ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ମାନଗୋବିନ୍ଦ ସ୍ବାଇଁ ଙ୍କ କବିତା ଜଣାଣ

ଜଣାଣ

ମାନଗୋବିନ୍ଦ ସ୍ବାଇଁ

ସନ୍ଧ୍ୟା ଦୀପ ଜାଳି ଦେଉଛି ଅଞ୍ଜଳି
      ପ୍ରଭୁ ତୁମ ଏ ପୟର
ପ୍ରାର୍ଥନା କରୁଛି ଭକ୍ତିର ସଂଗୀତ
    ମୋର ଦେବତା ଈଶ୍ୱର।
ନିତି କରି ଗାନ ପ୍ରଭୁଙ୍କ ଜଣାଣ
    କଣ୍ଠଦାନ ତାଙ୍କ କୃପା
କହି ଦିଅ ପଦ ମୋ ପାଇଁ ସଂପଦ
     ତୁମେ ଶକ୍ତି ଯେ ସ୍ବରୁପା।
ତୁମ ଛବି ମନେ ଆସି ଗଲା ପରେ
      ମନରେ ବଢୁଛି ଭକ୍ତି
ଅଦୃଶ୍ୟ ରୂପରେ କୁଆଡେ ରହିଛି
    ଭାବନା ମିଳୁଛି ଶାନ୍ତି।
ଗୁପତେ ରହିଛି ଉପଦେଶ ଦିଏ
   ଠିକ ଠିକଣା ଯେ ବାଟ
ଏଇ ପଥେ ଆସ ବସି ବନ୍ଧୁ କଥା
   ପଥ ନଥିବ ସଂକଟ।
ଜୀବନ ମିଶାଣ ଜୀବନ ଫେଡାଣ
          ହରଣ ଗୁଣନ କଥା
ସେ ସବୁ ବୁଝନ୍ତି ପ୍ରଭୁ ଦୟାମୟ
    ସଂସାର ଦୁଃଖ ର ବ୍ୟଥା।

ଗୋଜାବନ୍ଧ ମହାକାଳପଡ଼ା

କେନ୍ଦ୍ରାପଡ଼ା

Related posts

ଲଗାଣ ବର୍ଷା ରେ ବେହାଲ ଜନତା :ଚାଳ ଘର କାନ୍ଥ ଭୁସୁଡ଼ିଲା

Sunil Chandra Nayak

ବ୍ଲକ୍ ସ୍ତରୀୟ ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ଖେଳକୁଦ ପ୍ରତିଯୋଗିତା ଅନୁଷ୍ଠିତ 

Sunil Chandra Nayak

ଶାସ୍ତ୍ରୀଜୀ ଓ ଗାନ୍ଧି ଜୟନ୍ତୀ ପାଳିତ

Sunil Chandra Nayak

Leave a Comment

error: Content is protected !!