ଏଇତ ଜୀବନ
ଉପେନ୍ଦ୍ର କୁମାର ବସ୍ତିଆ
ଜୀବନଟା ଖାଲି ମରୁମରିଚିକା
ଥକି ପଡେ କ୍ଳାନ୍ତ ହୋଇ
ହାରିବା ଜିତିବା ହିସାବ ରହେନି
ଦୁଃଖ ବିନା ସୁଖ ନାହିଁ ।।
ସମୟର ଚକ ଘୁରି ବୁଲୁଥାଏ
ଯାଏ କିଏ ଚାପି ହୋଇ
ଆଜି ହସୁଥିବା ସୁନାର ସଂସାର
କାଲି ଯାଏ ଚାପି ହୋଇ ।।
ମିଛ ମାୟା ଘେରା ଏଜୀବନ ପରା
ମିଛେ ଦୁଇଦିନ ପାଇଁ
ଆଜି ଯେ ନିଜର କାଲି ହୁଏ ପର
କାହିଁ ଏ ପରି ହୁଅଇ ।।
ଟିକିଏ ବିଶ୍ୱାସ ଟିକିଏ ଭରସା
ବାଇଆ ଚଢ଼େଇ ବସା
ଅଦିନ ପବନେ ଭାଙ୍ଗି ଯାଏ ନୀଡ଼
ଉଜୁଡ଼ି ଯାଆଇ ଆଶା ।।
ସମୟର କଣ୍ଟା ହସି ହସି କହେ
ବୁଝି ଯାଆ ବାଇମନ
ସମୟର ଜ୍ଞାନ ହରାଇ ବସିଲେ
ମିଳେନି ଯଶ ସମ୍ମାନ।।
ଆଜି ମୁଁ ବୁଝୁଛି ସମୟର ବଳ
ମିଳେନାହିଁ ଥଳ କୂଳ
ବୁଝିଲା ବେଳକୁ ସମୟ ନ ଥାଏ
ହାତ ଠାରି ଡାକେ କାଳ।।
ଏଇତ ଜୀବନ ପଦ୍ମପତ୍ରେ ନୀର
ହେଉଥାଏ ଟଳମଳ
ଅଭୁଲା ଅତୀତ ଅଲିଭା ସ୍ମୂତିଟି
ଭାଙ୍ଗିଦିଏ ମନବଳ।।
ରାଉରକେଲା