ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କଳାହାଣ୍ଡି କିସ୍ ଆବାସିକ ବିଦ୍ୟାଳୟ ପରିସରରେ ଭାରତ ସରକାର ଙ୍କ “ନିଶାମୁକ୍ତ ଭାରତ “କାର୍ଯକ୍ରମ

କଳାହାଣ୍ଡି କିସ୍ ଆବାସିକ ବିଦ୍ୟାଳୟ ପରିସରରେ ଭାରତ ସରକାର ଙ୍କ “ନିଶାମୁକ୍ତ ଭାରତ “କାର୍ଯକ୍ରମ

କଳାହାଣ୍ଡି ଜିଲ୍ଲା ବାଦିଲି ସ୍ଥିତ କିସ୍ ଆବାସିକ ବିଦ୍ୟାଳୟ ପରିସରରେ ଭାରତ ସରକାର ଙ୍କ “ନିଶାମୁକ୍ତ ଭାରତ “କାର୍ଯକ୍ରମ ଭବାନୀପାଟଣା ବ୍ରହ୍ମକୁମାରୀ ସଂଗଠନ ତରଫରୁ ଆୟୋଜିତ ହୋଇଯାଇଛି ।ଏଥିରେ ମୁଖ୍ୟବକ୍ତା ଭାବରେ ବ୍ରହ୍ମାକୁମାରୀ ଭବାନୀପାଣା ର ମୁଖ୍ୟ ସଂଚାଳିକା ଶଶି ଭଉଣୀ,ବି.କେ ଦୁଲ୍ହଣୀ ଭଉଣୀ,ବି.କେ ଜୟନ୍ତୀ ଭଉଣୀ ,ବି.କେ ବିକାଶ ଭାଇ,ଅବସର ପ୍ରାପ୍ତ ଶାରୀରିକ ଶିକ୍ଷା ଅଧିକାରୀ ମହେନ୍ଦ୍ର କୁମାର ପଣ୍ଡା,ତଥା କ୍ରୀଡା ଭାରତୀ ର ଅଧ୍ୟକ୍ଷ,ପ୍ରଧାନ ଶିକ୍ଷୟତ୍ରୀ ସୁନୀତା ପଣ୍ଡା,କିସ୍ କଳାହାଣ୍ଡି ର ଉପ କାର୍ଯ୍ୟ ନିର୍ବାହୀ ଦୁଷ୍ମନ୍ତ କୁମାର ପଧାନ ଙ୍କ ସମେତ ସ୍କୁଲ ର ସମସ୍ତ ଶିକ୍ଷକ ଓ ଅଣ ଶିକ୍ଷକ କର୍ମଚାରୀ ଓ ଛାତ୍ରୀ ମାନେ ଉପସ୍ଥିତ ଥିଲେ। ପ୍ରଥମେ ଅତିଥି ମାନଙ୍କୁ ବୃକ୍ଷ ଓ ଉତ୍ତରୀୟ ଦେଇ ସ୍ଵାଗତ ସମ୍ବର୍ଦ୍ଧନା ଅର୍ପଣ ପରେ କାର୍ଯକ୍ରମ ଆୟୋଜିତ ହୋଇଥିଲା।ବିଦ୍ୟାଳୟ ର ପ୍ରଧାନ ଶିକ୍ଷୟତ୍ରୀଙ୍କ ସ୍ଵାଗତ ଅଭିଭାଷଣ ପରେ ମୁଖ୍ୟବକ୍ତା ବି.କେ ଶଶି ଭଉଣୀ ପିଲାଙ୍କୁ ନୀତି, ଆଦର୍ଶ ଓ ଶୃଙ୍ଖଳିତ ଜୀବନ ମଣିଷକୁ କେମିତି ସୁନ୍ଦର ଭାବରେ ଗଢ଼ିଥାଏ ଓ କେଉଁ ନିଶା ଗ୍ରହଣୀୟ ଓ କାହାକୁ ପରିତ୍ୟକ୍ତ କରିବା ସେ ବିଷୟରେ ଆଲୋଚନା କରିବା ସହ ୨ ମିନିଟ ର କ୍ରୀୟାତ୍ମକ ଧ୍ୟାନ କରାଯାଇଥିଲା ଏହା ମାଧ୍ୟମରେ ମନକୁ ପରିବର୍ତ୍ତନ କରାଯାଇପାରିବ ବୋଲି ସୁନ୍ଦର ବକ୍ତବ୍ୟ ରଖିଥିଲେ ।