ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଢେଙ୍କାନାଳ ଜିଲ୍ଲା ଆନ୍ତଃ ବିଦ୍ୟାଳୟ ସପ୍ତଦିବସୀୟ ଫୁଟବଲ୍ ଟୁର୍ଣ୍ଣାମେଣ୍ଟ -୨୦୨୨ର ଚତୁର୍ଥ ଦିବସର କାର୍ଯ୍ୟକ୍ରମ ଅନୁଷ୍ଠିତ

ଢେଙ୍କାନାଳ(ମ.ନି.ସ.) ୧୪.୧୦_ଆଜି ଢେଙ୍କାନାଳ ଷ୍ଟାଡିୟମ ଠାରେ ଫିଫା ଦ୍ବାରା ଓଡ଼ିଶା ସରକାରଙ୍କ ଆନୁକୁଲ୍ୟରେ ଢେଙ୍କାନାଳ ଜିଲ୍ଲାସ୍ତରୀୟ ୧୭ ବର୍ଷରୁ କମ୍ ବାଳକ ବାଳିକା ମାନଙ୍କର ଆନ୍ତଃ ବିଦ୍ୟାଳୟ ସ୍ତରୀୟ ସପ୍ତଦିବସୀୟ ଫୁଟବଲ୍ ଟୁର୍ଣ୍ଣାମେଣ୍ଟ -୨୦୨୨ର ଚତୁର୍ଥ ଦିବସର କାର୍ଯ୍ୟକ୍ରମ କୋଭିଡ -୧୯ ନିୟମ ସବୁକୁ ଅନୁପାଳନ କରି ଅନୁଷ୍ଠିତ ହୋଇଯାଇଛି।ଏହି ଫୁଟ୍ ବଲ୍ ଟୁର୍ଣ୍ଣାମେଣ୍ଟ ତା.୧୧.୧୦.୨୦୨୨ ରିଖ ମଙ୍ଗଳବାର ଠାରୁ ଆରମ୍ଭ ହୋଇ ତା୧୭.୧୦.୨୦୨୨ ରିଖ ସୋମବାର ଦିନ ଫାଇନାଲ ମ୍ୟାଚ୍ ହୋଇ ପରିସମାପ୍ତ ହେବ। ଆଜି ଏହାର ଚତୁର୍ଥ ଦିବସରେ ମୁଖ୍ୟଅତିଥି ଭାବରେ ଢେଙ୍କାନାଳ ସଦର ବ୍ଲକ ଗୋଷ୍ଠୀ ଶିକ୍ଷା ଅଧିକାରୀ ବ୍ରହ୍ମାନନ୍ଦ ରାଉତ ,ବି. ଇ. ଓ ସଦର ଯୋଗଦାନ କରି ‘ କ୍ରୀଡ଼ା ହେଉଛି ସ୍ବାସ୍ଥ୍ୟ ଓ ଶୃଙ୍ଖଳାର ମୂଳଦୂଆ । ତେଣୁ, ଖେଳାଳି ମାନେ ଏହାକୁ ଅନୁପାଳନ କରି ସୁନ୍ଦର ସ୍ବାସ୍ଥ୍ୟର ଅଧିକାରୀ ହେବା ସଂଗେସଂଗେ ଦଳଗତ ଶୃଙ୍ଖଳା ରକ୍ଷା କଲେ କେବଳ ଖେଳ ରେ ନୁହେଁ ,ଜୀବନ ଯୁଦ୍ଧରେ ମଧ୍ଯ ବିଜୟୀ ହୋଇପାରିବେ ‘ ବୋଲି ଦୃଢ଼ ଅଭିବ୍ୟକ୍ତି ପ୍ରକାଶ କରିଥିଲେ। ଅନ୍ୟତମ ସମ୍ମାନିତଅତିଥି ଭାବରେ ଶତାୟୁ, ବ୍ରଜନାଥ ବଡ଼ଜେନା ଉଚ୍ଚ ବିଦ୍ୟାଳୟ, ଢେଙ୍କାନାଳର ପ୍ରାକ୍ତନ ବରିଷ୍ଠ କ୍ରୀଡ଼ା ଶିକ୍ଷକ ଅକ୍ଷୟ କୁମାର ପଣ୍ଡା ଓ ଅବସରପ୍ରାପ୍ତ କ୍ରୀଡ଼ା ଶିକ୍ଷକ ସନ୍ତୋଷ କୁମାର ପରିଡ଼ା ଯୋଗଦାନ କରି କ୍ରୀଡ଼ାବିତ୍ ମାନଙ୍କୁ ଉତ୍ସାହିତ କରିଥିଲେ ।ମଞ୍ଚାସୀନ ଅତିଥିମାନେ ବିଭିନ୍ନ ବିଦ୍ୟାଳୟର କ୍ରୀଡ଼ା ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କୁ ଓଡ଼ିଶା ରାଜ୍ୟ ସରକାରଙ୍କ ଦ୍ଵାରା ପ୍ରଦତ୍ତ ଫୁଟ୍ ବଲ ସବୁକୁ ବଣ୍ଟନ କରିଥିଲେ।ଢେଙ୍କାନାଳ ଜିଲ୍ଲା ଶାରୀରିକ ଶିକ୍ଷା ନିରୀକ୍ଷକ ଜ୍ୟୋତି ପ୍ରସାଦ ପରିଡ଼ା ଅତିଥି ପରିଚୟ ପ୍ରଦାନ ଓ ସ୍ୱାଗତ ଅଭିଭାଷଣ ପ୍ରଦାନ କରିଥିଲେ।ଢେଙ୍କାନାଳ ଜିଲ୍ଲା ସ୍କୁଲ୍ ସ୍ପୋର୍ଟସ ଆସୋସିଏସନର ସହ ସମ୍ପାଦକ ତଥା ବରିଷ୍ଠ କ୍ରୀଡ଼ା ଶିକ୍ଷକ ନରେଶ କୁମାର ମହାରଣା ମଞ୍ଚାସୀନ ଅତିଥି ମାନଙ୍କୁ ଖେଳାଳୀ ମାନଙ୍କ ସହିତ ପରିଚୟ ପ୍ରଦାନ ଓ କର ମର୍ଦ୍ଦନ କରାଇଥିଲେ। ଅନ୍ୟତମ କ୍ରୀଡ଼ା ଶିକ୍ଷକ ବିପିନ ବିହାରୀ ସାହୁ ଘୋଷକ ଭାବରେ କ୍ରୀଡାବିତ୍ ମାନଙ୍କୁ ଉତ୍ସାହିତ କରି ଫୁଟ୍ ବଲ ମ୍ୟାଚ୍ ଗୁଡ଼ିକର ସମ୍ପୂର୍ଣ୍ଣ ସୁନ୍ଦର ଜୀବନ୍ତ ରୋମାଞ୍ଚକର ଧାରାବିବରଣୀ ପ୍ରଦାନ କରିଥିଲେ। ଢେଙ୍କାନାଳ ଜିଲ୍ଲା କ୍ରୀଡ଼ାସଂଘର ସମ୍ପାଦକ ନଳିନୀ କୁମାର ଦାସ ଧନ୍ୟବାଦ ଅର୍ପଣ କରିଥିଲେ। 

