ଫୁଲବାଣୀ -: ବାଲେଶ୍ଵର ଜିଲ୍ଲା ନୀଳଗିରି କାର୍ଯ୍ୟରତ ସାମ୍ବାଦିକ ଲୋକନାଥ ଦଳେଇ କୁ ନୀଳଗିରି ପୋଲିସ ଆକ୍ରୋଶ ମୁଳକ ଭାବରେ ମିଛ ମାମଲାରେ ଗିରଫ କରିବା ଓ ତାଙ୍କୁ ସମାଜ ପରିବର୍ତ୍ତନ ଓ ଉନ୍ନତି ରେ ସହାୟ ହେଉଥିବା ସାମ୍ବାଦିକ ଙ୍କୁ ଆତଙ୍କବାଦୀ ଓ କୁଖ୍ୟାତ ଡକାୟତି ଭଳି ମାଡ଼ ମାରି ଲହୁ ଲୁହାଣ କରି ଗୋଡ଼ରେ ହ୍ୟାଣ୍ଡକପ ପକାଇ ମେଡ଼ିକାଲ ରେ ଚିକିତ୍ସା କରାଇବା ଘଟଣା କୁ ସାରା ଓଡ଼ିଶାରେ ସମସ୍ତ ସାମ୍ବାଦିକ ମାନେ ନିନ୍ଦା କରିବା ସହ ସାମ୍ବାଦିକ ଙ୍କୁ ଅମାନୁଷିକ ଭାବେ ନିର୍ଯ୍ୟାତନା ଦେଇଥିବା ସେହି ପୋଲିସ ଅଧିକାରୀ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ଆନ୍ଦୋଳନ ଜାରି ରଖି ଥିବା ବେଳେ କନ୍ଧମାଳ ଜିଲ୍ଲା ସାମ୍ବାଦିକ ମାନେ ମଧ୍ୟ ଏହି ଘଟଣା କୁ ବିରୋଧ କରି ତୀବ୍ର ନିନ୍ଦା କରିବା ସହ ସେହି ଦୋଷୀ ପୋଲିସ ଅଧିକାରୀ ମାନଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ନିମନ୍ତେ ଫୁଲବାଣୀ ପ୍ରେସକ୍ଲବ ପକ୍ଷରୁ ଦାବୀ କରାଯାଇଛି। ଫୁଲବାଣୀ ପ୍ରେସକ୍ଲବ ସଭାପତି ସୁନୀଲ ପଟ୍ଟନାୟକ ଙ୍କ ନେତୃତ୍ବରେ ଜିଲ୍ଲାର ସମସ୍ତ ସାମ୍ବାଦିକ ବରିଷ୍ଠ ସାମ୍ବାଦିକ ଫିଲ ମୋହନ ନାୟକ,ସନ୍ତୋଷ ଦିଗାଲ, ରାଧା ମୋହନ ମହାପାତ୍ର,ରାଜ୍ୟ ଉତ୍କଳ ସାମ୍ବାଦିକ ସଙ୍ଘ କନ୍ଧମାଳ ଜିଲ୍ଲା ସଭାପତି ସନ୍ତୋଷ କୁମାର ଦାସ,ବ୍ରଜ ମୋହନ ନାୟକ,କନ୍ଧମାଳ ଜିଲ୍ଲା ମିଡ଼ିଆ ଫୋରମ ଜିଲ୍ଲା ସଭାପତି ସୁନୀଲ ବିଶ୍ୱାଳ ,ସାଧାରଣ ସମ୍ପାଦକ ସୂର୍ଯ୍ୟ ନାରାୟଣ ବେହେରା,ରାଜ୍ୟ ଓୟୁଜେ କନ୍ଧମାଳ ଜିଲ୍ଲା ଶାଖା ସଭାପତି ତଥା ପ୍ରେସକ୍ଲବ ସାଧାରଣ ସମ୍ପାଦକ ପ୍ରଶାନ୍ତ କୁମାର ବେହେରା,ଆଦିତ୍ୟ ପ୍ରସାଦ ତ୍ରିପାଠୀ,ଅଶୋକ ମହାନ୍ତି,ବୀରେନ୍ଦ୍ର ସୁବୁଦ୍ଧି,ବୈଦ୍ୟନାଥ ବେହେରା,ପ୍ରଶାନ୍ତ ଜେନା,ତ୍ରିନାଥ ସାହୁ,ସୁଜିତ ବେହେରା,ରଞ୍ଜନ ପ୍ରଧାନ,ସଞ୍ଜୟ ପାତ୍ର, ଦୁଃଖୀ ଶ୍ୟାମ ପ୍ରଧାନ,ଶିଵରାମ ନାୟକ,ଲକ୍ଷ୍ମୀ ନାରାୟଣ ତ୍ରିପାଠୀ,ବିଶ୍ୱ ରଞ୍ଜନ ସାମନ୍ତରାୟ,ପ୍ରମୁଖ ସମସ୍ତ ସାମ୍ବାଦିକ ପ୍ରମୁଖ ପ୍ରେସକ୍ଲବ ରୁ ଏକ ରାଲିରେ ବାହାରି ସାମ୍ବାଦିକ ସୁରକ୍ଷା ଆମର ଦାବୀ,ସାମ୍ବାଦିକ ଙ୍କୁ ମାଡ ମାରି ଗୋଡ଼ରେ ବେଡି ପକାଇଥିବା ପୋଲିସ କୁ ତୁରନ୍ତ ଗିରଫ କରିବା ଆମର ଦାବୀ,ପୋଲିସ ପ୍ରତି ଦୃଢ଼ କାର୍ଯ୍ୟାନୁଷ୍ଠାନ ଆମର ଦାବୀ,ଏଭଳି ବିଭିନ୍ନ ସ୍ଲୋଗାନ ଦେଇ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଯାଇ ମୁଖ୍ୟମନ୍ତ୍ରୀ ଙ୍କ ଉଦେଶ୍ୟ ରେ ଅତିରିକ୍ତ ଜିଲ୍ଲାପାଳ ବସନ୍ତ କୁମାର ସାହୁ ଙ୍କୁ ସ୍ମାରକପତ୍ର କରିଥିଲେ। ଫୁଲବାଣୀ ରୁ ବୈଦ୍ୟନାଥ ନାୟକ ଙ୍କ ରିପୋର୍ଟ ।
previous post