ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ପ୍ରସନ୍ନ କୁମାର ସାହୁ ଙ୍କ କବିତା ଜଣା ନ ପଡ଼ଇ କିଛି

ଜଣା ନ ପଡ଼ଇ କିଛି

କେଉଁ ନିୟମ ଯେ
କେଉଁଠାରେ ଲାଗୁ
ଜଣା ନ ପଡ଼ଇ କିଛି,
କେଉଁଠି ବେପାରୀ
କେଉଁଠି ଗ୍ରାହକ
ଦଣ୍ଡିତ ଯେ ହେଉଅଛି।
ମଦ ବେପାରୀ ଟା
ମଦ ବିକିକରି
ହେଉଥାଏ ମାଲେ ମାଲ,
ମଦ୍ୟପ ବାପୁଡ଼ା
ମଦ ପିଇ ଦେଇ
ହୋଇଯାଏ ଯେ ମାତାଲ।
ମଦ ବିକୁଥିବା
ଲୋକ ଯେ ନିର୍ଦ୍ଦୋଷ
ମଦ୍ୟପ ର ସବୁ ଦୋଷ,
ଦେହ ଜୀବି ପୁଣି
ଏକା ଅଟେ ଦୋଷୀ
ଭୋଗି ପୁଣି ହେ ନିର୍ଦ୍ଦୋଷ।
ଅର୍ଥ ଦେଇ ପୁଣି
ମଦ ଉପଭୋଗ୍ୟ
 ଅପରାଧ ଯେ ଧର୍ତ୍ତବ୍ୟ,
ଦେହ ଉପଭୋଗୀ
ଅଟଇ ନିର୍ଦ୍ଦୋଷ
ଅଟଇ ଗ୍ରାହକ ଭବ୍ୟ।
ଆପତ୍ତି ଜନକ
ଦ୍ରବ୍ୟ ଦେଣ ନେଣ
କିଏ ଅପରାଧୀ ଭାଇ,
କେଉଁଠାରେ କିଏ
ଅଟେ ଅପରାଧୀ
କିଛି ଜଣା ନ ପଡ଼ଇ।

ପ୍ରସନ୍ନ କୁମାର ସାହୁ

ବ୍ରହ୍ମପୁର, ଗଞ୍ଜାମ 

Related posts

ଦିଲ୍ଲୀପ କୁମାର ନନ୍ଦୀ ଙ୍କ କବିତା ହଜିଲା ଦରବ (ଅଧ୍ୟାୟ-୭)

Sunil Chandra Nayak

ଗୋଆରେ ଥିବା ଆନ୍ତର୍ଜାତିକ କରାଟେ ଚାମ୍ପିଅନସିପରେ ଥୁଆମୂଳ ରାମପୁର କୋଶଳ କରାଟେ ସ୍କୁଲର ପ୍ରତିଯୋଗୀ ମାନେ ଅଂଶ ଗ୍ରହଣ କରିବେ

Sunil Chandra Nayak

ରତି ନାରାୟଣ ରାଉତ ଙ୍କ କବିତା – ଉତ୍ତମ

Sunil Chandra Nayak

Leave a Comment

error: Content is protected !!