ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ବର୍ଷା ଯୋଗୁଁ ନବରଙ୍ଗପୁର ଜିଲ୍ଲାର ପାପଡାହାଣ୍ଡି ବ୍ଲକ ର ଜନଜୀବନ ଅସ୍ତବ୍ୟସ୍ତ

ନବରଙ୍ଗପୁର-(ମନିସ) ନବରଙ୍ଗପୁର ଜିଲ୍ଲାର ପାପଡାହାଣ୍ଡି ସ୍ଥିତ ତୁରୀ ନଦୀ ଉପରେ ୨ ଫୁଟ ରୁ ଉର୍ଦ୍ଧ ବର୍ଷାଜଳ ପ୍ରବାହିତ । ପାପଡାହାଣ୍ଡି ର ଉପର ମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ପାପଡାହାଣ୍ଡି ଉମରକୋଟ କୁ ଯାତାୟତ ବନ୍ଦ ହୋଇଯାଇଛି। ବନ୍ୟାର ସ୍ଥିତି ଉପରେ ଜିଲ୍ଲା ପ୍ରଶାସନ ତୀକ୍ଷ୍ଣ ନଜର ରଖିବା ସହିତ ନବରଙ୍ଗପୁର ଜିଲ୍ଲାପାଳ ଡଃ କମଳ ଲୋଚନ ମିଶ୍ର ଗତକାଲି ଅପରାହ୍ନରେ ବନ୍ୟାଞ୍ଚଳ ପରିଦର୍ଶନ କରି ସ୍ଥିତି ଅନୁଧ୍ୟାନ କରିଥିଲେ। ବନ୍ୟା ଜଳ ପ୍ରବାହିତ ଟୁରୀ ନଦୀର ଦୁଇ ପାର୍ଶ୍ଵର ରାସ୍ତା କୁ ସ୍ଥାନୀୟ ପୋଲିସ ଏବଂ ପ୍ରଶାସନ ଦ୍ଵାରା ବାଡ ଦେଇ ଜନସାଧାରଣ ଓ ଯାନବାହାନ ନ ଯିବା ପାଇଁ ରାସ୍ତା ଅବରୋଧ କରାଯାଇଥିଲା। ନଦୀର ଦୁଇ ପାର୍ଶ୍ଵରେ ତୁରନ୍ତ ଆଲୋକର ବ୍ୟବସ୍ଥା କରିବା ପାଇଁ ଜିଲ୍ଲାପାଳ ଡଃ ମିଶ୍ର ସମ୍ପୃକ୍ତ ଅଧିକାରୀ ଙ୍କୁ ନିର୍ଦ୍ଦେଶ ଦେଇଥିଲେ। ପାପଡାହାଣ୍ଡି ର ତଳୁଆ ଅଞ୍ଚଳରେ ଯେ ସି ବି ଦ୍ଵାରା ନାଳ ସଫା କରି ବର୍ଷା ଜଳ ନିଷ୍କାସନ କରାଯାଇଥିଲା। ଅଧିକ ବୃଷ୍ଟିପାତ ହେବାର ସମ୍ଭାବନା କୁ ଦୃଷ୍ଟିରେ ରଖି ସ୍ଥାନୀୟ ପୋଲିସ, ବ୍ଲକ, ତହସିଲ, ଅଗ୍ନିଶମ ବିଭାଗ, ରାସ୍ତା ଓ ଗୃହ ନିର୍ମାଣ ବିଭାଗ , ଟାଟା ପାୱାର ର ଅଧିକାରୀ ଏବଂ କର୍ମଚାରୀ ମାନଙ୍କୁ ସଜାଗ ରହିବାକୁ ଜିଲ୍ଲାପାଳ ଡଃ ମିଶ୍ର ପରାମର୍ଶ ଦେଇଛନ୍ତି।ସେହିପରି ତାରାଗା ଜାତୀୟ ରାଜପଥ୍ ଉପରେ ଏକ ବିରାଟ ଆମ୍ବ ଗଛ ଉପୁଡି ରସ୍ତା ଉପରେ ପଡି ଜାଇଥିବାରୁ ରାସ୍ତା ଅବରୋଧ ହୋଇଥିଲା।ପ୍ରଶାସନ ର ହସ୍ତକ୍ଷେପ ପରେ ରସ୍ତାରୁ ଗଛ ହଟେଇ ଜତାୟତ ସ୍ଵଭାବିକ ହୋଇଥିଲ।

ନବରଙ୍ଗପୁର ଜିଲ୍ଲାରୁ ରବିନାରାୟଣ ମହାନ୍ତି ଙ୍କ ରିପୋର୍ଟ ମସୀହା

ନିୟୁଜ।

Related posts

ଓଡ଼ିଶା ନାଟ୍ୟ ଦିବସ ପାଳନୋତ୍ସବ ନିମନ୍ତେ ପ୍ରସ୍ତୁତି ବୈଠକ

Sunil Chandra Nayak

ମାନଗୋବିନ୍ଦ ସ୍ବାଇଁ ଙ୍କ କବିତା ଜଣାଣ

ଭବାନୀପାଟଣା ଜାଗୃତୀ ଶାଖା ପକ୍ଷରୁ ଜାତୀୟ ପ୍ରକଳ୍ପ ସାଇକ୍ଳୋଥନ କାର୍ଯ୍ଯକ୍ରମ

Sunil Chandra Nayak

Leave a Comment

error: Content is protected !!