ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ରାଇରଙ୍ଗପୁରରେ ଝାଡ଼ଖଣ୍ଡ ମୁକ୍ତିମୋର୍ଚା କାର୍ଯ୍ଯାଳୟରେ ୭୬ ତମ ସ୍ବାଧିନତା ଦିବସ ପାଳିତ

ମୟୂରଭଞ୍ଜ-୧୫/୮/୨୨(ମସିହା) ମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁର ସ୍ଥ ପଣ୍ଡିତ ରଘୁନାଥ ମୁର୍ମୁ ଛକ ସନ୍ନିକଟ ଝାଡ଼ଖଣ୍ଡ ମୁକ୍ତିମୋର୍ଚା କାର୍ଯ୍ୟାଳୟରେ  ୭୬ ତମ ସ୍ବାଧିନତା ଦିବସ ପାଳିତ ହୋଇଯାଇଛି । ଆଜାଦା କୀ ଅମୃତ ମହୋତ୍ସବ ତଥା ୭୬ ତମ ସ୍ବାଧିନତା ଦିବସରେ ମୁଖ୍ୟ ଅତିଥି ଓଡ଼ିଶା ପ୍ରଦେଶ ଝାଡ଼ଖଣ୍ଡ ମୁକ୍ତି ମୋର୍ଚା ରାଜ୍ୟ ସଭାନେତ୍ରୀ ଅଂଜନି ସୋରେନଙ୍କ ଦ୍ଵାରା ପତାକା ଉତ୍ତୋଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଦେଶ ସଂଗ୍ରାମରେ ବଳିଦାନ ଦେଇଥିବା ମହାନ ପୂର୍ବ ସୂରୀ ମାନଙ୍କୁ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରିଥିଲେ । ମୁଖ୍ୟ ଅତିଥି ଦଳୀୟ କର୍ମୀଙ୍କୁ ଅସହାୟ,ଅଣଦେଖା, ଅବହେଳିତ ମହିଳା,ଯୁବା,କୃଷକ, ଶ୍ରମିକଙ୍କ ସମସ୍ୟାକୁ ଗୁରୁତ୍ବ ଦେଇ ସେମାନଙ୍କ ହକ୍ ପାଇଁ ସଂଗ୍ରାମ ଜାରି ରଖିବାକୁ ପରାମର୍ଶ ଦେଇଥିଲେ । ସ୍ଥାନୀୟ ଜନ ସମସ୍ୟା ପ୍ରତି ମଧ୍ୟ ଗୁରୁତ୍ବ ଦେବାପାଇଁ କହିଥିଲେ । ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା ଏକ ସଂଗ୍ରାମୀ ରାଜନୈତିକ ଦଳ । ମା’ମାଟି ଓ ମାନୁଷ ପାଇଁ ଏହି ଦଳ ଗଠିତ ଓ ସମର୍ପିତ । ତେଣୁ ସମସ୍ତେ ଏକଜୁଟ ହୋଇ ଝାଡ଼ଖଣ୍ଡ ମୁକ୍ତିମୋର୍ଚାକୁ ସୁଦୃଢ ଓ ସୁସଂଗଠିତ କରିବା ପାଇଁ ଆହ୍ବାନ ଦେଇଥିଲେ । ଏହି ଅବସରରେ ପୂର୍ବତନ ବିଧାୟକ ଶ୍ରୀ ପ୍ରହ୍ଲାଦ ପୂର୍ତ୍ତି ଝାମୁମୋ ରାଜ୍ୟ ଉପସଭାପତି ଓ ଶ୍ରୀ ଦୁବରାଜ ନାଗ ସ°ଗଠନ ସମ୍ଫାଦକ ଶ୍ରୀ ରଣଜିତ ସିଂହ କୋଷାଧ୍ୟକ୍ଷ, ଶ୍ରୀ ପବନ କୁମାର, ବରିଷ୍ଠ ଝାମୁମୋ ନେତା ସୁନିଲ ମାଝୀ,ସାଲୁ କିସ୍ କୁ, କେନ୍ଦ୍ରୀୟ ସଦସ୍ୟ ଶ୍ରୀମତୀ ମୀନା ସୋରେନ, ମଧୁସୂଦନ ଦାସ, ଜିଲ୍ଲା ପରିଷଦ ସଦସ୍ୟ ଶ୍ରୀ ଶୀତଳ କିସ୍କୁ , ସେକ୍ ଅବଦୁଲ ମାନାନ, ଭାଗବତ ମାଝୀ, ମନୋଜ ବାରିକ, କାଲିଚରଣ ଟୁଡୁ ମଦନ ମାର୍ଣ୍ଡି, ଉଦୟନାଥ ସୋରେନ, ଶ୍ୟାମ ସୁନ୍ଦର ହାସଦା,ସନାତନ ମୁଣ୍ଡା ଓ ଅନ୍ୟ ଦଳୀୟ ନେତା ତଥା କର୍ମକର୍ତ୍ତା ମାନେ ଉପସ୍ଥିତ ଥିଲେ।

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ

Related posts

ଶୌଚାଳୟ ବ୍ୟବହୃତ କରିବା ସହ ପଥ ପ୍ରାନ୍ତ ସେବା କରିବା ନେଇ ସାଧାରଣରେ ଦାବି

Sunil Chandra Nayak

ନବରଙ୍ଗପୁର ଜିଲ୍ଲା ମହିଳା ମ୍ୟାଟ୍ରୋନ୍ ମହାସଙ୍ଘ ର ବୈଠକ

Sunil Chandra Nayak

“ନବ ଭାରତ ସାକ୍ଷର ଟ୍ରେନିଂ କାର୍ଯ୍ୟକ୍ରମ” 

Sunil Chandra Nayak

Leave a Comment

error: Content is protected !!