ଆଜିର ପ୍ରଥମ ଫୁଟ୍ ବଲ ମ୍ୟାଚ୍ କଙ୍କଡ଼ାହାଡ ଓ ସଦର ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ଏଥିରେ କଙ୍କଡ଼ାହାଡ଼ ଦଳର ଖେଳାଳି ମାନେ ଆକର୍ଷଣୀୟ ତିନୋଟି ଗୋଲ୍ ମାରି ୩-୦ ଗୋଲରେ କଙ୍କଡ଼ାହାଡ଼ ଦଳକୁ ବିଜୟର ସ୍ଵାଦ ଚଖାଇଥିଲେ। ଆଜିର ଦ୍ବିତୀୟ ଫୁଟ୍ ବଲ ମ୍ୟାଚ୍ ପର୍ଜଙ୍ଗ ଓ ଓଡ଼ପଡ଼ା ମଧ୍ୟରେ ଅନୁଷ୍ଠିତ ହୋଇ ଅତ୍ୟନ୍ତ ସଂଘର୍ଷପୂର୍ଣ୍ଣ ହୋଇ ଥିଲା ଓ ଓଡ଼ାପଡ଼ା ୫-୧ ଗୋଲରେ ବିଜୟ ହାସଲ କରିଥିଲା । ଆଜିର ତୃତୀୟ ଫୁଟ୍ ବଲ ମ୍ୟାଚ୍ ଓଡ଼ାପଡ଼ା ଓ ସଦର ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ଓଡ଼ାପଡ଼ା ଦଳର ଏକପାଖିଆ ଚାପ ଓ ଖେଳାଳି ମାନଙ୍କର ଅତ୍ୟନ୍ତ ଦମଦାର ୩ ଟି ଗୋଲ୍ କୁ ପ୍ରତିହତ କରି ପ୍ରତିପକ୍ଷ ସଦର ଦଳ ଖେଳ ଶେଷ ସୁଦ୍ଧା କୌଣସି ଗୋଲ୍ ଦେଇ ନପାରି ଚାପଗ୍ରସ୍ତ ହୋଇ ଧରାଶାୟୀ ହୋଇ ପରାସ୍ତ ହୋଇଥିଲେ ଓ ଓଡ଼ାପଡ଼ା ଦଳ ନିଜର ଆକର୍ଷଣୀୟ କ୍ରୀଡ଼ା ନୈପୁଣ୍ୟ ପ୍ରଦର୍ଶନ ଜାରିରଖି ଆଜି ଦିନରେ ଦ୍ବିତୀୟ ବାର ବିଜୟୀ ହୋଇପାରିଥିଲେ । କିନ୍ତୁ, କଙ୍କଡ଼ାହାଡ଼ ଦଳ ପୂଲ୍ – ବି ରୁ ଆସନ୍ତା ତା.୧୭.୧୦.୨୦୨୨ ରିଖରେ ଅପରାହ୍ନ ୩ ଘଟିକା ସମୟରେ ଫାଇନାଲ ମ୍ୟାଚ୍ ଖେଳିବା ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି।ଏହି ଫୁଟ୍ ବଲ ମ୍ୟାଚ୍ ଗୁଡ଼ିକୁ ନିରପେକ୍ଷ ରେଫରୀ ଭାବରେ କ୍ରୀଡ଼ା ଶିକ୍ଷକ ଦୁଷ୍ମନ୍ତ ସେଠୀ, ଦୁଲା ରାମ ମୁର୍ମୁ , ନରେନ୍ଦ୍ର ଗୋଚ୍ଛାୟତ, ରାମକୃଷ୍ଣ ବେହେରା, ଅଶୋକ ସ୍ବାଇଁ, ସୁବ୍ରତ କୁମାର ମିଶ୍ର, ସୁଶିଲ କୁମାର