ପରେ ଡ. ଜୟନ୍ତୀ ଭଉଣୀ ନିଶା ସେବନର ଦୁଷ୍ପରିଣାମ ବିଷୟରେ ଅବଗତ କରାଇଥିଲେ । ଅତିଥି ମହେନ୍ଦ୍ର କୁମାର ପଣ୍ଡା ମଧ୍ୟ ନିଶାସେବନର କୁପରିଣାମ ସହ ଏକ ସୁସ୍ଥ ସମାଜ ଗଠନ ଦିଗରେ ସମସ୍ତଙ୍କୁ ଉତ୍ସାହିତ କରିଥିଲେ । ଉପସ୍ଥିତ ସମସ୍ତଙ୍କୁ ନିଶାମୁକ୍ତ ଦେଶ ଗଠନ ପାଇଁ ପ୍ରତିଜ୍ଞା ମଧ୍ୟ କରାଯାଇଥିଲା । ଏ କାର୍ଯ୍ୟକ୍ରମ କୁ ଶିକ୍ଷକ କ୍ଷୀରସିନ୍ଧୁ ସାହୁ ପରିଚାଳନା କରିଥିଲେ ଓ ଅନୁଷ୍ଠାନ ର ସମସ୍ତ କର୍ମଚାରୀ ସହଯୋଗ କରିଥିଲେ।।ଶେଷରେ କିସ୍ ଅନୁଷ୍ଠାନ ର ସହକାରୀ ସି.ଇ.ଓ ଦୁଷ୍ମନ୍ତ କୁମାର ପ୍ରଧାନ କିସ୍ ର ବିଚାରଧାରା ଓ ଡ. ଅଚ୍ୟୁତ ସାମନ୍ତ ଙ୍କ ବିଚାର ଧାରା କେମିତି ହଜାର ହଜାର ଛାତ୍ର ଛାତ୍ରୀ ଙ୍କୁ ଏକ ନୂତନ ଦିଗଦର୍ଶନ ପ୍ରଦାନ କରିଆସୁଛି ସେ ବିଷୟରେ ଅବଗତ କରାଇବା ସହ ବିଶେଷ କରି ଏ କାର୍ଯକ୍ରମ ରେ ଆଗେଇଆସିଥିବା ବ୍ରହ୍ମକୁମାରୀ ର ସମସ୍ତ ସଦସ୍ୟଙ୍କୁ ଓ ଉପସ୍ଥିତ ସମସ୍ତ ଛାତ୍ରୀ ତଥା କର୍ମଚାରୀଙ୍କୁ ଧନ୍ୟବାଦ ଅର୍ପଣ ପରେ ସଭା କାର୍ଯ୍ୟ ଶେଷ ହୋଇଥିଲା ।

ବିଦ୍ୟାଧର ସାହୁଙ୍କ ରିପୋର୍ଟ…..

Related posts

ରାଇରଙ୍ଗପୁର ଓକିଲ ସଂଘର ନିର୍ବାଚନ; ସଭାପତି ଅକ୍ଷୟ ମହାନ୍ତି, ସଂପାଦକ ମନୋଜ ଦାସ( ମୁନା),କୋଷାଧ୍ୟକ୍ଷ – ଶିଶୁପଦ ମହାନ୍ତ

Sunil Chandra Nayak

କନ୍ଧମାଳରେ ପ୍ରାଥମିକ ଶିକ୍ଷା ବ୍ୟବସ୍ଥା ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ : ୫ ଟି ଶିକ୍ଷା ଅଧିକାରୀ ପଦବୀ ଖାଲି

କଟକ ସଦର ମାଟିର ବିପଦର ବନ୍ଧୁ ସେବା ସଙ୍ଗଠନ ପକ୍ଷରୁ ସେବାକାର୍ଯ୍ୟ 

Sunil Chandra Nayak

Leave a Comment

error: Content is protected !!