ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ମାନଗୋବିନ୍ଦ ସ୍ବାଇଁ ଙ୍କ ଜଣାଣ

ଜଣାଣ

ମାନଗୋବିନ୍ଦ ସ୍ବାଇଁ

 

ଗାଦିର ପୀଠରେ ମହିମା ଶକତି

    ଦିଏ ସଦା କାଳ ଭକ୍ତି

ଭକତ ଚାହିଁଛି ପାଇବ ମୁକତି

    ସେଥିପାଇଁ କରେ ସ୍ତୁତି।

ତୁହି ଦେଲେ ପଦ ଲେଖି ମୁହିଁ ଗୀତ

    ମୋ ପାଇଁ ମା ‘ଆଶୀର୍ବାଦ

ମାଆର କରୁଣା ଦୟା କଲେ ମୋତେ

   ମା’ ମୋ ଜୀବନ ସଂପଦ।

ମାଆ ଥିଲେ ଆଜି ଜଗତ ରହିଛି

    ମା’ଯେ ମଙ୍ଗଳ ଦାୟିନୀ

ପାପ ବିନାଶିନୀ ଦୁଃଖକୁ ହାରିଣୀ

   ସୁଖ ଦାତ୍ରି ମା ତାରିଣୀ।

ତୋ କରୁଣା ମା’ ମୁ ପଥ ମୁହିଁ ଚାଲେ

    ଆଗକୁ ନିଅ ଆଗେଇ

ମାଆ ସ୍ନେହ ଭରା କରୁଣା ସମ୍ବାଦ

   ପଥ ଦିଅ ଯେ ବୁଝାଇ।

ଯାଉଛି ବାଟରେ ଗାଇ ପଦ କଣ୍ଠେ

    ଶରଧା ବଢୁଛି ମନେ

ମଙ୍ଗୁଆଳରେ ମା ହୋଇଯାଉ ଶାହା

    ତୋର ନାମ ସ୍ମରି ଧ୍ୟାନେ।

ମାଆ ଥିଲେ ଶାହା ଏ ସାରା ସଂସାର

   ତାଙ୍କ ଆଜ୍ଞା ଚଳମୂଳ

ମାଆ ଆଶୀର୍ବାଦ ସଦା ଚାହିଁ ଥାଇ

    ମାଆ ଯେ ଶୁଭ ମଙ୍ଗଳ।

ଗୋଜାବନ୍ଧ ମହାକାଳପଡ଼ା

କେନ୍ଦ୍ରାପଡ଼ା

Related posts

ପାୟଲ ର ରଥ ସଜାସଜି ପ୍ରତିଯୋଗିତା ସଂପନ୍ନ

Sunil Chandra Nayak

କୋକସରା ମାଧ୍ୟମିକ ବିଦ୍ୟାଳୟ ର ଅଧ୍ୟକ୍ଷ ଓ କିରାଣି ଙ୍କୁ ଅବସର କାଳୀନ ବିଦାୟ ସମ୍ବର୍ଦ୍ଧନା

Sunil Chandra Nayak

ଢେ଼ଙ୍କାନାଳ ଲକ୍ଷ୍ମୀବଜାର ସ୍ଥିତ ହୀରକ ଜୟନ୍ତୀ ର ୫ମ ଦିବସ ପାଳିତ

Sunil Chandra Nayak

Leave a Comment

error: Content is protected !!