ପଣ୍ଡା, ସୁଶାନ୍ତ ନାଥ, ସୁନିଲ୍ ପଟ୍ଟନାୟକ, ବାନାର୍ଜୀ ମହାନ୍ତି, ଅନିଲ କୁମାର ନନ୍ଦ, ସାଗର ରାଉତ ପ୍ରମୁଖ ସୁପରିଚାଳନା କରିବାରେ ପ୍ରମୁଖ ଭୂମିକା ନିର୍ବାହ କରିଥିଲେ। ଢେଙ୍କାନାଳ ସଦର ବ୍ଲକ ବିଭିନ୍ନ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଅରବିନ୍ଦ ତ୍ରିପାଠୀ, ସନ୍ତୋଷ ପାଣିଗ୍ରାହୀ, ବନବିହାରୀ ବାରିକ, ନସିମ୍ ଆରା ବେଗମ୍, ଜିଲ୍ଲା ସ୍କୁଲ୍ ସ୍ପୋର୍ଟସ ସଂଘର ସହ ସମ୍ପାଦକ ବରିଷ୍ଠ କ୍ରୀଡ଼ା ଶିକ୍ଷକ ନରେଶ କୁମାର ମହାରଣା, ଶତାୟୁ, ବ୍ରଜନାଥ ବଡ଼ଜେନା ସରକାରୀ ଉଚ୍ଚ ବିଦ୍ୟାଳୟ, ଢ଼େଙ୍କାନାଳର ବରିଷ୍ଠ ଶିକ୍ଷକ ତଥା ମୁଖ୍ୟ ମିଡିଆ ପ୍ରଭାରୀ ଡ଼ା. ଦେବୀ ପ୍ରସାଦ ମିଶ୍ର, ଢେଙ୍କାନାଳ ଜିଲ୍ଲାର ବିଭିନ୍ନ ବିଦ୍ୟାଳୟରୁ ଆସିଥିବା କ୍ରୀଡ଼ା ଶିକ୍ଷକ, ଶିକ୍ଷୟିତ୍ରୀ ମାନେ ସମସ୍ତ ସହଯୋଗ କରିଥିଲେ।ଢେଙ୍କାନାଳ ଜିଲ୍ଲା କ୍ରୀଡ଼ାସଂଘର ସମ୍ପାଦକ ନଳିନୀ କୁମାର ଦାସ ଓ ସମସ୍ତ କର୍ମକର୍ତ୍ତା ବୃନ୍ଦ, ଢେଙ୍କାନାଳ ଜିଲ୍ଲା ଶିକ୍ଷା ଅଧିକାରୀ ନିବେଦିତା ପାଣି, ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ସସ୍ମିତା ସାହୁ, ଶାରୀରିକ ଶିକ୍ଷା ନିରୀକ୍ଷକ ଜ୍ୟୋତି ପ୍ରସାଦ ପରିଡ଼ାଙ୍କ ବଳିଷ୍ଠ ମାର୍ଗଦର୍ଶନ ଓ ଢେଙ୍କାନାଳ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟର ସମସ୍ତ କର୍ମଚାରୀ ବୃନ୍ଦଙ୍କ ସମ୍ମିଳିତ ପ୍ରଚେଷ୍ଟା ହିଁ ସପ୍ତ ଦିବସୀୟ ଏହି ଫୁଟ୍ ବଲ ଟୁର୍ଣ୍ଣାମେଣ୍ଟର ପ୍ରତ୍ୟେକ ଦିନର ସଫଳତାରେ ପ୍ରମୁଖ ଭୂମିକା ନିର୍ବାହ କରିଥିଲା।

