ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

କୋକସରା ବ୍ଲକ ୧୦ ଟି ମାଟ୍ରିକ ପରୀକ୍ଷା କେନ୍ଦ୍ରରେ ପରୀକ୍ଷା ଦେଲେ ୧୪୧୮ ଛାତ୍ରଛାତ୍ରୀ

କୋକସରା,୨୯/୪- ଶୁକ୍ରବାର ରାଜ୍ୟରେ ଆରମ୍ଭ ହୋଇଛି ମାଟ୍ରିକ ବୋର୍ଡ ପରୀକ୍ଷା । ବିଗତ ୨ ବର୍ଷ କୋଭିଡ ମହାମାରୀ ଯୋଗୁଁ ରାଜ୍ୟର ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରହିଥଲା । ଅନ ଲାଇନ୍ ରେ ପରୀକ୍ଷା ଦେଉଥିଲେ ଛାତ୍ରଛାତ୍ରୀ । ତେବେ କୋଭିଡ କଟକଣା ହଟିବା ପରେ ପୂର୍ବ ଢାଞ୍ଚା ରେ ଅଫ ଲାଇନରେ ପରୀକ୍ଷା ଦେଇଛନ୍ତି ମାଟ୍ରିକ ଛାତ୍ରଛାତ୍ରୀ। କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକର ଜବାହର ଉଚ୍ଚ ବିଦ୍ୟାଳୟ କୋକସରା, ଆଶ୍ରମ ହାଇସ୍କୁଲ ଆମପାଣି, ଲଡୁଗାଁ ହାଇସ୍କୁଲ, କାଉଡୋଳା ହାଇସ୍କୁଲ, ନେଗିଗୁଡା ହାଇସ୍କୁଲ, ଟେମରା ହାଇସ୍କୁଲ ,ଡହଗାଁ ହାଇସ୍କୁଲ, ଫୁଫଗାଁ ହାଇସ୍କୁଲ, କାଶିବାହଲ ହାଇସ୍କୁଲ, ଇନ୍ଦ୍ରାବତୀ ହାଇସ୍କୁଲ ଡଙ୍ଗରିଗୁଡା ଇନ୍ଦ୍ରାବତୀ ହାଇସ୍କୁଲ ଏଭଳି ୧୦ଟି ପରୀକ୍ଷା କେନ୍ଦ୍ରରେ ମୋଟ ୧୪୧୮ ଜଣ ଛାତ୍ରଛାତ୍ରୀ ମାଟ୍ରିକ ପରୀକ୍ଷା ଦେଇଥିବା ନେଇ ସୂଚନା ମିଲିଛି। ବୋର୍ଡ ପରୀକ୍ଷା ପାଇଁ ବ୍ଲକ ପ୍ରଶାସନ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ସହ ପରୀକ୍ଷା କୁ ଅବାଧ ଓ ନିରପେକ୍ଷ କରିବା ପାଇଁ କୋକସରା ଅତିରିକ୍ତ ତହସିଲଦାର କମଳାସନ ରଥ ଙ୍କ ତଦାରଖ ରେ ସ୍କ୍ୱାର୍ଡ଼ ଟିମ ପରୀକ୍ଷା କେନ୍ଦ୍ର ପରିଦର୍ଶନ କରିଛନ୍ତି। ଆଜି ପ୍ରଥମ ଦିନ ପରୀକ୍ଷା କେନ୍ଦ୍ର ରେ କୌଣସି ଛାତ୍ରଛାତ୍ରୀ ମାଲ ପ୍ରାକ୍ଟିସ ହୋଇ ନ ଥିବା ମଧ୍ୟ ସୂଚନା ମିଲିଛି। ଆଜି ଇଂରାଜୀ ପରୀକ୍ଷା ରହିଥବା ବେଳେ ପରୀକ୍ଷା କୁ ନେଇ ଉତ୍ସାହିତ ଥିବା କହିଛନ୍ତି ଛାତ୍ରଛାତ୍ରୀ। ଏ ନେଇ କୋକସରା ନୋଡାଲ ହାଇସ୍କୁଲ ପ୍ରଧାନ ଶିକ୍ଷକ ସୁଧୀର କୁମାର ପଣ୍ଡା ସୂଚନା ଦେଇଛନ୍ତି। ମ ନି ସ 

Related posts

କନ୍ଧମାଳ ରେ ପ୍ରସିଦ୍ଧ ଚୈତ୍ର ମାସର ଦଣ୍ଡ ନାଚ ପର୍ବ ପାଳନ

Sunil Chandra Nayak

ଅପର୍ତ୍ତି ସେଠୀ ଙ୍କ କବିତା ଶୀତ ଆସେ ନ‌ଇଁ ନ‌ଇଁ ଲୋ

Sunil Chandra Nayak

ମୟୂରଭଂଜ – ଦିବଂଗତ ବିଦ୍ୟାଳୟ ନିରୀକ୍ଷକ ଜ୍ଞାନେନ୍ଦ୍ର ଚୌଧୁରୀଙ୍କ ଏକାଦଶାହରେ ଗଭୀର ଶ୍ରଦ୍ଧାଞ୍ଜଳି

Leave a Comment

error: Content is protected !!