ଜଣାଣ
ମାନଗୋବିନ୍ଦ ସ୍ବାଇଁ
ଡାକି ଡାକି କଣ୍ଠ ଶୁଖିତ ଗଲାଣି
ନଶୁଣି ମୋ ଦୁଃଖ ବାରେ
ଗରିବ କାନ୍ଦୁଛି ତୋହରି ଦୁଆରେ
ଚକ୍ଷୁ ବହେ ଲୁହ ଧାରେ।
ସର୍ବ ଡାକ ଶୁଣ ମୋ ଡାକ ନଶୁଣ
ମୁଁ କି କରିଛି ଦୋଷ
ଦୟା କ୍ଷମା ତୁମ ହାତରେ ରହିଛି
ମୋ ପାପକୁ କର ନାଶ।
ଜଳରୁ ଉଦ୍ଧାର ଚକ୍ର ପେଶି ନାଶ
ଉଦ୍ଧାର କଲ ପରାଣ
ମୋ ବେଳକୁ କାହିଁ ଅମଙ୍ଗ ହେଉଛି
ମୁଁ କି ନୁହେଁ ବନ୍ଧୁ ଜଣ।
ହାତରୁ ନଡ଼ିଆ ନେଇ ଗଲ ବନ୍ଧୁ
ସେ ବି ହେଲା ତ ନିଜର
ମୋହାତ ଶ୍ରୀଫଳ କେବେ ନେବ ବନ୍ଧୁ
ଚାହିଁ ବସେ ଶ୍ରୀପୟର।
ବାଲି ରଥ ଗଢ଼ି ଡାକ ଦେଲ ପ୍ରଭୁ
ତା ଡାକେ ଅଟକି ରଥ
ମୁଁ ତୁମ ଦର୍ଶନେ ଯିବାକୁ ବାହାରି
କଳା ଘନ କାହିଁ ପଥ।