ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ପ୍ରଧାନ ଶିକ୍ଷକ ସ୍ଵର୍ଗତ ରାଜକିଶୋର ବରାଡଙ୍କ ସ୍ମୁତିଚାରଣ  

ତେନ୍ତୁଳିଖୁଣ୍ଟି/ଇନ୍ଦ୍ରାବତୀ୧୪/୧୦(/୨୨:ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକ ଅନ୍ତର୍ଗତ ବାପୁଜୀ ଉଚ୍ଚ ବିଦ୍ୟାଳୟ ପଡିଆ ଠାରେ ଉକ୍ତ ବିଦ୍ୟାଳୟର ପୂର୍ବତନ ଶିକ୍ଷକ ସ୍ବର୍ଗତ ରାଜକିଶୋର ବରାଡଙ୍କ ସ୍ମୁତି ଚାରଣ ସଭା ଆୟୋଜନ ହୋଇଥିଲା।ସ୍ଵର୍ଗତ ରାଜକିଶୋର ବରାଡ ଗତ ୨୦.୯.୨୦୨୨ ରିଖ ଦିନ ଇହଧାମ ଛାଡି ଚାଲି ଯାଇଥିଲେ। ସେ ଅବିଭକ୍ତ ପୁରୀ ଜିଲ୍ଲାର ନୟାଗଡ଼ ସବଡିଭିଜନର ଖଣ୍ଡପଡ଼ା ଗ୍ରାମରେ ଜନ୍ମ ଗ୍ରହଣ କରିଥିଲେ। ସେ ଜଣେ ଦକ୍ଷ ତଥା ଜ୍ଞାନୀ, ନିସ୍କକପଟ , ଛାତ୍ର ବତ୍ସଳ, ସ୍ନେହୀ, ଶିକ୍ଷକ ଥିଲେ। ପ୍ରଥମେ ବରାଡ ସାରଙ୍କ ଫୋଟ ଚିତ୍ରକୁ ଉପସ୍ଥିତ ସମସ୍ତେ ଧୂପଦୀପ ସହ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ। ୧୯୮୪ ବେଚର ପୁରାତନ ଛାତ୍ର ମାନେ ସ୍ବର୍ଗତ ରାଜକିଶୋର ବରାଡଙ୍କ ସ୍ମୁତି ଚାରଣ ସଭାରେ ମଞ୍ଚାସିନ ଥିବା ସମସ୍ତ ଅତିଥି ଏବଂ ପରିବାର ବର୍ଗ ମାନଙ୍କୁ ଉପଢୌକନ ଦେଇ ସମ୍ମାନିତ କରିଥିଲେ। ସ୍ଵର୍ଗତ ବରାଡଙ୍କ ସ୍ମୁତି ଉଦ୍ଦେଶ୍ୟରେ ତାଙ୍କ ସୁପୁତ୍ର ସନ୍ତୋଷ ବରାଡଙ୍କ ଦ୍ଵାରା ପ୍ରକାଶିତ ସ୍ମରଣିକା ପୁସ୍ତକ ମଞ୍ଚାସିନ ଅତିଥି ମାନଙ୍କ ଦ୍ଵାରା ଉନ୍ମୋଚିତ କରାଯାଇଥିଲା। ମଞ୍ଚାସିନ ଅତିଥି ମାନଙ୍କ ସହ ବାପୁଜୀ ଉଚ୍ଚ ବିଦ୍ୟାଳୟର ପୁରାତନ ଛାତ୍ର ମାନେ ସ୍ବର୍ଗତ ରାଜକିଶୋର ବରାଡଙ୍କ ସ୍ମୁତି ଉଦ୍ଦେଶ୍ୟରେ ନିଜ ନିଜ ଅଭି ଭାଷଣ ଦେଇଥିଲେ। ଏହି ସଭା ରେ ବିଭୁ ଦତ୍ତ ପତି ମଞ୍ଚାସିନ କରିବା ସହ ସ୍ମୁତି ଚାରଣ କରିଥିଲେ।ଏହି କାର୍ଯ୍ୟକ୍ରମରେ ବିଶିଷ୍ଟ ଶିକ୍ଷାବିତ୍ ନାରାୟଣ ପାତ୍ର, ପୂର୍ବତନ ପ୍ରଧାନଶିକ୍ଷକ ଟଙ୍କଧର ବିଷୋୟୀ, ପୂର୍ବତନ ପ୍ରଧାନଶିକ୍ଷକ ପଞ୍ଚାନନ ଗୌଡ଼, ପୂର୍ବତନ ଶିକ୍ଷକ କ୍ରିଷ୍ଣା ରାଓ, ବାପୁଜୀ ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଅମର ସିଂ, ପୂର୍ବତନ ଶିକ୍ଷକ ପ୍ରହଲ୍ଲାଦ ପାଢ଼ୀ, ବରିଷ୍ଟ ସମାଜସେବୀ କିଶୋର ସିଂ, ପ୍ରମୁଖ ମଞ୍ଚାସିନ ଥିଲେ। ତା ସହ ସ୍ବର୍ଗତ ରାଜକିଶୋର ବରାଡ ଶିକ୍ଷା ଦାନ ଦେଇଥବା ସମସ୍ତ ପୂର୍ବତନ ଛାତ୍ର ଛାତ୍ରୀ, ଅଞ୍ଚଳର ବରିଷ୍ଟ ଶିକ୍ଷାବିତ୍, ସମସ୍ତ ସାମ୍ବାଦିକ, ପୁରାତନ ଛାତ୍ର ଛାତ୍ରଛାତ୍ରୀ, ଉପସ୍ଥିତ ରହିଥିଲେ ।

ଗୋବର୍ଦ୍ଧନ ସାହୁ,ତେନ୍ତୁଳିଖୁଣ୍ଟି

Related posts

ଚନ୍ଦ୍ର କଳା ଦେବୀ ଙ୍କ କବିତା – ମୋ ଗାଆଁ

Sunil Chandra Nayak

ମାଓବାଦୀଙ୍କୁ ଯୋଗାଯୋଗ ଉପକରଣ ଯୋଗାଣ ଅଭିଯୋଗ 

Sunil Chandra Nayak

ଶହୀଦ ବାଜିରାଉତଙ୍କ ଜନ୍ମ ତିଥି ଠାରୁ ପୁଣ୍ୟ ତିଥି ପର୍ଯ୍ୟନ୍ତ ଆପ୍ ର ଜନ ସମ୍ପର୍କ ଯାତ୍ରା

Sunil Chandra Nayak

Leave a Comment

error: Content is protected !!