ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ବାମନଘାଟୀ କୋହ୍ଲ ଏବଂ ସାନ୍ତାଳୀ ସଂପ୍ରଦାୟ ଟ୍ରଷ୍ଟ ଆନୁକୂଲ୍ୟରେ ସ୍ବାଧୀନତା ଦିବସ ଓ ବୃକ୍ଷରୋପଣ କାର୍ଯ୍ୟକ୍ରମ

ମୟୂରଭଞ୍ଜ ୧୫/୮/୨୨(ମସିହା) ଆଜି ପବିତ୍ର ୭୬ ତମ ସ୍ବାଧିନତା ଦିବସ ଅବସରରେ 8.30 ରାଇରଙ୍ଗପୁର ରେ କୋହ୍ଲ ଓ ସାନ୍ତାଳୀ ସଂପ୍ରଦାୟ ଟ୍ରଷ୍ଟ ଆନୁକୂଲ୍ୟରେ ଟ୍ରଷ୍ଟ ଭବନ ପରିସରରେ ପତକା ଉତ୍ତୋଳନ ଏବଂ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଟ୍ରଷ୍ଟର ବରିଷ୍ଠ ସଦସ୍ୟ ଶ୍ରୀ ବାରିୟାଳ ମାଝୀ ଙ୍କ ଦ୍ବାରା ଭାରତୀୟ ଝଣ୍ଡା ତିରାଙ୍ଗା ପତାକା ଉତ୍ତୋଳନ ବାମନଘାଟୀ ସାନ୍ତାଳ ଓ କୋଲହ ସମ୍ଫ୍ରଦାୟ ଟ୍ରଷ୍ଟ ଆଦିବାସୀ ଭବନଠାରେ କରାଯାଇଥିଲା । ଏହି ଅବସରରେ ଟ୍ରଷ୍ଟ ସଭାପତି ତଥା ପୂର୍ବତନ ବିଧାୟକ , ବରିଷ୍ଠ ସଦସ୍ୟ ଶ୍ରୀ ମୋଚିରାମ ମାଝୀ , ଶ୍ରୀ ଜଗନ୍ନାଥ ମାଝୀ , ଶ୍ରୀ ଟିକୁନ ଜେରାଇ ଆଈନଜୀବୀ, ସଂପାଦକ ଶ୍ରୀ ଅନିଲ କୁମାର ବିରୁଆ , ଆଇନଜୀବୀ ଶ୍ରୀ ଈଶ୍ବର ଦିଗ୍ଗୀ, ଉଦୟନାଥ ସୋରେନ, ଲାଲୁ ପ୍ରସାଦ ମହାଲି ଓ ଡୁଗୁସୋରେନ ମହାଲି ଏବଂ ଟ୍ରଷ୍ଟର ଅନ୍ୟ କର୍ମକର୍ତ୍ତା ମାନେ ଉପସ୍ଥିତ ଥିଲେ।। ଏହି ଅବସରରେ ଟ୍ରଷ୍ଟ ପକ୍ଷରୁ ଶାଳଗଛ ବୃଷରୋପଣ ମଧ୍ୟ କରାଯାଇଥିଲା ଏବଂ ଜଳ-ଜଙ୍ଗଳ ଓ ଜମିର ସୁରକ୍ଷା ଓ ପର୍ଯ୍ଯାବରଣ ସ°ରକ୍ଷଣ ପାଇଁ ସ°କଳ୍ପ ନିଆଯାଇଥିଲା ଏବଂ ସମସ୍ତେ କମ-ସେ-କମ ଗୋଟିଏ ଶାଳଗଛ ବର୍ଷରେ ଥରେ ଲଗାଇବା ଓ ସ°ରକ୍ଷିତ କରିବା ପାଇଁ ସମସ୍ତଙ୍କୁ ନିବେଦନ କରାଯାଇଥିଲା ।

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳଙ୍କ ରିପୋର୍ଟ

Related posts

ନିଖୋଜ ଝିଅକୁ ଖୋଜି ଆଣିବା ପାଇଁ କୋକସରା ଥାନାର ଦ୍ୱାରସ୍ଥ ହେଲେ ବାପା

Sunil Chandra Nayak

ଗଅଁଲିଆ କବି ସୁଧୀର୍‌ ପଂଡା ଙ୍କ କବିତା ମୁଇଁ ଗୁଟେ ଗଅଁଲିଆ କବି

Sunil Chandra Nayak

ବିଦ୍ୟାଳୟ ପରିସରରେ ଦୁଷିତ ପାଣି

Sunil Chandra Nayak

Leave a Comment

error: Content is protected !!