ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

କବି ସୌରଭ ବୈଜୟନ୍ତୀ ମାଳା ମହାପାତ୍ର ଙ୍କ କବିତା କିମ୍ପା ହେବା ମନେ ଦୁଃଖି

କିମ୍ପା ହେବା ମନେ ଦୁଃଖି  

କବି ସୌରଭ ବୈଜୟନ୍ତୀ ମାଳା ମହାପାତ୍ର

 

ଅତି ଗରମରେ ଜଳୁଛି ଧରଣୀ

ନଈ ନାଳ ଗଲା ଶୁଖି

ଗଛ କାଟି ଆମେ ଭୋଗୁଛେ ଏ ଦଶା

କିମ୍ପା ହେବା ମନେ ଦୁଃଖି….(୦)

 

ସବୁଜ ବନାନୀ ବିନାଶ କରିଲେ

ଭୋଗ ବିଳାସର ପାଇଁ

କଳକାରଖାନା ବିଶାଳ ପ୍ରାସାଦ

ସବୁଠି ଦେଲେ ହେ ଥୋଇ

ଆପଣାର ସୁଖ ଖାଲି ହେ ଖୋଜିଲେ

ମନରେ ହସକୁ ମାଖି…..(୧)

 

ଶୁଦ୍ଧ ବାୟୁ ଶୁଦ୍ଧ ପାଣି ନ ମିଳିଲା

ଚାରିଆଡେ ହାହାକାର

ନିଆଁ ବରଷିଲା ପ୍ରଖର ବେଗରେ

ସବୁ ହେଲା ଛାର ଖାର

ଅଂଶୁଘାତ ଭୟ ସଭିଙ୍କୁ ଘାରିଲା

ଆମେ ବି ସେଥିରେ ସଖି….(୨)

 

ପ୍ରକୃତିର ଏହି ନିୟମାନୁସାରେ

ଯାହା ଦେଇ ତାହା ପାଇ

କି ଦୋଷ ଲଦିବା ବିଧାତା ମୁଣ୍ଡରେ

ଆମ କର୍ମ ଫଳ ଏହି

ବେଳ ଥାଉଁ ଯଦି ସଜାଗ ନ ହେବା

ସବୁ ସୁଖ ଯିବ ଶୁଖି….(୩)

ଫୁଲବାଣୀ, କନ୍ଧମାଳ

Related posts

ମାନଗୋବିନ୍ଦ ସ୍ବାଇଁ ଙ୍କ କବିତା ଜଣାଣ

Sunil Chandra Nayak

ମାନଗୋବିନ୍ଦ ସ୍ବାଇଁ ଙ୍କ କବିତା ଜଣାଣ

Sunil Chandra Nayak

ଶ୍ରୀମାଙ୍କ ଜନ୍ମଜୟନ୍ତୀ ପାଳିତ

Sunil Chandra Nayak

Leave a Comment

error: Content is protected !!