ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ରୁପ୍ରା ରୁ କେସିଙ୍ଗା ଯାଇଥିବା ପିଡବ୍ଲୁଡି ରାସ୍ତାରେ ରାତିରେ ଚାଲିଛି ପିଚୁ କାମ, ଠିକାଦାର କିମ୍ବା କନିଷ୍ଠ ଯନ୍ତ୍ରୀ ଅନୁପସ୍ଥିତ

 ରାସ୍ତାର ସ୍ଥାୟୀତ୍ୱ ନେଇ ପ୍ରଶ୍ନବାଚୀ 

ରୁପ୍ରା, ୫/୧୧ (ମନୀସ ) : ନର୍ଲାବ୍ଲକ୍ ଅଧିନ ରୁପ୍ରା ଠାରୁ କେସିଙ୍ଗାକୁ ସଂଯୋଗ କରୁଥିବା (୧୮ କିଲୋମିଟର) ପିଡବ୍ଲୁଡି ରାସ୍ତାରେ କିଛିଦିନ ହେଲା ପିଚୁ କାର୍ଯ୍ୟ ହେଉଥିଲେହେଁ ଏହା ଶ୍ରମିକଙ୍କ ଭରସାରେ ହେଉଥିବା ଦେଖିବାକୁ ମିଳିଥାଏ। ଉକ୍ତ ରାସ୍ତାର ଉନ୍ନତିକରଣ ଦୁଇବର୍ଷରୁ ଉର୍ଦ୍ଧ ହେଲା କେସିଙ୍ଗା ପଟରୁ ଆରମ୍ଭ ହୋଇଥିଲେହେଁ ,ଏହା ଥୁଆପଦର ଛକ ପର୍ଯ୍ୟନ୍ତ ହୋଇ କାର୍ଯ୍ୟ ବନ୍ଦ ରହିଥିଲା। ସେହିପରି ଉକ୍ତ ରାସ୍ତାର କିଛି ସ୍ଥାନରେ ବିବାଦ ଦେଖା ଦେଇଥିବା ଯୋଗୁଁ ଉନ୍ନତିକରଣ ହୋଇ ପାରୁନାହିଁ। ମାତ୍ର ରୁପ୍ରା ପଟରୁ ଥୁଆପଦର ଛକ ପର୍ଯ୍ୟନ୍ତ ଉକ୍ତ ରାସ୍ତାର ଉନ୍ନତିକରଣ ଓ ପିଚୁ କାମ କିଛିଦିନ ହେଲା ଆରମ୍ଭ ହୋଇଥିଲେହେଁ କୌଣସି ଡିସପ୍ଲେ ବୋର୍ଡ୍ (ସୂଚନା ଫଳକ) ଲାଗି ନଥିବାରୁ ରାସ୍ତା କାମ କିଏ କରୁଛି ଓ କେତେ ଟଙ୍କାର କାମ କୌଣସି ତଥ୍ୟ ଜଣା ପଡୁନାହିଁ। ରାସ୍ତାର ଉନ୍ନତିକରଣ କାର୍ଯ୍ୟ ହେଉଥିଲେହେଁ କେବେ ମଧ୍ୟ କନିଷ୍ଠ ଯନ୍ତ୍ରୀ ଆସୁନଥିବା ବେଳେ କାଁଭାଁ ଠିକାଦାର ଆସୁଥିବା ଶ୍ରମିକ ମାନେ କହୁଛନ୍ତି। କେବଳ ଶ୍ରମିକ ଭରସାରେ ଉକ୍ତ ରାସ୍ତାରେ ଆଜି ସନ୍ଧ୍ୟାରେ ପିଚୁ କାମ ହେଉଥିବା ବେଳେ ପ୍ରାଇମର୍ ନପକାଇ ପିଚୁ ଢାଳୁଥିବା ଦେଖିବାକୁ ମିଳିଛି, ଏଣୁ ରାସ୍ତାର ସ୍ଥାୟୀତ୍ୱ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ରାସ୍ତାର କିଛି ସ୍ଥାନରେ ପିଚୁ ଉଠି ଯାଇଥିବା ମଧ୍ୟ ଦେଖାଯାଉଛି। ଏବାବଦରେ ଠିକାଦାର ଓ କନିଷ୍ଠ ଯନ୍ତ୍ରୀଙ୍କୁ ବାରମ୍ବାର ଫୋନ୍ ଲଗାଇଥିଲେ ମଧ୍ୟ କଲ୍ ଗ୍ରହଣ କରିନଥିଲେ। ଫଳରେ ତାଙ୍କର ମତାମତ ମିଳିପାରି ନାହିଁ। ବିଭାଗୀୟ ଉଚ୍ଚ ପଦସ୍ଥ ଅଧିକାରୀ ଏଥିପ୍ରତି ଦୃଷ୍ଟି ଦେବାକୁ ଦାବି ହେଉଛି।

ରୁପ୍ରା, ରୁ ପ୍ରଦୀପ ସେନାପତି ଙ୍କ ରିପୋର୍ଟ 

Related posts

ସାମ୍ବାଦିକ ସମ୍ମିଳନୀରେ ଯୋଗଦେଲେ ଜିଲ୍ଲା ସାମ୍ବାଦିକ ନରେନ୍ଦ୍ର ପ୍ରସାଦ ବେହେରା

Sunil Chandra Nayak

ନୂଆପଡା ଜିଲ୍ଲା ତିଖାଲି ନିମ୍ନ ଇନ୍ଦ୍ରଜଳ ସେଚନ ପ୍ରକଳ୍ପ ପାଣି  ପଂଚାୟତ କାର୍ଯ୍ୟାଳୟ ଉଦଘାଟନ

ବାଂଶୁଳୀରେ ମହିଳା ଫୁଟବଲ ଟୁର୍ଣ୍ଣାମେଣ୍ଟରେ ରାଇରଙ୍ଗପୁର ଏବଂ ଚାଇଁବସା ଫୁଟବଲ ଟିମ୍ ଯୁଗ୍ମ ବିଜେତା

Sunil Chandra Nayak

Leave a Comment

error: Content is protected !!