ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ପରିତ୍ୟକ୍ତ ଅବସ୍ଥାରେ ରାଜସ୍ୱ ବଙ୍ଗଳା

ଥୁଆମୂଳ ରାମପୁର:୯/୪- ମ.ନି.ସ:- ଦିନଥିଲା ଯେଉଁ ବଙ୍ଗଳାରେ କେତେ ରାଜା ମହାରାଜା କେତେ ଅଫିସର କେତେ ନେତା ମନ୍ତ୍ରୀ ଓ ବିଭିନ୍ନ ବିଭାଗର ଅଧିକାରୀ ମାନେ ଏଠାରେ ରାତ୍ରି ଯାପନ କରିଆସୁଥିଲେ। ଆଉ ସେହି ଦିନ ଏବେ ନାହିଁ ସମସ୍ତଙ୍କ ପାଇଁ ଏବେ ଅଲୋଡା ହୋଇଯାଇଛି ଏହି ରାଜସ୍ୱ ବଙ୍ଗଳା। ପୂର୍ବରୁ ସୁନ୍ଦର ସାଜଶର୍ଯ୍ଯା ଭାବରେ ଦଣ୍ତାୟମାନ ରହିଥିଲା ସ୍ଥାନୀୟ ଜନତାଙ୍କ ବିବାହ ଭୋଜି ଠାରୁ ଆରମ୍ଭ କରି ସବୁ ପ୍ରକାର କାର୍ଯ୍ଯକ୍ରମ ଏଠାରେ ଅନୁଷ୍ଠିତ ହେଉଥିଲା। ଆଜି ଜରାଜୀର୍ଣ୍ଣ ଅବସ୍ଥାରେ ପଡିରହିଛି କିଏ ମଧ୍ୟ ଆଡ ଆଖିରେ ଦେଖିବାକୁ ନାହିଁ, ଏହାର ପୂର୍ବ ରୂପକୁ ଯିଏ ଥରେ ଦେଖିଛି ସେହିଁ ବିଶ୍ବାସ କରିପାରିବ। ଏହି ବଙ୍ଗଳା ରାଜସ୍ୱ ବିଭାଗ ଅଧିନରେ ରହିଥିଲେ ମଧ୍ୟ ବିଭାଗୀୟ ଅଧିକାରୀଙ୍କ ଦୃରଦୃଷ୍ଟି ଅପାରଗତା ଓ ସ୍ଥାନୀୟ ରାଜନେତାଙ୍କ ସଚେତନତା ଘୋର ଅଭାବ ଯୋଗୁଁ ଏହାର ପରିସ୍ଥିତି ଏଭଳି ହୋଇଥିବା ଜଣାଯାଏ। ଆଜ୍ଞା ମୁଁ କହୁନାହିଁ ଆପଣମାନେ ନିଜେ ଦେଖିଲେ ବିଶ୍ୱାସ କରିପାରିବେ ଯେ, ଏହା ସତ ନା ମିଛ। ଯାହାକି ରାଜାରାଜୁଡା ଅମଳରୁ ତିଆରି ହୋଇଥିବା ବଙ୍ଗଳା ଏହାର ସୁରକ୍ଷା ଦିଗରେ କୌଣସି ପ୍ରକାରେ ଉଦ୍ୟମ କରାଯାଉନାହିଁ। ଯାହାବି ମରାମତି କରାଯାଇଛି ତାହା ଠିକାଦାର ଓ ବିଭାଗୀୟ ଅଧିକାରୀଙ୍କ ଶଳାସୁତୁରାରେ କାର୍ଯ୍ୟ ହୋଇଆସୁଥିବା ବେଳେ ଏବେ ଅଲୋଡ଼ା ହୋଇଯାଇଛି। ଏହା ହେଉଛି କଳାହାଣ୍ଡି ଜିଲ୍ଲାର ଥୁଆମୂଳ ରାମପୁର ବ୍ଳକ ସଦର ମହକୁମାରେ ଥିବା ରାଜସ୍ୱ ବଙ୍ଗଳା ଦିନ ଥିଲା ଗହଳଚହଲରେ ଫାଟି ପଡୁଥିଲା ଏବେ ଆଉ ସେ ପୂର୍ବ ଭଳି ଅବସ୍ଥା