 ସ୍ଵତନ୍ତ୍ର ପ୍ରତିନିଧି ନାୟକ ଅକ୍ଷୟ ରାଜହସ୍ତୀ ଙ୍କ ସହ ପ୍ରହଲ୍ଲାଦ ମୁଦୁଲି ଙ୍କ ରିପୋର୍ଟ୍

Related posts

ପାୟେଲ ବେହେରା ହେଲେ ଫୁଲବାଣୀ ପୋୖର ଉପଧ୍ୟକ୍ଷା

Sunil Chandra Nayak

5 ଟି ସ୍କୁଲ ରୂପାନ୍ତର ର ଶୁଭ ଲୋକାର୍ପିତ ରେ ବୋଡ଼େନ ବ୍ଲକର ଲର୍କା ଉଚ୍ଚ ବିଦ୍ୟାଳୟ

କେନ୍ଦ୍ର ଆଦିବାସୀ କଲ୍ୟାଣ ମନ୍ତ୍ରୀ ଙ୍କ ଦୁଇ ଦିନିଆ କଳାହାଣ୍ଡି ଗସ୍ତ

Sunil Chandra Nayak

Leave a Comment

error: Content is protected !!
çukurova escort dalaman escort datça escort didim escort düzce escort edirne escort edremit escort fethiye escort gelibolu escort gemlik escort escort
boyabat escort inegöl escort kovancılar escort bolvadin escort meram escort çukurova escort nazilli escort aliağa escort karatay escort serdivan escort bozüyük escort muratpaşa escort ürgüp escort karacabey escort iskilip escort kelkit escort didim escort datça escort yüreğir escort escort osmaneli escort ayvalık escort escort odunpazarı escort zile escort amasra escort söke escort edremit escort sorgun escort hendek escort ilkadım escort kaman escort bayraklı escort lara escort banaz escort bandırma escort kepez escort osmancık escort sultanahmet escort akyazı escort kozan escort izmit escort gelibolu escort dudullu escort köyceğiz escort kemer escort çaycuma escort tepebaşı escort