ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ପ୍ରେମଲତା ଙ୍କ କବିତା ନାରୀ

   ନାରୀ

           ପ୍ରେମଲତା

ସ୍ରଷ୍ଟା ଙ୍କ ସ୍ରୁଷ୍ଟି ରେ 
ଶ୍ରେଷ୍ଠ ଅଟେନାରୀ 
ନାରୀର ଉପମା ନାହିଁ
 ନାରୀ ବିନା ନର ନିହାତି ନାଚାର
  ଜଗତେ ତିଷ୍ଠି ବା ପାଇଁ। 
ସଂସାର ନଈରେ 
ନାଉରୀ ପରିକା
ଦିନରାତି ନୌକାବାହି
ପାରିକରିଦିଏ
 ସମୟ ସୀମାକୁ
 ଶକ୍ତିମୟୀ ହୋଇ ନାରୀ । 
ଭୋକର ଭୂଗୋଳ 
 ଉଦରରେରହେ
 ନାରୀ ସର୍ବସଂହା ମାଟି
ମମତାରେ ବାନ୍ଧେ ସାରା ଦୁନିଆ କୁ
   ମମତାମୟୀ ସେ ଧାତ୍ରୀ। 
 ସକଳତ୍ରୁପ୍ତିର ଆଧାରରେ ନାରୀ
 ଅବସାଦ ନିଜେ ପିଏ
ପରକୁ ଆପଣା କରିବା ପଣରେ
 କରୁଣାମୟୀ ଟି ସିଏ। 
ଆଗେ ଆଗେନାରୀ 
ପଛେ ପଛେନର
 ସୀତାରାମ ନାମ ପରି
ସ୍ରୁଷ୍ଟି ରକ୍ଷାକାରୀ ନାରୀ ନାରାୟଣୀ
ବନ୍ଦନୀୟା ସେ ସବୁରୀ।

Related posts

ରାସନ ଚାଉଳ ଗଣ୍ତାକ ପାଇଁ ଲୋକେ ଖର୍ଚ୍ଚାନ୍ତ ହେବା ସହ ଜୀବନ ହରାଉଛନ୍ତି

ଶ୍ରାବଣ ମାସର ପ୍ରଥମ ସୋମବାରରେ ବିଭିନ୍ନ ଶୈବପୀଠରେ ଶ୍ରଦ୍ଧାଳୁଙ୍କ ସମେତ କାଉଡିଆଙ୍କ ପ୍ରବଳ ଭିଡ଼ 

Sunil Chandra Nayak

ପ୍ରତାପ କେଶରୀ ବେହେରା ଙ୍କ କବିତା ମୋ କାଳିଆ ପ୍ରେମରେ 

Sunil Chandra Nayak

Leave a Comment

error: Content is protected !!