ଭବାନୀ ପାଟଣା – କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ଠାରେ ଥିବା ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ ରେ ମହାସମାରୋହରେ ଆନ୍ତର୍ଜାତିକ ମହିଳା ଦିବସ ପାଳିତ ହେବା ସହ ବିଭିନ୍ନ ପ୍ରକାର ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ଦିବସ କୁ ସରସ ସୁନ୍ଦର କରି କାର୍ଯ୍ୟକ୍ରମ କୁ ପରିଚାଳନା କରିବା ପାଇଁ ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ ଅଧ୍ୟକ୍ଷ୍ୟା ଡ଼ ସ୍ନେହାପ୍ରଭା ମହାପାତ୍ର ଙ୍କ ପରାମର୍ଶକ୍ରମେ ଏହି କାର୍ଯ୍ୟକ୍ରମ ପରିଚାଳିତ ହୋଇଥିଲା।ଶିକ୍ଷକ ପ୍ରଶିକ୍ଷକ ଶ୍ରୀଯୁକ୍ତ ଅଚ୍ୟୁତାନନ୍ଦ ମଲ୍ଲିକ ଙ୍କ ସଭାପତିତ୍ୱ ରେ ହୋଇଥିବା କାର୍ଯ୍ୟକ୍ରମ ରେ ଶିକ୍ଷକ ପ୍ରଶିକ୍ଷକ ଶ୍ରୀଯୁକ୍ତ ଈଶ୍ୱର ଚନ୍ଦ୍ର ବେହେରା ମଞ୍ଚ ପରିଚାଳନା କରିଥିଲେ । କାର୍ଯ୍ୟକ୍ରମ ର ମୁଖ୍ୟ ଆୟୋଜକ ଥିଲେ ଶିକ୍ଷକ ପ୍ରଶିକ୍ଷିକା ଶ୍ରୀମତୀ ନିହାରିକା ଦେବୀ ଏବଂ ସୁଶ୍ରୀ ବିଜିଲି ଏକ୍କା । କାର୍ଯ୍ୟକ୍ରମ ରେ ନିମନ୍ତ୍ରିତ ଅତିଥି ଭାବରେ ଭବାନୀପାଟଣା ଏ ଏନ ଏମ ଟ୍ରେନିଂ ସେଣ୍ଟର ର ଭାରପ୍ରାପ୍ତ ଅଧ୍ୟକ୍ଷ୍ୟା ଶ୍ରୀମତୀ ରୁନୁଲତା ମଲ୍ଲିକ ଏବଂ ପ୍ରଶିକ୍ଷୀକା ଶ୍ରୀମତୀ ଇତିରେଖା ମଲ୍ଲିକ ଯୋଗଦେଇଥିଲେ । ଏ ଏନ ଏମ ଟ୍ରେନିଂ ସେଣ୍ଟର ର ବହୁ ଛାତ୍ରୀ ଯୋଗଦେଇ ଉକ୍ତ କାର୍ଯ୍ୟକ୍ରମ କୁ ସାଫଲ୍ୟ ମଣ୍ଡିତ କରିବା ପାଇଁ ସମସ୍ତଙ୍କୁ ସ୍ୱାସ୍ତ୍ୟ ଜନିତ ସମସ୍ୟା ର ଦୂରୀକରଣ ବିଷୟ ରେ ଆଲୋଚନା କରିଥିଲେ ତା ସାଙ୍ଗକୁ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଥିଲା । ଏହି କାର୍ଯ୍ୟକ୍ରମ ରେ ମହିଳା ମାନଙ୍କ ଉଲ୍ଲେଖନୀୟ ଅବଦାନ କୁ ବର୍ଣ୍ଣନା କରିବାକୁ ଯାଇ ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ର ଛାତ୍ରୀ ମାନେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟ ପରିବେଷଣ କରିଥିଲେ ଏବଂ ମହିଳା ମାନଙ୍କ ବିଭିନ୍ନ ରୂପ କୁ ପରିବେଷଣ କରିଥିଲେ ,ନର୍ସ ମାନଙ୍କ ଦ୍ୱାରା ନାଟକ ପରିବେଷଣ କରିଥିଲେ । ଜିଲ୍ଲା ପ୍ରଶିକ୍ଷଣ ପ୍ରତିଷ୍ଠାନ ଛାତ୍ର ଓ ଛାତ୍ରୀ ଙ୍କ ଦ୍ଵାରା ନାରୀ ରୂପୀ ନାରାୟଣୀ ନାଟକ କରାଯାଇଥିଲା । ଶେଷରେ ଅତିଥି ଙ୍କ ଦ୍ଵାରା ମୁଖପତ୍ର ପ୍ରେରଣା ର ଉଦଘାଟନ କରିଥିଲେ । ପରେ ବିଜିଲି ଏକ୍କା ଧନ୍ୟବାଦ ଅର୍ପଣ କରିଥିଲେ । ଖୁସି ରାମ ସାହୁ ଙ୍କ ରିପୋର୍ଟ
previous post