ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଗୋଲାମୁଣ୍ଡା ବ୍ଲକ ପରିଶରରେ ସଦଭାବନା ଦିବସ ପ୍ରତିଜ୍ଞା ନେଲେ ବ୍ଲକ କର୍ମଚାରୀ

ଗୋଲାମୁଣ୍ଡା, ତା.୨୦।୮(ମ ନି ସ): ଆଜି କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ପରିଶରରେ ବ୍ଲକର ସମସ୍ତ କର୍ମଚାରୀ ସଦଭାବନା ଦିବସ ପ୍ରତିଜ୍ଞା ନେଇଛନ୍ତି । କେନ୍ଦ୍ର ସରକାରଙ୍କ ତରଫରୁ ଏହି କାର୍ଯ୍ୟକ୍ରମ କରିବାକୁ ନିର୍ଦ୍ଦେଶ ହୋଇଥିବା ବେଳେ ଏଥିରେ ବ୍ଲକ ଅଧ୍ୟକ୍ଷ ବିନ୍ଦୁ ମହାନନ୍ଦ, ବିଡ଼ିଓ ସ୍ନିଗ୍ଧାରାଣୀ ପ୍ରଧାନ,ବ୍ଲକ ବିଭାଗୀୟ ଅଧିକାରୀ ପ୍ରଦୀପ କୁମାର ମହାପାତ୍ର, ସହକାରୀ ନିର୍ବାହୀ ଯନ୍ତ୍ରୀ ପର୍ଶୁରାମ ନାୟକ, କନିଷ୍ଠ ଯନ୍ତ୍ରୀ ଚିତ୍ତରଞ୍ଜନ ଜେନା,ରବୀନ୍ଦ୍ର ପଟ୍ଟନାୟକ,ଗୁରୁଭା ପୂର୍ତ୍ତି, ନିକୁଞ୍ଜ ବିହାରୀ ନାଏକ, ମିତାଞ୍ଜଳି ଦାସ,ପ୍ରକାଶ ମେହେର ଓ ବ୍ଳକର ସମସ୍ତ ବିଭାଗର କର୍ମଚାରୀ ଉପସ୍ଥିତରେ ସଦଭାବନା ଦିବସ ପ୍ରତିଜ୍ଞା ନେଇଥିଲେ । ଏଥିରେ ପ୍ରତିଜ୍ଞା ନେଇଥିଲେ ଯେ ଜାତି,ସମ୍ପ୍ରଦାୟ,ଅଞ୍ଚଳ ଓ ଭାଷାର ମତଭେଦ ନକରି ସମସ୍ତ ଭାରତବାସୀଙ୍କ ଭାବନାତ୍ମକ ଏକତା ଓ ସଦଭାବନା ପାଇଁ କାର୍ଯ୍ୟ କରିବି ଏବଂ ପୁଣି ପ୍ରତିଜ୍ଞା କରୁଛି କି ହିଂସାର ସାହାରା ନନେଇ ସବୁ ପ୍ରକାର ମତଭେଦ ଦୁରକରି ସମସ୍ତ କାର୍ଯ୍ୟ କରିବି । ଦାମୋଦର ଦାସ ଙ୍କ ରିପୋର୍ଟ 

 

Related posts

ନର୍ମଦା ନାୟକ ଙ୍କ କବିତା ହୃଦୟ

Sunil Chandra Nayak

ମାନ୍ୟବର ସୁପ୍ରିମକୋର୍ଟ ରାୟ ଦେଲା ପରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ଶ୍ରୀମନ୍ଦିର ସେବାୟତ

Sunil Chandra Nayak

ଶିକ୍ଷା ପ୍ରେରକ ସଂଘର ବୈଠକ

Sunil Chandra Nayak

Leave a Comment

error: Content is protected !!