ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଓଡ଼ିଆ ଉପନ୍ୟାସ ସାହିତ୍ୟକୁ କଳାହାଣ୍ଡିର ଦାନ ଅତୁଳନୀୟ

ଭବାନୀପାଟଣା,୧୫/୫: (ମ ନି ସ ) କଳା ମଞ୍ଜୁଳ କଳାହାଣ୍ଡି କଳା ଓ ସାହିତ୍ୟର ଏକ ପ୍ରମୁଖ ସାଧନା ପୀଠ। ଏ ମାଟି ବହୁ ସାରସ୍ୱତ ସାଧକଙ୍କୁ ଜନ୍ମ ଦେଇଛି। ଔପନ୍ୟାସିକ ସୋମେଶ୍ୱର, ବେହେରା, ପର୍ଶୁରାମ ମୁଣ୍ଡ, ଭୁବନେଶ୍ୱର ବେହେରା, କୃଷ୍ଣ ଚନ୍ଦ୍ର ମହାପାତ୍ର, ରାହସ ବିହାରୀ ବେହେରା, ଯଶୋଧରା ମିଶ୍ର, ଅଖିଳ ନାଏକ,ବିଜୟ ପ୍ରଧାନ, ଡ଼ ସୁନୀତି ମୁଣ୍ଡ ଙ୍କ ଦ୍ଵାରା ରଚିତ ଉପନ୍ୟାସ ଗୁଡିକ ବେଶ ପାଠକୀୟ ଆଦୃତି ଲାଭ କରିବା ସହ ଓଡ଼ିଆ ଉପନ୍ୟାସ ସାହିତ୍ୟ ଭଣ୍ଡାରକୁ ରୁଦ୍ଧିମନ୍ତ କରିଛନ୍ତି। ଏବେ କଳାହାଣ୍ଡିରେ ଅନେକ ଯୁବ ଲେଖକ ସାହିତ୍ୟ ସାଧନା ରେ ବ୍ରତୀ ଅଛନ୍ତି। ଓଡ଼ିଆ ଉପନ୍ୟାସ ସାହିତ୍ୟକୁ କଳାହାଣ୍ଡିର ଦାନ ଅତୁଳନୀୟ ବୋଲି ଆଜି ଭବାନୀପାଟଣା ସ୍ଥିତ କଳାହାଣ୍ଡି ବିଶ୍ୱବିଦ୍ୟାଳୟର ପ୍ରେକ୍ଷାଳୟରେ ଓଡିଶା ସାହିତ୍ୟ ଏକାଡେମୀ ପକ୍ଷରୁ ଆୟୋଜିତ ବୈଶାଖୀ ସୃଜନୀ ସାରସ୍ଵତ ସମାରୋହରେ ଅତିଥି ଓ ଆଲୋଚକ ମାନେ ମତପ୍ରକାଶ କରିଛନ୍ତି। ଓଡିଶା ସାହିତ୍ୟ ଏକାଡେମୀ ସଦସ୍ୟ ସତ୍ୟ ନାରାୟଣ ମହାପାତ୍ରଙ୍କ ସଭାପତିତ୍ୱ ରେ ଆୟୋଜିତ ଏହି କାର୍ଯ୍ୟକ୍ରମ ରେ ପ୍ରଥମ ଅଧିବେଶନରେ ଓଡ଼ିଆ ଉପନ୍ୟାସ ସାହିତ୍ୟକୁ କଳାହାଣ୍ଡିର ଦାନ ଶୀର୍ଷକ ଆଲୋଚନା ଚକ୍ର ରେ ଔପନ୍ୟାସିକ ରାହସ ବିହାରୀ ବେହେରା ମୁଖ୍ୟ ଅତିଥି ଭାବରେ ଯୋଗଦେଇଥିବା ବେଳେ ସମ୍ବଲପୁର ବିଶ୍ୱବିଦ୍ୟାଳୟର କୁଳ ସଚିବ ଡଃ ନୃପରାଜ ସାହୁ, ଓଡିଶା ସଂଗୀତ ନାଟକ ଏକାଡେମୀର ସଚିବ ପ୍ରବୋଧ ରଥ,ସାହିତ୍ୟ ଏକାଡେମୀ ସଦସ୍ୟା ଡ଼ ସୁନୀତି ମୁଣ୍ଡ, ସଦସ୍ୟା ଡା ଜ୍ୟୋତିର୍ମୟୀ ସାହୁ ସମ୍ମାନୀତ ଅତିଥି ଭାବରେ ଯୋଗଦେଇଥିଲେ। ରିଶିଡା ମହାବିଦ୍ୟାଳୟ ର ଅବସରପ୍ରାପ୍ତ ଓଡ଼ିଆ ବିଭାଗ ମୁଖ୍ୟ ଡ ଦାଶରଥି ଆଚାର୍ଯ୍ୟ ଓ ଜୟପ୍ରକାଶ ସାନ୍ଧ୍ୟ ମହାବିଦ୍ୟାଳୟର ଓଡ଼ିଆ ଅଧ୍ୟାପକ ପରମେଶ୍ୱର ମୁଣ୍ଡ ଆଲୋଚକ ଭାବରେ ଯୋଗଦେଇ ଭିତ୍ତି ପ୍ରବନ୍ଧ ଉପସ୍ଥାପନ କରିଥିଲେ। ଦ୍ଵିତୀୟ ଅଧିବେଶନରେ କବିତପାଠୋତ୍ସଵ ଆୟୋଜିତ ହୋଇଥିଲା। ଏଥିରେ ଗାଳ୍ପିକ ନାରାୟଣ ପ୍ରସାଦ ପଟ୍ଟନାୟକ ମୁଖ୍ୟ ଅତିଥି ଭାବରେ ଓ କେନ୍ଦ୍ର ସାହିତ୍ୟ ଏକାଡେମୀ ଯୁବ ପୁରସ୍କାର ପ୍ରାପ୍ତ କବି ଜୟଦ୍ରଥ ସୁନା, ଓଡ଼ିଶା ସାହିତ୍ୟ ଏକାଡେମୀ ସଦସ୍ୟ କିଶୋର ଚନ୍ଦ୍ର ପ୍ରଧାନ ଓ ସଦସ୍ୟା ଡ଼ ସୁନୀତି ମୁଣ୍ଡ ବିଶିଷ୍ଠ ଅତିଥି ଭାବରେ ଯୋଗଦେଇଥିଲେ। ଡ଼ ତପନ କୁମାର ରଥ, ସ୍ନେହଲତା ଷଡ଼ଙ୍ଗୀ ଓ ସ୍ଵର୍ଣକାନ୍ତି ବୈକାର କବିତା ପାଠୋତ୍ସବ ର ସଂଯୋଜନା କରିଥିଲେ। ଏଥିରେ ଜିଲ୍ଲାର ୧୩ ଗୋଟି ବ୍ଲକ ରୁ ୫୦ ଜଣ ନିମନ୍ତ୍ରିତ କବି ଓ କବୟିତ୍ରୀ ସ୍ୱରଚିତ କବିତା ଆବୃତ୍ତି କରିଥିଲେ। କବି ବିରଞ୍ଚି ନାରାୟଣ ମୁଣ୍ଡ ମଞ୍ଚ ପରିଚାଳନା ଓ ସାହିତ୍ୟ ଏକାଡେମୀ ସଦସ୍ୟ ସତ୍ୟ ନାରାୟଣ ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ। ଶିଶୁ ବିଦ୍ୟାମନ୍ଦିର ର ଛାତ୍ର ଛାତ୍ରୀମାନେ ବନ୍ଦେ ଉତ୍କଳ ଜନନୀ ସଂଗୀତ ପରିବେଷଣ କରିଥିଲେ।

 

Related posts

ଆସନ୍ତୁ ଜାଣିବା ରାଣୀ ସୁନୟନାଙ୍କ ନିଷ୍ପତ୍ତି ବିଷୟରେ

Sunil Chandra Nayak

ଗୋପାଳପୁର ଗ୍ରାମପଞ୍ଚାୟତ ଠାରେ ଗାନ୍ଧୀ ଜୟନ୍ତୀ ପାଳିତ

Sunil Chandra Nayak

କାଣିଗୁମା ଗ୍ରାମପଞ୍ଚାୟତର ନବନିର୍ବାଚିତ ପ୍ରତିନିଧିଙ୍କୁ ଗ୍ରାମ ବିକାଶ ଅନୁଷ୍ଠାନ ପକ୍ଷରୁ ସମ୍ବର୍ଦ୍ଧନା

Leave a Comment

error: Content is protected !!