ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ପ୍ରସନ୍ନ କୁମାର ସାହୁ ଙ୍କ କବିତା ଜଣା ନ ପଡ଼ଇ କିଛି

ଜଣା ନ ପଡ଼ଇ କିଛି

କେଉଁ ନିୟମ ଯେ
କେଉଁଠାରେ ଲାଗୁ
ଜଣା ନ ପଡ଼ଇ କିଛି,
କେଉଁଠି ବେପାରୀ
କେଉଁଠି ଗ୍ରାହକ
ଦଣ୍ଡିତ ଯେ ହେଉଅଛି।
ମଦ ବେପାରୀ ଟା
ମଦ ବିକିକରି
ହେଉଥାଏ ମାଲେ ମାଲ,
ମଦ୍ୟପ ବାପୁଡ଼ା
ମଦ ପିଇ ଦେଇ
ହୋଇଯାଏ ଯେ ମାତାଲ।
ମଦ ବିକୁଥିବା
ଲୋକ ଯେ ନିର୍ଦ୍ଦୋଷ
ମଦ୍ୟପ ର ସବୁ ଦୋଷ,
ଦେହ ଜୀବି ପୁଣି
ଏକା ଅଟେ ଦୋଷୀ
ଭୋଗି ପୁଣି ହେ ନିର୍ଦ୍ଦୋଷ।
ଅର୍ଥ ଦେଇ ପୁଣି
ମଦ ଉପଭୋଗ୍ୟ
 ଅପରାଧ ଯେ ଧର୍ତ୍ତବ୍ୟ,
ଦେହ ଉପଭୋଗୀ
ଅଟଇ ନିର୍ଦ୍ଦୋଷ
ଅଟଇ ଗ୍ରାହକ ଭବ୍ୟ।
ଆପତ୍ତି ଜନକ
ଦ୍ରବ୍ୟ ଦେଣ ନେଣ
କିଏ ଅପରାଧୀ ଭାଇ,
କେଉଁଠାରେ କିଏ
ଅଟେ ଅପରାଧୀ
କିଛି ଜଣା ନ ପଡ଼ଇ।

ପ୍ରସନ୍ନ କୁମାର ସାହୁ

ବ୍ରହ୍ମପୁର, ଗଞ୍ଜାମ 

Related posts

ଗାଁ ଦଶହରାରେ ରାତିରେ ଜମୁଛି ଜୁଆ ଖେଳ , ପୋଲିସ ପ୍ରସାଶନର ଦୃଷ୍ଟି ପଡୁ 

Sunil Chandra Nayak

କେସିଙ୍ଗା ପଞ୍ଚାୟତ ସମିତି ଅଧ୍ୟକ୍ଷଙ୍କ ବିଭିନ୍ନ ପଞ୍ଚାୟତ ଗସ୍ତ

କୋକସରା ବ୍ଲକ ଆତ୍ମା କମିଟି ପକ୍ଷରୁ କର୍ମଶାଳା ଗୋଷ୍ଠି ମହିଳା ଓ ଚାଷୀ ଙ୍କୁ ସହାୟତା ପ୍ରଦାନ

Sunil Chandra Nayak

Leave a Comment

error: Content is protected !!