ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଜଙ୍ଗଲ ସୁରକ୍ଷା ଓ ନିଆ ଦାଉ ରୁ ରକ୍ଷା କରିବା ନେଇ ସଚେତନତା କାର୍ଯ୍ୟକ୍ରମ

ନୂଆପଡା ଜିଲ୍ଲା କୋମନା ବ୍ଲକ ପଣ୍ଡରପଥର ଠାରେ ମଦର ଟେରେସା ସେବା ସଙ୍ଗଠନ ଓ ଜଙ୍ଗଲ ବିଭାଗ ତରଫରୁ ଜଙ୍ଗଲ ସୁରକ୍ଷା କରିଵା ଓ ଜଙ୍ଗଲ କୁ ନିଆ ଦାଉ ରୁ ରକ୍ଷା କରିବା, ନିଆ ନ ଲଗାଇବା ନେଇ ପଣ୍ଡରା ପଥର ଠାରେ ସଚେତନତା କରାଯାଇଥିଲା। ଏହି କାର୍ଯ୍ୟକ୍ରମ ସଙ୍ଗଠନ ର ସମ୍ପାଦକ ଶେଷଦେବ ପ୍ରଧାନୀ ସଭା ପରିଚାଳନା କରି ଥିବା ବେଳେ ମୁଖ୍ୟ ଅତିଥି କୋମନା ବନଖଣ୍ଡ ରେଞ୍ଜର ଦେବଦତ୍ତ ସୁତାର ସମ୍ମାନିତ ଅତିଥି ଫରେଷ୍ଟର ଘନଶ୍ୟାମ ଶବର, ମନୋଜ କୁମାର ଡାଗା ସମାଜ ସେବି,ଫୋରେଷ୍ଟ ଗାର୍ଡ ପଦ୍ମତୋଲା ଜଗତ, ଆମ ଜଙ୍ଗଲ ଯୋଜନା ଟିମ ଲିଡର ଉଦିତ ମିଶ୍ର, ଶକ୍ତି ମିଶ୍ର, ଉପସ୍ଥିତ ଥିବା ବେଳେ ଗ୍ରାମ ରେ ଶତାଧିକ ଲୋକ ଯୋଗଦାନ କରିଥିଲେ। ଏହି କାର୍ଯ୍ୟକ୍ରମ ରେ ଜଙ୍ଗଲ କୁ ନିଆ ଦାଉ ରୁ ରକ୍ଷା କରିବା ଓ ଜଙ୍ଗଲ ରେ ନିଆ ଲାଗି ଥିଲେ ଲିଭାଇବା, ନିଆ ନ ଲଗାଇବା ପାଇଁ ପରାମର୍ଶ ଦିଆଯାଇ ଥିଲା ଏହି କାର୍ଯ୍ୟକ୍ରମ ରେ ସଂଗଠନ କାର୍ଯ୍ୟକର୍ତା ଥବିର ଶବର ଫକୀର ରାଉତ, କିଶୋର ରାଉତ, ଟିକେଶ୍ୱ ଦାସ ବିଶେଷ ସହଯୋଗ କରିଥିଲେ । ନୂଆପଡା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ

Related posts

ବାରିପଦାରେ ଆପ୍ ଦଳ ଆନୁକୁଲ୍ୟରେ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ପାଳିତ

Sunil Chandra Nayak

ମହାସ୍ମୀତା ଓଝା ଙ୍କ କବିତା ତୁମେ ଅଛ ବୋଲି 

Sunil Chandra Nayak

କବି ସୌରଭ ବୈଜୟନ୍ତୀ ମାଳା ମହାପାତ୍ର ଙ୍କ କବିତା ସିଏ ଟି ଆମ ମାଆ

Leave a Comment

error: Content is protected !!