ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଜୟପାଟଣାରେ କୋଟ୍ପା (COTPA) କଟକଣା ଓ ଖାଦ୍ୟ ସୁରକ୍ଷା ଯାଞ୍ଚ ଜରିମାନା ଆଦାୟ, ବାସି ଓ ରଙ୍ଗ ମିଶା ଖାଦ୍ୟ ନଷ୍ଟ.

ଜୟପାଟଣାରେ କୋଟ୍ପା (COTPA) କଟକଣା ଓ ଖାଦ୍ୟ ସୁରକ୍ଷା ଯାଞ୍ଚ

ଜରିମାନା ଆଦାୟ, ବାସି ଓ ରଙ୍ଗ ମିଶା ଖାଦ୍ୟ ନଷ୍ଟ.

କଳାହାଣ୍ଡି ଜିଲ୍ଲା ଅନ୍ତର୍ଗତ ଜୟପାଟଣା ଓ ଏହାର ଆଖପାଖ ଅଞ୍ଚଳରେ ତମ୍ବାଖୁ ନିୟନ୍ତ୍ରଣ ଏବଂ ଖାଦ୍ୟ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରିବା ପାଇଁ ଏକ ମିଳିତ ଚଢ଼ଉ କରାଯାଇଛି। ପୁଲିସ, ଅବକାରୀ ଏବଂ ଖାଦ୍ୟ ସୁରକ୍ଷା ବିଭାଗକୁ ନେଇ ଗଠିତ ଏକ ସ୍ୱତନ୍ତ୍ର ଏନଫୋର୍ସମେଣ୍ଟ ଟିମ୍ ପକ୍ଷରୁ ଏହି ଯାଞ୍ଚ ଅଭିଯାନ ଚାଲିଥିଲା। ଚଢାଉ ସମୟରେ ‘ତମ୍ବାଖୁ ଏବଂ ଅନ୍ୟାନ୍ୟ ଧୂମପାନ ଜାତ ଦ୍ରବ୍ୟ ଆଇନ’ ଉଲ୍ଲଂଘନ କରିଥିବା ୩୧ ଜଣଙ୍କୁ ଚିହ୍ନଟ କରାଯାଇଛି। ସେମାନଙ୍କଠାରୁ ମୋଟ ୬,୨୦୦ ଟଙ୍କା ଜରିମାନା ଆଦାୟ କରାଯାଇଛି। ଏହା ସହିତ ତମ୍ବାଖୁ ବିକ୍ରେତା ଓ ବ୍ୟବସାୟୀମାନଙ୍କୁ କୋଟ୍ପା ଆଇନର ବିଭିନ୍ନ ନିୟମ ବିଷୟରେ ସଚେତନ କରାଯାଇ ଏହାକୁ କଡ଼ାକଡ଼ି ଭାବେ ପାଳନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।ଖାଦ୍ୟ ସୁରକ୍ଷା ଯାଞ୍ଚ ବେଳେ ବିଭିନ୍ନ ଦୋକାନରୁ ପ୍ରାୟ ୨୦ କିଲୋଗ୍ରାମର ବାସି ଖାଦ୍ୟ ଏବଂ ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ କୃତ୍ରିମ ରଙ୍ଗ ମିଶ୍ରିତ ଖାଦ୍ୟ ସାମଗ୍ରୀ ଜବତ କରାଯାଇ ସେଗୁଡ଼ିକୁ ଘଟଣାସ୍ଥଳରେ ହିଁ ନଷ୍ଟ କରାଯାଇଥିଲା। ଏହା ବ୍ୟତୀତ ବିନା ବୈଧ ଲାଇସେନ୍ସରେ ବ୍ୟବସାୟ କରୁଥିବା ଖାଦ୍ୟ ବ୍ୟବସାୟୀଙ୍କୁ ନୋଟିସ୍ ଜାରି କରାଯାଇଛି। ସେମାନଙ୍କୁ ତୁରନ୍ତ ଆବଶ୍ୟକୀୟ ଲାଇସେନ୍ସ ହାସଲ କରିବା ସହ ଖାଦ୍ୟ ସୁରକ୍ଷା ନିୟମ ମାନିବାକୁ କୁହାଯାଇଛି।ଏହି ଟିମ ରେ ପବ୍ଲିକ ହେଲଥ୍ ବା ଜନସ୍ୱାସ୍ଥ୍ୟର ସୁରକ୍ଷା ପାଇଁ କରାଯାଇଥିବା ଏହି ମିଳିତ ଚଢ଼ଉରେ ଜିଲ୍ଲା ଖାଦ୍ଯ ସୁରକ୍ଷା ଅଧିକାରୀ ବିଶ୍ୱଜିତ ନାୟକ, ଜୟପାଟଣା ପୋଲିସ୍ ସବ ଇନ୍ସପେକ୍ଟର ଡୋଳାମଣି ମିର୍ଦ୍ଧା,ଅବକାରୀ କର୍ମଚାରୀ ନିରଞ୍ଜନ ବେହେରା,ସଂଯୁକ୍ତା ବାଗ ସମେତ ଜୟପାଟଣା ଥାନାର ପୁଲିସ କର୍ମଚାରୀ ଉପସ୍ଥିତ ଥିଲେ।

ବିଦ୍ୟାଧର ସାହୁଙ୍କ ରିପୋର୍ଟ….

Related posts

ଶ୍ରୀମଦ୍ ଭଗବତ୍ ଗୀତାର ଦ୍ବାଦଶ ଅଧ୍ଯାୟର ସାରକଥା-୧୨

ସଂଯୁକ୍ତା ସାହୁ ଙ୍କ କବିତା ରଜ ଆସେ

Sunil Chandra Nayak

ଇଦ ମିଲାଦୁନ ନବୀ ପାଳିତ

Sunil Chandra Nayak

Leave a Comment

error: Content is protected !!