ନାହିଁ, ଥୁଆମୂଳ ରାମପୁର ବ୍ଳକ ଏକ ସୌନ୍ଦର୍ଯ୍ୟରେ ଭରା ପ୍ରାକୃତିକ ପରିବେଶ ସୃଷ୍ଟି କରୁଥିବା ଏକ ଅଞ୍ଚଳ ଯାହାକୁ ଲୋକେ କହୁଥିଲେ ଦ୍ବିତୀୟ କାଶ୍ମୀର ଏବେ ଆଉ ନାହିଁ। ଏଠାକୁ ଯିଏ ଆସିବ ଦିନେ ଦୁଇଦିନ ରହି ଫେରିବାକୁ ଇଛା କରିବେ କିନ୍ତୁ ଦୁଃଭାଗ୍ଯ ଏଠାରେ ରାତ୍ରି ଯାପନ କରିବା ପାଇଁ ସେଭଳି କୌଣସି ସ୍ଥାନ ନାହିଁ। ଦିନଥିଲା ଏହି ରାଜସ୍ୱ ବଙ୍ଗଳା ସମସ୍ତଙ୍କୁ ରାତ୍ରିକାଳୀନ ଆଶ୍ରୟ ଯୋଗାଉଥିଲା। ତାହା ବର୍ତ୍ତମାନ ଲୁପ୍ତ ହୋଇଯାଇଛି। ଯାହାକି ଏହା ଏକ ଐତିହ୍ୟ ଭାବରେ ପରିଚିତ ରହିଥିଲା। ଏହି ଅଞ୍ଚଳ ବିକାଶ ଯଦି ହେବାକୁ ଦେବା ତେବେ ସାମାଜିକ କ୍ଷେତ୍ରରେ ବିକାଶ ଜରୁରୀ ଓ ପାରିପାର୍ଶ୍ବିକ ବିକାଶକୁ ଆଖିଆଗରେ ରଖି କରାଯାଏ,ତେବେ ଥୁଆମୂଳ ରାମପୁର ବ୍ଳକର ବିକାଶ ସମ୍ଭାବନା ରହିଛି ବୋଲି ବିଭିନ୍ନ ମହଲରେ ଆଲୋଚନା ହେଉଅଛି। ଥୁଆମୂଳ ରାମପୁର ବ୍ଳକକୁ ଯଦିଓ ବିକାଶ କରିବାକୁ ହେଲେ ଅନେକ ସ୍ଥାନରେ ଦର୍ଶନୀୟ ସ୍ଥାନ ରହିଛି ତାହାର ଉଦ୍ଧାର କାର୍ଯ୍ଯ ଓ ଏହି ବଙ୍ଗଳାର ସୁରକ୍ଷା ଦିଗରେ ସଚେତନ ରହି ସେ ଅନୁସାରେ କାର୍ଯ୍ଯ କରାଯାଏ, ତେବେ ଅଞ୍ଚଳର ନିଶ୍ଚୟ ବିକାଶ ହୋଇପାରିବ ବୋଲି ଆଲୋଚନା ହେଉଅଛି।ତେଣୁ ରାଜସ୍ୱ ବଙ୍ଗଳାର ସୌନ୍ଦର୍ଯ୍ୟକୁ ପୁଣିଥରେ ଫେରେଇ ଆଣିବାକୁ ଦାବି ହେଉଅଛି

ଥୁଆମୂଳ ରାମପୁର ରୁ ବଳଭଦ୍ର ବାଗଙ୍କ ରିପୋର୍ଟ

Related posts

ରାଇରଙ୍ଗପୁରରୁ ରାଇସିନା, ଓଡ଼ିଶାର ଦ୍ରୌପଦୀ ମୁର୍ମୁ ଏନଡିଏର ରାଷ୍ଟ୍ରପତି ପ୍ରାର୍ଥୀ

Sunil Chandra Nayak

ନିଟ୍ରା ତରଫରୁ ଇଞ୍ଜିନିୟରସ ଦିବସ ପାଳିତ

Sunil Chandra Nayak

ଆନ୍ତର୍ଜାତିକ ଯୋଗ ଦିବସ ପାଳିତ

Sunil Chandra Nayak

Leave a Comment

error: Content is protected !!