବ ପରିବେଶ ଦିବସ ପାଳନ ହେବାର କାର୍ଯ୍ୟକ୍ରମ ରହିଛି । ଖଣ୍ଡୁଆମାଳି ପାହାଡ଼ କୁ କେବେ ମଧ୍ୟ କମ୍ପାନୀ ହାତରେ ଟେକି ଦିଆଯିବ ନାହିଁ ବୋଲି ଏଠାରେ ଉପସ୍ଥିତ ଥିବା ସଂଗ୍ରାମୀ ମାନେ ମତବ୍ୟକ୍ତ କରିଥିଲେ ।ଏହି ବୈଠକରେ ଉପସ୍ଥିତ ରହିଥିଲେ ବିଶିଷ୍ଟ ପରିବେଶବିତ ଲୋକ ଶକ୍ତି ଅଭିଯାନର ଅଧ୍ୟକ୍ଷ ପ୍ରଫୁଲ୍ଲ ସାମନ୍ତରାୟ , ଲିଙ୍ଗରାଜ ଆଜାଦ୍, ସତ୍ୟ ମାହାର, ବିଟିଶ୍ କୁମାର, କାର୍ତ୍ତିକ ମାଝୀ , ସନାତନ ମାଝୀ, ସୁପ୍ରିମକୋର୍ଟ ର ଓକିଲ ସୈାରଭ ଶ୍ରମା, ରାହୁଲ ଚୈଧୁରୀ ଙ୍କ ସମେତ ଅନେକ କ୍ରାନ୍ତି କାରି ବିପ୍ଳବୀ ସଂଗ୍ରାମୀ ଉପସ୍ଥିତ ରହିଥିବା ବେଳେ ବହୁ ସଂଖ୍ୟା ରେ ଅଞ୍ଚଳ ବାସୀ ଏହି ପ୍ରସ୍ତୁତି ବୈଠକ କାର୍ଯ୍ୟକ୍ରମ ରେ ଯୋଗଦେଇ ଥିଲ।

Related posts

ତୀର୍ଯ୍ୟକ

Sunil Chandra Nayak

ଉପେନ୍ଦ୍ର କୁମାର ବସ୍ତିଆ ଙ୍କ କବିତା ସାଥୀ ବିନା ଶ୍ରାବଣ

Sunil Chandra Nayak

ଆସନ୍ତା ତିରିଶି ତାରିଖରୁ ବହୁଚରାମାତାଙ୍କ ଷୋହଳ ପୂଜା

Sunil Chandra Nayak

Leave a Comment

error: Content is protected !!