ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଶ୍ରୀ ଶ୍ରୀ ଜ୍ଞାନ ମନ୍ଦିର, ଲିମସେରଠାରେ ବ୍ୟାଗ ବଣ୍ଟନ କାର୍ଯ୍ୟକ୍ରମ ଆୟୋଜିତ

ଟେମରି (ମ. ନି. ସ ):-ଗୋଲାମୁଣ୍ଡା ବ୍ଲକ ବୃନ୍ଦାବାହାଲ ର ଲିମସେର ଠାରେ ଆର୍ଟ ଅଫ ଲିଭିଙ୍ଗ ଦ୍ୱାରା ପରିଚାଳିତ ଶ୍ରୀ ଶ୍ରୀ ଜ୍ଞାନ ମନ୍ଦିର ରେ ବ୍ୟାଗ ବଣ୍ଟନ କାର୍ଯ୍ୟକ୍ରମ ଆୟୋଜିତ ହୋଇ ଯାଇଛି l ଏଥିରେ ଅତିଥି ଭାବରେ ସରପଞ୍ଚ ଇଂ. ଦିନେଶ କୁମାର ରାଉତ, ଜିଲ୍ଲାପରିଷଦ ସଦସ୍ୟା ହେମାଙ୍ଗୀନି ରାଉତ, ବାଳ ମୁକୁନ୍ଦ ମେହେର, ଦେବରାଜ ରାଉତ, ପ୍ରଧାନଗୁରୁଜୀ ସରୋଜ କୁମାର ଟୋଲଟିଆ, ତଥା ଶିକ୍ଷକବୃନ୍ଦ ଯୋଗ ଦେଇଥିଲେ l ଶ୍ରୀଯୁକ୍ତ ସରପଞ୍ଚ ଓ ଶ୍ରୀ ମତି ଜିଲ୍ଲାପରିଷଦ ଅଭିଭାଷଣରେ ଶ୍ରୀ ଶ୍ରୀ ଜ୍ଞାନ ମନ୍ଦିର ଭିତ୍ତିଭୂମି ଉପରେ ଧ୍ୟାନ ଦିଆଯିବ, ଅତି ଆବଶ୍ୟକୀୟ ବିଦ୍ୟୁତ ସଂଯୋଗ କରଣ, ରାସ୍ତାର ସୁବ୍ୟବସ୍ଥା, ସ୍କୁଲର ଅନ୍ୟାନ୍ୟ ଜରୁରୀ ସୁବିଧା ଗୁଡିକ ପଂଚାୟତ ତଥା ବ୍ଲକ ସ୍ତରରୁ ଯୋଗାଇ ଦିଆଯିବ ବୋଲି ପ୍ରତିଶୃତି ଦେଇଛନ୍ତି l ଶ୍ରୀ ଯୁକ୍ତ ଟୋଲଟିଆ ସ୍କୁଲର ବିଭିନ୍ନ ସମସ୍ୟା ଉପସ୍ଥାପନା କରିବା ସହ ସ୍କୁଲର ପ୍ରତିଷ୍ଠା ଓ ଅଭିମୁଖ୍ୟ ବିଷୟରେ ପୁଙ୍ଖାନୁପୁଙ୍ଖ ଭାବରେ ବୁଝାଇ ଥିଲେ l ଶେଷରେ ଉପସ୍ଥିତ ଜନ ମଣ୍ଡଳୀ ଛାତ୍ରଛାତ୍ରୀମାନଙ୍କ ଭବିଷ୍ୟତ ମଙ୍ଗଳକାମନା କରିଥିଲେ l ଛାତ୍ରଛାତ୍ରୀମାନଙ୍କୁ ବ୍ୟାଗ ବଣ୍ଟନ କରିବା ସହ ମିଷ୍ଟନ ବଣ୍ଟନ କରି କାର୍ଯ୍ୟକ୍ରମ ସମାପ୍ତି କରାଯାଇଛି l

Related posts

ଖରିଆର ଠାରେ ଜୟ ମାତାଦି ଗ୍ରୁପ ତରଫରୁ ୭୬ ତମ ଆଜାଦି କି ଅମୃତ ମହୋତ୍ସବ ଜୋର ସୋର ରେ ପାଳନ

Sunil Chandra Nayak

ଚିତ୍ତ ରଞ୍ଜନ ନନ୍ଦ ଙ୍କ କବିତା ସ୍ୱର୍ଥାନ୍ଧକୁ ନାସ୍ତିକ କହେ ମୋ ଅଭିଧାନ

Sunil Chandra Nayak

ପ୍ରକାଶ ପାଇଲା ଗଳ୍ପ ପ୍ରତିଯୋଗିତା ଫଳାଫଳ, ସୁନ୍ଦରଗଡ଼କୁ ମିଳିଲା ରଜ କୁଇନ୍

Sunil Chandra Nayak

Leave a Comment

error: Content is protected !!