ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଛାତ୍ର ବିନିମୟ କାର୍ଯ୍ୟକ୍ରମ

ରାଉରକେଲା/ ଆନ୍ତର୍ଜାତିକ ସ୍ତରରେ ରୋଟାରୀ କ୍ଲବ ର ଛାତ୍ର ବିନିମୟ କାର୍ଯ୍ୟକ୍ରମରେ ରୋଟାରୀ କ୍ଲବ ରାଉରକେଲା ସେଣ୍ଟ୍ରାଲ ତରଫରୁ ସାମାଜିକ ପ୍ରତିବଦ୍ଧତା ଦେଖାଇ ଛାତ୍ର ବିନିମୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କ୍ରମରେ ବ୍ରାଜିଲର ଛାତ୍ରୀ ଯଶମିନ ଓରଫ ୟାୟା ଏକ ପାଠ୍ୟକ୍ରମ ବର୍ଷ ପାଇଁ ଦିଲ୍ଲୀ ପବ୍ଲିକ୍ ସ୍କୁଲରେ ନାମ ଲେଖାଇଛନ୍ତି। ଏଠାରେ ୟାୟା ଙ୍କ ପ୍ରଥମ ଅଭିଭାବକ ଭାବେ ରୋଟାରୀଆନ ପ୍ରେଜ ବ୍ରଜେଶ ଓ ବରଖା,ଦ୍ଵିତୀୟ ଅଭିଭାବକ ଭାବେ ପିପି ରୋଟାରୀଆନ ଅବଦୁଶ ସଲାମ୍ ଓ ରୁବିନା ଅଛନ୍ତି । ୟାୟା ରାୟପୁର ରୁ ଆସି ରାଉରକେଲାରେ ପହଞ୍ଚିବାପରେ ତାଙ୍କୁ ରୋଟାରୀ କ୍ଲବ ରାଉରକେଲା ସେଣ୍ଟ୍ରାଲ ତରଫରୁ ସ୍ବାଗତ କରାଯାଇଥିଲା । ଏହି ଛାତ୍ର ବିନିମୟ କାର୍ଯ୍ୟକ୍ରମରେ ଭାରତର ଛାତ୍ର ମାନେ ବ୍ରାଜିଲ ଯାଇ ପାରିବେ ବୋଲି ପିପି ରୋଟାରୀଆନ ବିଶ୍ବଜିତ ପତି ସୂଚନା ଦେଇଛନ୍ତି । ଏହି ସମସ୍ତ କାର୍ଯ୍ୟ ରୋଟାରୀଆନ ଶ୍ରୀ ପତିଙ୍କ ତତ୍ତ୍ବାବଧାନ ଓ ରୋଟାରୀ ଡିଷ୍ଟ୍ରିକ୍ଟ ୩୨୬୧ ମାଧ୍ୟମରେ କରାଯାଉଛି । ୟାୟା ଏଠାରୁ ଭଲ ଅନୁଭୂତି ନେଇ ବ୍ରାଜିଲ ଫେରିଲେ ଏହା ଭାରତ ଓ ବ୍ରାଜିଲ ମଧ୍ୟରେ ସୁସଂପର୍କ ଦୃଢ ହେବାସହ ବିଦେଶରୁ ଅଧିକ ଛାତ୍ରଛାତ୍ରୀ ଭାରତକୁ ଆସିବାକୁ ଆଗ୍ରହୀ ହେବେବୋଲି କୁହାଯାଉଛି ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ 

Related posts

ଜୁନାଗଡ଼ରେ ଅସହ୍ୟ ତାତି,ପାରଦ ୪୦ ଡିଗ୍ରୀ ଉପରକୁ

Sunil Chandra Nayak

ଖଡ଼ିଆଳ ସାହିତ୍ୟ ସମିତିର ସମ୍ପାଦକ ଗୌରାଙ୍ଗ ସାହୁ

କୋକସରା କୃଷି ସମବାୟ ସଭାପତି ଙ୍କ ଦାୟିତ୍ୱ ଗ୍ରହଣ

Sunil Chandra Nayak

Leave a Comment

error: Content is protected !!